ପ୍ରତ୍ୟେକ ଦିନ ପିଅନ୍ତୁ ମାଠିଆ ପାଣି, ମିଳିବ ଏହି ସବୁ ଫାଇଦା

Published By : Prameya-News7 Bureau | June 11, 2021 IST

ନୂଆଦିଲ୍ଲୀ ୧୧/୦୬: ପୂର୍ବରୁ ଲୋକମାନେ ଜଳ ସଂରକ୍ଷଣ ପାଇଁ ମାଠିଆ ବ୍ୟବହାର କରୁଥିଲେ । ଏହାର କାରଣ ହେଲା ମାଟି ପାତ୍ରରେ ଥିବା ପାଣି ସ୍ୱାଭାବିକ ଭାବେ ଥଣ୍ଡା ରହିଥାଏ । ଏଥି ସହିତ, ଆମର ପୂର୍ବଜମାନେ ଜାଣିଥିଲେ ଯେ ଏହାର ଜଳ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ । ଗ୍ରୀଷ୍ମ ଋତୁରେ, ଆପଣ ନିଶ୍ଚିତ ଭାବରେ ଏକ ମାଟି ପାତ୍ର କିମ୍ବା ମାଠିଆରୁ ପାଣି ପିଇଥିବେ । ଆଜି ପ୍ରତ୍ୟେକ ଘରେ ରେଫ୍ରିଜରେଟର ବ୍ୟବହାର ଯୋଗୁଁ, ମାଠିଆର ବ୍ୟବହାର ହ୍ରାସ ପାଇଛି । କିନ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ, ମାଟି ପାତ୍ରରେ ରଖାଯାଇଥିବା ପାଣି ପିଇବା ସ୍ୱାସ୍ଥ୍ୟପାଇଁ ଲାଭ ଦାୟକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଏହାର ଲାଭ ବିଷୟରେ-

{"width":655,"height":491}
8 Health Benefits of drinking water from an earthen pot Matka During  Summers : गर्मी से राहत पाने के लिए पीजिए मटके का ठंडा पानी और पाइए ये 8  अचूक फायदे

-ଦି ହେଲ୍ଥସାଇଟର ରିପୋର୍ଟ ଅନୁଯାୟୀ, ଏକ ମାଟି ପାତ୍ରରେ ରଖାଯାଇଥିବା ପାଣି ଗଳା ପାଇଁ ଭଲ ହୋଇଥାଏ । ତେଣୁ, ଥଣ୍ଡା, କାଶ ଏବଂ ଆଜମା ରୋଗରେ ପୀଡିତ ଲୋକମାନେ ଫ୍ରିଜର ଥଣ୍ଡା ପାଣି ବଦଳରେ ମାଠିଆ ପାଣି ପିଇବା ଉଚିତ୍, କାରଣ ଗଳା ପାଇଁ ମାଠିଆ ପାଣି ଉତ୍ତମ ହୋଇଥାଏ ।

-ପ୍ଲାଷ୍ଟିକ୍ ବୋତଲଗୁଡିକ କେବଳ କିଛି ସମୟ ପାଇଁ ବ୍ୟବହାର ଯୋଗ୍ୟ ହୋଇଥାଏ ଏବଂ ଏଥିରେ BPA ପରି ବିଷାକ୍ତ ରାସାୟନିକ ପଦାର୍ଥ ରହିଥାଏ। ତେଣୁ ମାଟି ପାତ୍ରରେ ପାଣି ରଖିବା ଭଲ । କାରଣ ଏହା କେବଳ ଜଳକୁ ସମୃଦ୍ଧ କରିନଥାଏ, ବରଂ ଏହା ଦୂଷିତ ମଧ୍ୟ ହୋଇନଥାଏ ।

-ବାସନ ତିଆରି ପାଇଁ ବ୍ୟବହୃତ ମାଟି ଖଣିଜ ପଦାର୍ଥ ଏବଂ ଇଲେକ୍ଟ୍ରୋମ୍ୟାଗନେଟ୍ ଏନର୍ଜିରେ ଭରପୂର ହୋଇଥାଏ । ତେଣୁ, ମାଟି ପାତ୍ରରୁ ପାଣି ପିଇବା ଶରୀର ପାଇଁ ଲାଭ ଦାୟକ ହୋଇଥାଏ ।

-ଯଦି ଆପଣ ନିୟମିତ ଭାବେ ମାଠିଆ ପାଣି ପିଇଥାନ୍ତି, ତେବେ ଆପଣଙ୍କର ହଜମ ପ୍ରକ୍ରିୟା ଭଲ ରହିଥାଏ । ମାଠିଆ ପାଣିରେ ଅନେକ ରୋଗର ମୁକାବିଲା କରିବାର କ୍ଷମତା ରହିଥାଏ ।

-ଗ୍ରୀଷ୍ମ ମାସରେ ଲୁ ହେବା ଏକ ସାଧାରଣ ସମସ୍ୟା । ମାଟି ହାଣ୍ଡିର ପାଣି ପିଇବା ଏହାର ମୁକାବିଲା କରିବାରେ ସାହାଯ୍ୟ କରିଥାଏ, କାରଣ ମାଟିରେ ଖଣିଜ ପଦାର୍ଥ ଏବଂ ପୋଷକ ତତ୍ତ୍ୱ ରହିଥାଏ ଯାହା ଶୀଘ୍ର ରିହାଇଡ୍ରେସନରେ ସାହାଯ୍ୟ କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.