Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

କରୋନା ରିପୋର୍ଟ ପଜିଟିଭ ଆସିବାରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଦେଲେ ଶିକ୍ଷା ଅଧିକାରୀ

3/08/2020 at 12:08 PM

ଉନ୍ନାଓ ୦୩/୦୮ : କରୋନା ରିପୋର୍ଟ ପଜିଟିଭ ଆସିବାରୁ କାନପୁର ନଗରରେ ନିୟୋଜିତ ବିଇଓ (ଖଣ୍ଡ ଶିକ୍ଷା ଅଧିକାରୀ) ନିଜ ଘରେ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି | ଉନ୍ନାଓର ମୋହାଲ୍ଲା କଲ୍ୟାଣୀ ନିବାସୀ ୫୨ ବର୍ଷ ବୟସ୍କ ସୁରେଶଚନ୍ଦ୍ର ବର୍ମା ବିଇଓ ପଦବୀରେ ଥିଲେ | ସେ ବାର୍ଷିକ ଶିକ୍ଷା ବିଭାଗ ୧୯୯୭ ବ୍ୟାଚର ଖଣ୍ଡ ଶିକ୍ଷା ଅଧିକାରୀ ଥିଲେ | ସେ କାନପୁର ସଦର ବଜାରର ଅତିରିକ୍ତ କାର୍ଯ୍ୟ ଅଧିକାରୀ ମଧ୍ୟ ଥିଲେ | ଶନିବାର ଦିନ ତାଙ୍କୁ ଜ୍ୱର ହେବାସହ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା | ସେ କାନପୁର ଉର୍ସଲା ହସ୍ପିଟାଲରେ କରୋନା ଯାଞ୍ଚ କରିଥିଲେ | ଶନିବାର ବିଳମ୍ବିତ ରାତିରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିବା ତାଙ୍କୁ ସୂଚନା ଦିଆଯାଇଥିଲା | କରୋନା ପଜିଟିଭ ରିପୋର୍ଟ ଆସିବା ପରେ ସେ ଚିନ୍ତିତ ହୋଇ ପଡ଼ିଥିଲେ ଓ ନିଜ ଘରେ ପଙ୍ଖାରେ ଫାସୀ ଲଗାଇ ଆତ୍ମହତ୍ୟା କରିଥିଲେ | ପରିଜନ ତାଙ୍କୁ ପଙ୍ଖାରେ ଝୁଲୁଥିବାର ଦେଖି ରଶିରୁ କାଢି ହସ୍ପିଟାଲ ନେଇଯାଇଥିଲେ | କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ | ଆତ୍ମହତ୍ୟା ଖବର ଶୁଣି ତାଙ୍କ ପରିବାରରେ ଶୋକ ଖେଳି ଯାଇଥିଲା | ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ହସ୍ପିଟାଲରେ ପହଞ୍ଚିଥିଲା ଓ ପ୍ରୋଟୋକଲ ଅନୁଯାୟୀ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା |

ଡେପୁଟି ସିଏମଓ ଡ.ଆର.କେ ଗୌତମ କହିଛନ୍ତି ଯେ ଖଣ୍ଡ ଶିକ୍ଷା ଅଧିକାରୀ ସୁରେଶଚନ୍ଦ୍ର ବର୍ମାଙ୍କ ପୁଅ ତାଙ୍କ ପିତାଙ୍କ କରୋନା ପଜିଟିଭ ଆସିଥିବା ସୂଚନା ଦେଇଥିଲେ | ସୋମବାର ସକାଳୁ ଆତ୍ମହତ୍ୟା ଖବର ମିଳିଥିଲା | ଅନ୍ତିମ ସଂସ୍କାର ଶୁକ୍ଲାଗଞ୍ଜ ଗଙ୍ଗା ଘାଟରେ କରାଯାଇଥିଲା |

   Related Posts