ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ, ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ

Published By : Prameya-News7 Bureau | July 11, 2019 IST

ଝାରସୁଗୁଡା ୧୧|୭: ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ । ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ | ଝାରସୁଗୁଡା ଲଖନପୁର ବ୍ଲକ୍ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଅରୁଣ ପାଢ଼ୀ  । ୯ ଜଣ ଶିକ୍ଷକଙ୍କ ବକେୟା ବିଲ୍ ପାସ କରିବାକୁ କଣ୍ଢେଇକେଲାର ସିଆରସିସି ସତ୍ୟନାରାୟଣ ବେହେରାଙ୍କଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ। ଆଜି ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଝାରସୁଗୁଡା, ସମ୍ବଲପୁର ଓ ସୁନ୍ଦରଗଡର ଭିଜିଲାନ୍ସ ଅଧିକାରୀମନେ ଲାଞ୍ଚ ନେବାବେଳେ ଅରୁଣଙ୍କୁ ଧରିବା ପରେ ତାଙ୍କୁ ଗିରଫ କରି ତାଙ୍କ ବାସଭବନରେ ମଧ୍ୟ ଆୟ ବହିର୍ଭୁତ ସଂପତ୍ତିର ଯାଞ୍ଚ ଆରମ୍ଭ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.