Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଅବ୍ୟବସ୍ଥା ଘେରରେ ବ୍ରହ୍ମପୁରର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ

8/03/2019 at 6:39 PM

ବ୍ରହ୍ମପୁର ୮/୩ : କଳାକାରଙ୍କ ପାଇଁ କଳା ପ୍ରଦର୍ଶନ କରିବାକୁ ଗୋଟିଏ ଭଳ ପ୍ଲାର୍ଟଫର୍ମ ଟିଏ ନାହିଁ। ସହରବାସୀଙ୍କ ଦାବି ପରେ ବ୍ରହ୍ମପୁରରେ ସ୍ଥାପିତ ହେଲା ବିଜୁ ପଟ୍ଟନାୟକ ସଂସ୍କୃତି ଭବନ। ସ୍ଥାପିତ ସିନା ହେଲା ହେଲେ ଏହାର ଆନୁଷଙ୍ଗିକ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ଭୁଲିଗଲେ ବିଭାଗୀୟ ଅଧିକାରୀ। ବହୁ ଅବ୍ୟବସ୍ଥା ଦେଇ ଗତି କରୁଛି ଏହି ସଂସ୍କୃତି ଭବନ।

କଳା, ସଂସ୍କୃତିର ସହର ଭାବେ ବ୍ରହ୍ମପୁର ବେଶ୍ ପରିଚିତ। ପ୍ରଥମ ଥର ପାଇଁ ବ୍ରହ୍ମପୁର ସହରରେ ସ୍ଥାପିତ ହୋଇଛି ବିଜୁ ପଟ୍ଟନାୟକ ସଂସ୍କୃତି ଭବନ। କଳାକାରମାନେ ନିଜର କଳା ଦକ୍ଷତାର ପ୍ରଦର୍ଶନ ପାଇଁ ଗୋଟିଏ ଭଲ ପ୍ଳାର୍ଟଫର୍ମ ପାଇବେ ବୋଲି ଆଶା ରଖିଛନ୍ତି। ହେଲେ ବିଭିନ୍ନ ସମୟରେ କଳାକାରମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।

କେତେବେଳେ ବିଦ୍ୟୁତ ସୁବିଧା ନାହିଁତ ଆଉ କେତେବେଳେ ପାଣିର ସୁବିଧା ନାହିଁ। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ସେପଟେ ସମାସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ବ୍ରହ୍ମପୁର ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ।

କଳା, ସଂସ୍କୃତିର ମୁକ ସାକ୍ଷୀ ଭାବେ ଗଞ୍ଜାମ କଳା ପରିଷଦ ବହୁ କଳାକାରଙ୍କୁ ଗଢି ତୋଳିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ହେଲେ ଏହାର ଅବସ୍ଥା ଏବେ ଶୋଚନୀୟ । ରକ୍ଷଣାବେକ୍ଷଣ ପାଇଁ ଚାଲିଥିବା ନିର୍ମାଣ କାର୍ଯ୍ୟ ଏ ପର୍ଯ୍ୟନ୍ତ ସରିନାହିଁ। ସେପଟେ ଅବ୍ୟବସ୍ଥା ମଧ୍ୟରେ ରହିଛି ସଂସ୍କୃତି ଭବନ।

ତେବେ ଏହି ସମାସ୍ୟା ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଭାଗୀୟ ସଚିବ ଓ ସାଂସଦ ସିଦ୍ଧାନ୍ତ ମହାପାତ୍ର।

   Related Posts