ଶରୀରରେ ଇମ୍ୟୁନ୍ ସିଷ୍ଟମକୁ ମଜବୁତ କରିଥାଏ କଞ୍ଚା କଦଳୀ, ଜାଣନ୍ତୁ ଏହାର ଅଦ୍ଭୁତ ଫାଇଦା

Published By : Prameya-News7 Bureau | May 26, 2021 IST

ନୂଆଦିଲ୍ଲୀ ୨୬/୦୫: କଦଳୀ ଖାଇବା ପାଇଁ ସମସ୍ତେ ଭଲ ପାଇଥାନ୍ତି, ସେ କଞ୍ଚା ହେଉ ଅବା ପାଚିଲା । ପାଚିଲା ଖଦଳୀ ପରି କଞ୍ଚା କଦଳୀ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ, ଯଦି ଆପଣ ଏହାକୁ ପ୍ରତିଦିନ ଖାଆନ୍ତି, ତେବେ ଅନେକ ରୋଗରୁ ଆପଣ ରକ୍ଷା ପାଇପାରିବେ । ଚାଲନ୍ତୁ ଜାଣିବା ଏହାର ଫାଇଦା ବିଷୟରେ…

{"width":684,"height":484}
Raw Bananas Information and Facts

-ଏଥିରେ ବହୁ ପରିମାଣର ପୋଟାସିୟମ୍ ରହିଥାଏ । ଯାହା ଗଣ୍ଠି ଜନିତ ସମସ୍ୟା ଦୁର କରିଥାଏ ।

-କଞ୍ଚା କଦଳୀ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟର ସମସ୍ୟା ମଧ୍ୟ ଦୂର ହୋଇଥାଏ ।

-କଞ୍ଚା କଦଳୀ ଅନ୍ତନଳୀକୁ ସଫା କରିଥାଏ । ଏହା ଦ୍ୱାରା ଗଚ୍ଛିତ ଥିବା ମଳ ବାହାରିଯାଇଥାଏ । ଏହା ଶରୀରରେ ଖାଦ୍ୟ ସୃଷ୍ଟି କରିଥାଏ ।

- ଏଥିରେ ଅଧିକ ପରିମାଣର କ୍ୟାଲସିୟମ୍ ରହିଥାଏ । ଯାହା ହାଡକୁ ମଧ୍ୟ ମଜବୁତ କରିଥାଏ ।

-ଏଥିରେ ପୋଟାସିୟମ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ମିଳିଥାଏ । ଏହା ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଯେଉଁମାନଙ୍କର ଅଧିକ ଭୋକିଲା ଅନୁଭବ କରିବାର ସମସ୍ୟା ଅଛି, ସେମାନେ ମଧ୍ୟ କଞ୍ଚା କଦଳୀ ଖାଇବା ଉଚିତ୍ । ଏହା ପେଟକୁ ପୂର୍ଣ୍ଣ ରଖିଥାଏ ଏବଂ ଅଧିକ ସମୟ ଭୋକ ଲାଗିବାକୁ ଦେଇନଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.