Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ରାତିର ରୋମାଞ୍ଚ ପାଇଁ ରାମବାଣ ଉପାୟ ମିଶ୍ରି, ଜାଣନ୍ତୁ ସେବନ ବିଧି

17/06/2019 at 4:39 PM

ଭାରତୀୟ ସଭ୍ୟତାରେ କାହିଁ କେତେକାଳରୁ ମିଶ୍ରିର ଉପଯୋଗ ହୋଇଆସୁଛି। ଚିନିର ଅଶୋଧିତ ଅବସ୍ଥା ହେଉଛି ଏହି ମିଶ୍ରି ଯାହାକୁ ଠାକୁରଙ୍କ ନିକଟରେ ପ୍ରସାଦ ଲଗାଇବାଠାରୁ ଆରମ୍ଭ କରି ମୁଖବାସ ପର୍ଯ୍ୟନ୍ତ ସବୁଥିରେ ଲୋକେ ଉପଯୋଗ କରିଥାନ୍ତି। ଏହାର ଚମତ୍କାରୀ ଔଷଧୀୟ ଗୁଣ ବି ରହିଛି । ଏଣୁ  ବୈଦ୍ୟମାନେ ମିଶ୍ରୀରେ ବିଭିନ୍ନ ରୋଗର ଔଷଧ ପ୍ରସ୍ତୁତ କରି ଲୋକଙ୍କୁ ବର୍ଷବର୍ଷରୁ ସୁସ୍ଥ କରି ଆସୁଛନ୍ତି।

ମିଶ୍ରୀରେ ପ୍ରଚୁର ପରିମାଣରେ ଭିଟାମିନ ସାଙ୍ଗକୁ ଖଣିଜ ଓ ଆମିନୋ ଏସିଡ ଭରି ରହିଥାଏ। ଏଣୁ ଦୁର୍ବଳ ସ୍ବାସ୍ଥ୍ୟର ଶିଶୁଙ୍କୁ ସକାଳେ ଖାଲିପେଟରେ ମିଶ୍ରି ପାଣି ପିଇବାକୁ ଦିଆଯାଏ। ତେବେ ମିଶ୍ରୀ ଯେ ଶାରୀରିକ ଦୁର୍ବଳତା ଦୂର କରିଥାଏ ତା ନୁହେଁ ପୌରଷତ୍ୱ ବୃଦ୍ଧିରେ ବି ସହାୟକ ହୋଇଥାଏ। ତେବେ ଏହାର ସେବନ ବିଧି ଜାଣିବା ଦରକାର। ଶହଶହ ବର୍ଷରୁ ପ୍ରାଚୀନ ବୈଦ୍ୟମାନେ ମିଶ୍ରିରେ ପ୍ରସ୍ତୁତ ଔଷଧରେ ଲୋକଙ୍କୁ ସୁସ୍ଥ କରୁଥିଲେ। ସେହିମାନଙ୍କ ମାର୍ଗଦର୍ଶନରେ ଲୋକେ ଆଜି ବି ମିଶ୍ରିରେ ଘରୋଇ ଚିକିତ୍ସା କରୁଛନ୍ତି।

ମିଶ୍ରି ସହ ଭେଣ୍ଡି ଗଛର ଚେରକୁ ମିସାଇ ଖାଇଲେ ପୌରୁଷତ୍ୱ ବୃଦ୍ଧି ହୋଇଥାଏ। ସେହିପରି ସବୁଦିନ କେଶର, ଦୁଧ ଓ ମିଶ୍ରି ମିସାଇ ପିଇଲେ ଶାରୀରିକ ଦୁର୍ବଳତା ମଧ୍ୟ ଦୂର ହୁଏ। ମିଶ୍ରିର ଅନେକ ଉପଯୋଗ ବିଧି ରହିଛି । ତେବେ ଏତିକି କରି ଦେଖନ୍ତୁ ଆପଣଙ୍କ ରାତି କେମିତି ରଙ୍ଗୀନ ହେଉଛି।

   Related Posts