ମିସାଇଲ୍‌ ଆକ୍ରମଣରୁ ଅଳ୍ପକେ ବର୍ତିଲେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ - ସଭାରୁ ନିଆଗଲା ବଙ୍କର ଭିତରକୁ, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | December 26, 2019 IST

ଜେରୁଜେଲମ୍‌ ୨୬।୧୨ - ଇସ୍ରାଏଲ୍‌ରେ ପ୍ରଧାନମନ୍ତ୍ରୀ ବେନ୍ଞ୍ଜାମିନ୍‌ ନେତନ୍ୟାହୁ ଅଳ୍ପକେ ଏକ ମିସାଇଲ୍‌ ଆକ୍ରମଣରୁ ବର୍ତ୍ତିଯାଉଛନ୍ତି । ସେ ଏକ ଜନ ସଭାରେ ଭାଷଣ ଦେଉଥିବା ସମୟରେ ଗାଜାରୁ ମିସାଇଲ୍‌ ଆକ୍ରମଣ କରାଯାଇଥିଲା । ଇସ୍ରାଏଲ୍‌ରେ ଥିବା ଏୟାର ଡିଫେନ୍ସ ସିଷ୍ଟମର ସାଇରନ୍‌ ବାଜି ଉଠିଥିଲା । ସଙ୍ଗେ ସଙ୍ଗେ ନେତନ୍ୟାହୁଙ୍କୁ ସଭା ସ୍ଥଳରୁ ଏକ ବଙ୍କର ଭିତରକୁ ନିଆଯାଇଥିଲା ।

ଏବେ ଗାଜାରେ ଆତଙ୍କବାଦୀ ସଙ୍ଗଠନ ହାମାସ୍‌ ଇସଲାମିଷ୍ଟର କବଜା ରହିଛି । ହାମାସ୍‌ ପକ୍ଷରୁ ବାରମ୍ବାର ଇସ୍ରାଏଲ୍‌ ଉପରେ ଆକ୍ରମଣ କରାଯାଉଛି। ଏହି ରକେଟ୍‌ ଆକ୍ରମଣ ବେଳେ ଇସ୍ରାଏଲ୍‌ର ଏୟାର ଡିଫେନ୍ସ ସିଷ୍ଟମର ସାଇରନ୍‌ ବାଜି ଉଠିଥିଲା । ସେହି ସମୟରେ ସେଠାରେ ଅନୁଷ୍ଠିତ ହେଉଥିବା ଏକ ସ୍ଥାନୀୟ ନିର୍ବାଚନର ସାଧାରଣ ସଭାରେ ନେତାନ୍ୟାହୁ ଉଦ୍‌ବୋଧନ ଦେଉଥିଲେ । ଗାଜାରୁ ଆସିଥିବା ମିସାଇଲ୍‌କୁ ଇସ୍ରାଏଲ୍‌ର ଆଇରନ୍‌ ଡୋମ୍‌ ଏୟାର ଡିଫେନ୍ସ ସିଷ୍ଟମ୍‌ ଇଣ୍ଟେରସେପ୍ଟ କରି ନଷ୍ଟ କରିଦେଇଥିବା ଇସ୍ରାଏଲ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

wp:core-embed/twitter {"url":"https://twitter.com/ABC/status/1209983521198166017?s=20","type":"rich","providerNameSlug":"twitter","className":""}
https://twitter.com/ABC/status/1209983521198166017?s=20
/wp:core-embed/twitter

ଏ ପର୍ଯ୍ୟନ୍ତ ଗାଜା ପକ୍ଷରୁ ଏହି ଆକ୍ରମଣ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ । ଆକ୍ରମଣରେ କୌଣସି କ୍ଷତି ହଇ ନଥିବା ଇସ୍ରାଏଲ୍‌ ପକ୍ଷରୁ କୁହାଯାଇଛି ।

ନିର୍ବାଚନ ସଭାରେ ସମ୍ବୋଧିତ କରିବା ସମୟରେ ହଠାତ୍ ସାଇରନ୍‌ ବାଜି ଉଠିଥିଲା । ସେଠାରେ ମିସାଇଲ୍‌ ଆକ୍ରମଣର ଆଲାର୍ମ ବାଜି ଉଠିଥିଲା । , ସୁରକ୍ଷା କର୍ମୀମାନେ ତୁରନ୍ତ ସେହି ସ୍ଥାନକୁ ଖାଲି କରି ଦେଇଥିଲେ ।

ଏବେ ବେନ୍ଞ୍ଜାମିନ୍‌ ନେତନ୍ୟାହୁଙ୍କ ଦଳର ଅନ୍ତରୀଣ ନିର୍ବାଚନ ଚାଲିଛି । ଏଥିପାଇଁ ସେ ବିଭିନ୍ନ ସହର ବୁଲି ପ୍ରଚାର କାର୍ଯ୍ୟ ଚଳାଇଛନ୍ତି ।
ଗତ କିଛି ଦିନ ତଳେ ଇସ୍ରାଏଲ୍‌ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରି ନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.