ବ୍ରହ୍ମପୁରରେ ATM ରୁ ଲୁଟ୍ ଉଦ୍ୟମ ପଣ୍ଡ
26/06/2018 at 6:09 AM

ବ୍ରହ୍ମପୁରରେ ATM ରୁ ଲୁଟ୍ ଉଦ୍ୟମ ପଣ୍ଡ । ଗୋପାଳପୁର ଛକ ନିକଟ ରୋନାଲ୍ଡ ଫାର୍ମାସୀ କଲେଜ ସମ୍ମୁଖରେ ଥିବା SBI ATM ରୁ ଲୁଟ୍ ଉଦ୍ୟମ ହୋଇଥିବା ଅଭିଯୋଗ । ଲୁଟେରା ଲୁଟ୍ ଉଦ୍ୟମ କରୁଥିବାବେଳେ ପୋଲିସର ପାଟ୍ରୋଲିଂ ଗାଡି ଦେଖି ଦୌଡି ପଳାଇଛନ୍ତି । ତେବେ ଲୁଟେରାମାନେ ବ୍ୟାଙ୍କର ସିସିଟିଭି ଭାଙ୍ଗି ଦେଇଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି । ସେପଟେ ହଳଦିଆପଦର ଛକରେ ଥିବା ଏଟିଏମ୍ ରେ ଦୁର୍ବୃର୍ତ୍ତମାନେ ପୋଡାଜଳା କରିଥିବା ଅଭିଯୋଗ ହୋଇଛି ।