Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ଚିକେନ ଖାଇ ବିଇଓ ନିଲମ୍ବିତ

11/10/2019 at 11:02 PM

ବଣେଇ ୧୧।୧୦: ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ଚିକେନ ଖାଇ ବିଇଓ ନିଲମ୍ବିତ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।   ଗତ୩  ତାରିଖରେ ବଣେଇ ବ୍ଲକର ବିଇଓ ବିନୟ ପ୍ରକାଶ ସଏ  ତିଲେଇମାଳ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ବିଦ୍ୟାଳୟ ପକ୍ଷରୁ ବିଇଓଙ୍କୁ ସ୍ବାଗତ କରାଯାଇଥିବା ବେଳେ ବିନୟ ଛାତ୍ରଛାତ୍ରୀଙ୍କ ସହ ମଧ୍ୟହ୍ନ ଭୋଜନ କରିଥିଲେ।

ତେବେ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ବିଇଓଙ୍କୁ ଚିକେନ ପରସା ଯାଇଥିବା ବେଳେ ଛାତ୍ରଛାତ୍ରୀ ନିୟମିତ ଭାତ ଓ ଡାଲି ମଧ୍ୟାହ୍ନ ଭୋଜନରେ ଖାଇଥିଲେ। ତେବେ ବିଦ୍ୟାଳୟରେ ବିଇଓଙ୍କ ଚିକେନ ଭୋଜି ସୋସାଲ ମିଡିଆରେ ଭାଇରାଲ ହେବା ପରେ ପ୍ରଶାସନର ନଜର ପଡିଛି। ଘଟଣା ଲାଗି ସୁନ୍ଦରଗଡ ଜିଲ୍ଲାପାଳ ବିଇଓ ବିନୟ ସୟଙ୍କୁ ନିଲମ୍ବନ କରିଛନ୍ତି। ତେବେ ବିଦ୍ୟାଳୟ ପରିଦର୍ଶନରେ ଯାଇଥିବା ବେଳେ ମଧ୍ୟାହ୍ନ ଭୋଜନରେ ଚିକେନ ଖାଇବା ଘଟଣାକୁ ଅସ୍ବୀକାର କରିଛନ୍ତି।

ବିନୟ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କରିଥିବା ସ୍ବୀକାର କରିଛନ୍ତି। ତେବେ ସେଥିରେ ତାଙ୍କୁ ପିଲାଙ୍କ ସହ ସମାନ ଭୋଜନ ପରସା ଯାଇଥିବା କହିଛନ୍ତି। ତେବେ ତାଙ୍କ ପତ୍ରରେ କଲରା ଭଜା ଅଲଗା ଥିବା ସେ କହିଥିବା ବେଳେ ଗଣମାଧ୍ୟମର ଖବରକୁ ଖଣ୍ଡନ କରିଛନ୍ତି। ତେବେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କରି ବିଇଓ ନିଲମ୍ବନ ହେବା ଏବେ ଜିଲ୍ଲା ଶିକ୍ଷା ବିଭାଗରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।  

   Related Posts