କରୋନା ଭାଇରସର ପ୍ରକୋପ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା : ଇସ୍ରାଏଲରେ ଲାଗୁ ହେଲା ୩ସପ୍ତାହର ଲକଡାଉନ୍

Published By : Prameya-News7 Bureau | September 14, 2020 IST

ତେଲ ଅବିବ ୧୪/୯: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ସୋମବାର କରୋନା ଭାଇରସର ପ୍ରକୋପ ବଢ଼ିବା ଦେଖି ୩ସପ୍ତାହ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି। ଏହି ସମୟରେ ସଂକ୍ରମଣକୁ ରୋକିବା ପାଇଁ ସ୍କୁଲ୍ ଏବଂ ଦୋକାନ ବନ୍ଦ ରଖାଯିବ। ଶୁକ୍ରବାର ଆରମ୍ଭ ହେବାକୁ ଯାଉଥିବା ଏହି କରୋନା ଲକଡାଉନ୍ ସମୟରେ ଇସ୍ରାଏଲର ଲୋକଙ୍କ ଯିବା ଆସିବା ଉପରେ ପ୍ରତିବନ୍ଧକ ରହିବ।

ସେ କ୍ୟାବିନେଟର ନିଷ୍ପତ୍ତିକୁ ଟିଭି କନଫରେନ୍ସ କରି କହିଛନ୍ତି। ଇସ୍ରାଏଲରେ ୩ସପ୍ତାହ ଯାଏଁ ଲାଗୁ ଲକଡାଉନ୍ ଅକ୍ଟୋବର ୯ତାରିଖରେ ସରିଯିବ। ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି ଯେ ‘ ସେ ଜାଣିଛନ୍ତି ଯେ ଆମ ସମସ୍ତଙ୍କୁ ଏଥିପାଇଁ ଭାରି ମୂଲ୍ୟ ଦେବାକୁ ପଡ଼ିବ। ଆମେ ନିଜ ପରିବାର ସହ ଉତ୍ସବ ପାଳନ କରିବା ଅବସ୍ଥାରେ ରହିବୁ ନାହିଁ। ସେ ଆଗକୁ କହିଥିଲେ ଯେ ଯଦି ସବୁ ଲୋକ ନିୟମ ପାଳନ କରୁଛନ୍ତି ତେବେ ତାଙ୍କର ବିଶ୍ବାସ ରହିଛି ଯେ କରୋନା ଭାଇରସକୁ ମାତ୍ ଦିଆଯାଇପାରିବ। ସେ ଟିକା ଏବଂ ଦୃତ ଗତିରେ କରାଯାଉଥିବା ଟେଷ୍ଟିଂ ପ୍ରକ୍ରିୟା ଉପରେ ମଧ୍ୟ ନିଜ ଟେଲିଭିଜନ ସମ୍ବୋଧନରେ ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିଲେ।

ଏହି ସମୟରେ ଇସ୍ରାଏଲର ସରକାରର ଜଣେ ମନ୍ତ୍ରୀ କ୍ୟାବିନେଟ୍ ନିଷ୍ପତ୍ତିକୁ ବିରୋଧ କରି ଇସ୍ତପା ଦେଇ ଦେଇଛନ୍ତି। ପ୍ରାଥମିକ ସ୍ତରରେ ସଂକ୍ରମଣ ରୋକିବା ପାଇଁ ଇସ୍ରାଏଲକୁ ଢ଼ୁବ୍ ପ୍ରଶଂସା କରାଯାଇଥିଲା। କିନ୍ତୁ ବୃଦ୍ଧି ପାଉଥିବା ମାମଲା ଯୋଗୁଁ ପ୍ରଧାନମନ୍ତ୍ରୀ ଏବଂ ସରକାରଙ୍କ ବିରୁଦ୍ଧରେ ବିରୋଧ ବଢ଼ିଯାଇଛି। ଅଭିଯୋଗ ରହିଛି ଯେ ସରକାର ମହାମାରୀକୁ ରୋକିବା ପାଇଁ ଉପଯୁକ୍ତ ନିୟମ ଜାରି କରିନଥିଲେ। ରବିବାର ହଜାର ହଜାର ବିକ୍ଷୋଭକାରୀ ନେତନ୍ୟାହୁଙ୍କ ଇସ୍ତଫା ଦାବି କରି ରାଲି ବାହାର କରିଥିଲେ। ସେମାନେ ଏୟାରପୋର୍ଟ ଯାଉଥିବା ନେତନ୍ୟାହୁଙ୍କୁ ରାସ୍ତାରେ ଘେରି ଯାଇଥିଲେ। ନେତନ୍ୟାହୁଙ୍କୁ ଆମେରିକା,ବାହାରିନ୍ ଏବଂ ସଂଯୁକ୍ତ ଆରବ ଏମିରେଟ ସହ ବୁଝାମଣା କରିବାକୁ ଯିବାର ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.