Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ପ୍ରଧାନମନ୍ତ୍ରୀ ପଦରୁ ହଟିବେ ନେତନ୍ୟାହୁ ! ଆଜି ସଂସଦରେ ହେବ ଭାଗ୍ୟ ପରୀକ୍ଷା

13/06/2021 at 2:38 PM

ଇସ୍ରାଏଲ, ୧୩/୦୬ :    ୧୨ ବର୍ଷ ଧରି ଶାସନ ଗାଦିରେ ରହିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କର ଆଜି ଭାଗ୍ୟ ପରୀକ୍ଷା ହେବ । ଇସ୍ରାଏଲ ସଂସଦରେ ରବିବାର ନେତନ୍ୟାହୁଙ୍କୁ ସରକାରରୁ ବିଚ୍ୟୁତ କରିବା ପାଇଁ ମତଦାନ ହେବ । ନେତନ୍ୟାହୁଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ବିରୋଧି ଦଳ ମହାମେଣ୍ଟ କରିଛନ୍ତି । ଯଦି ମହାମେଣ୍ଟ ନିଜ ପ୍ରୟାସରେ ସଫଳ ହୁଏ ତେବେ  ଆଜି ହିଁ ନୂଆ ସରକାର ଗଠନ ହେବ । ବିରୋଧୀ ଦକ୍ଷିଣପନ୍ଥୀ ୟାମିନା ପାର୍ଟିର ନେତା ନଫତାଲୀ ବେନେଟ୍ ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବେ । ସେ ୨୦୨୩ ଯାଏଁ ଏହି ପଦରେ ରହିବେ ।

ବୁଝାମଣା ଅନୁସାରେ, ୨୦୨୩ ପରେ ନଫତାଲୀଙ୍କ ସହ ମେଣ୍ଟ କରିଥିବା ବିରୋଧି ଦଳର ଆଉ ଜଣେ ନେତା ୟ୍ୟାର୍ ଲାପିଡ୍ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବେ । ୟ୍ୟାର୍ ୨୦୨୫ ଯାଏଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ରହିବେ । ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ବିରୋଧରେ  ଦୁର୍ନୀତି ଅଭିଯୋଗ ଆସିଛି । ତେବେ ଇସ୍ରାଏଲରେ ୨୦୧୯ରୁ ଏବେସୁଦ୍ଧା ୪ ଥର ସାଧାରଣ ନିର୍ମାଚନ ହୋଇସାରିଛି । ଟାଇମ୍ସ ଅଫ୍ ଇସ୍ରାଏଲ୍ ଅନୁସାରେ, ସବୁକିଛି ଠିକ୍ ରହିଲେ ରବିବାର ସନ୍ଧ୍ୟାରେ ଇସ୍ରାଏଲକୁ ନୂଆ ପ୍ରଧାନମନ୍ତ୍ରୀ ମିଳିବ ।

ବେଞ୍ଜାମିନ୍ ହେଉଛନ୍ତି ସର୍ବାଧିକ ସମୟ ଧରି ଶାସକ ହୋଇ ରହିଥିବା ନେତା । ସେ ଦୀର୍ଘବର୍ଷ ଧରି ଦେଶରେ ନିଜର ରାଜନୈତିକ ଦବଦବା କାଏମ ରଖିଥିଲେ । ସେ ସଂସଦରେ ପରାସ୍ତ ହେଲେ ମଧ୍ୟ ଦକ୍ଷିଣପନ୍ଥୀ ଲିକୁଡ୍ ପାର୍ଟିର ମୁଖ୍ୟ ହୋଇ ରହିବେ ।

ଇସ୍ରାଏଲରେ ରାଜନୈତିକ ଗତିବିଧି ଜୋର୍ ହେବା ପରେ ନେତନ୍ୟାହୁ ଶପଥ ନେଇଥିଲେ ଯେ, ସେ ନଫତାଲୀଙ୍କ ନେତୃତ୍ୱାଧୀନ ସରକାର ହେଲେ ଅତିଶୀଘ୍ର ତାକୁ ଭାଙ୍ଗି ଦେବେ ।  ନେତନ୍ୟାହୁଙ୍କ ଲିକୁଡ୍ ପାର୍ଟି ପାଖରେ ସର୍ବାଧିକ ସଦସ୍ୟ ଥିଲେ ମଧ୍ୟ ସଂସଦରେ ୬୧ ଜଣ ସଦସ୍ୟଙ୍କ ସମର୍ଥନ ନାହିଁ । ଲିକୁଡ୍ ପାର୍ଟି ମାର୍ଚରେ ହୋଇଥିବା ସାଧାରଣ ନିର୍ବାଚନରେ ୩୦ଟି ଆସନ ଜିତିଥିଲା ।

ନୂଆ ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ନଫତଲୀ ବେନେଟ୍ ଆମେରିକୀୟ ପ୍ରବାସୀ ମାତା-ପିତାଙ୍କ ସନ୍ତାନ ଅଟନ୍ତି । ସେ ଇସ୍ରାଏଲ ସେନାର କମାଣ୍ଡୋ ରହିସାରିଛନ୍ତି । ସେ ଜଣେ କୋଟିପତି ହୋଇଥିବା ବେଳେ ଡିଜିଟାଲ ଦୁନିଆରେ ସଫଳ ମଧ୍ୟ ।  ସେ ମାର୍ଚ୍ଚ ୧୯୭୨ରେ ହାଇଫା ସହରରେ  ଜନ୍ମ ଲାଭ କରିଥିଲେ । ସେ ପାଲେଷ୍ଟାଇନ୍ ନାଗରିକଙ୍କ ପ୍ରତି ଅଧିକ କଠୋର ହେବେ ବୋଲି ଅନୁମାନ କରାଯାଉଛି ।

   Related Posts