Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାତିରେ ଶୋଇବା ସମୟରେ ତକିଆ ତଳେ ରଖନ୍ତୁ ରସୁଣ, ସକାଳେ ଦେଖିବେ କମାଲ

2/05/2019 at 12:31 PM

ରସୁଣ କହିଲେ ପ୍ରଥମେ ସ୍ବାଦକୁ ବୁଝାଯାଏ । କାରଣ ଖାଦ୍ୟର ସ୍ବାଦ ଓ ବାସ୍ନା ବଢାଇବାରେ ରସୁଣର ମୁଖ୍ୟ ଭୂମିକା ଥାଏ । ରୋଷେଇ ଘରର ସବୁଠୁ ଗୁରୁତ୍ବପୂର୍ଣ୍ଣ ପରିବା ହେଉଛି ରସୁଣ । ଏହା କେବଳ ଖାଦ୍ୟର ସ୍ବାଦ ବଢ଼ାଇନଥାଏ ବରଂ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଖୁବ୍‌ ଲାଭଦାୟକ ହୋଇଥାଏ । ରସୁଣରେ ଭରପୁର ଔଷଧିୟ ଗୁଣ ମଧ୍ୟ ଅଛି। ଏଥିପାଇଁ ଅଧିକାଂଶ ଡାକ୍ତର ରସୁଣ ଖାଇବା ପାଇଁ ପରାମର୍ଶ ଦିଅନ୍ତି। ରସୁଣରେ ଥିବା ପ୍ରୋଟିନ ଶରୀରକୁ ଅନେକ ରୋଗରୁ ମୁକ୍ତ କରିଥାଏ। ରସୁଣରେ ଥିବା ପୁଷ୍ଟିକର ତତ୍ବ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।
ରସୁଣ ଖାଇଲେ ଲିଭର ଜଡିତ ସମସ୍ୟା ମଧ୍ୟ ଦୁଏ ନାହିଁ। ଚନ୍ଦାପଣରୁ ମୁକ୍ତି ଦେଇଥାଏ ରସୁଣ । ଏହା ଛଡା ରସୁଣ ଖାଇଲେ ଶରୀରେ ରକ୍ତ ସଂଚାଳନ ପ୍ରକ୍ରିୟା ମଧ୍ୟ ଠିକ୍‌ ହୋଇଥାଏ ଓ ରକ୍ତ ବିଶୁଦ୍ଧ ହୋଇଥାଏ। ଥଣ୍ଡା ଜ୍ବର ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ରସୁଣ ଖାଇବା ଉଚିତ୍‌। ରସୁଣକୁ ଛେଚି କଞ୍ଚା ଖାଇଲେ ଏଥିରେ ଥିବା ତତ୍ବ ଅଧିକ କାମ କରିଥାଏ। ଅପରପକ୍ଷରେ ରସୁଣକୁ ରୋଷେଇ କରି ଖାଇଲେ ଏହାର ଅଧିକାଂଶ ପୁଷ୍ଟିକର ତତ୍ବ ନଷ୍ଟ ହୋଇଥାଏ।

ତେବେ ରସୁଣର ପ୍ରକୃତ ପ୍ରୋଟିନ ହାସଲ କରିବାକୁ ଚାହିଁଲେ ତାକୁ ଛେଚି ପନ୍ଦର ମିନଟ୍‌ ଯାଏଁ ଛାଡି ତାପରେ ଖାଇଲେ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଛେଚିବା ସମୟରେ ଏହାର ବାସ୍ନା କମେଇବା ପାଇଁ ବନସ୍ପତ୍ତି ତେଲର ବ୍ୟବହାର କରିହେବ।

ଅଧିକାଂଶ ଲୋକେ ଶୋଇବା ପୂର୍ବରୁ ରସୁଣକୁ ପାଖରେ ରଖି ଶୋଇଥାନ୍ତି। କାରଣ ତକିଆ ତଳେ ବା ପାଖରେ ରଖି ଶୋଇଲେ ନିଦ ଭଲ ହୋଇଥାଏ। ସେହିଭଳି ରସୁଣ ନିଜ ସହ ନେଇ ବାହାରକୁ ଗଲେ ଶୁଭ ବୋଲି କୁହାଯାଏ। ଏହା ନକରାତ୍ମକ ଶକ୍ତିକୁ ଦୂର କରାଏ। ଏହା ବ୍ୟତୀତ ଅନେକ ଲୋକ ରସୁଣରେ ବାସନ ମଧ୍ୟ ସଫା କରନ୍ତି। ତେଣୁ ରସୁଣକୁ ଖାଇବା ପାଇଁ ଯେତିକି ଉପଯୋଗୀ, ପାଖରେ ରଖିଲେ ମଧ୍ୟ ସେତିକି ଫାଇଦା ହୋଇଥାଏ।  

   Related Posts