କରୋନାରୁ ପୁନରୁଦ୍ଧାର ପାଇଁ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ ପନିର୍, ମିଳିବ ଭରପୁର ପ୍ରୋଟିନ୍

Published By : Prameya-News7 Bureau | May 24, 2021 IST

ନୂଆଦିଲ୍ଲୀ ୨୪/୦୫: କରୋନା ସଂକ୍ରମଣରେ ପ୍ରଭାବିତ ଲୋକମାନଙ୍କୁ ପୁନରୁଦ୍ଧାର ପାଇଁ ବହୁତ ସମୟ ଲାଗୁଛି । ଏପରିକି ସେମାନଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ୧ ମାସ ପର୍ଯ୍ୟନ୍ତ ସମୟ ଲାଗିଯାଉଛି । ଯଦି ଆପଣ ଆପଣଙ୍କର ଖାଦ୍ୟ ଏବଂ ପାନୀୟର ବିଶେଷ ଯତ୍ନ ନିଅନ୍ତି, ତେବେ ଆପଣଙ୍କ ସ୍ୱାସ୍ଥ୍ୟରେ ଶୀଘ୍ର ପୁନରୁଦ୍ଧାର ହୋଇପାରିବ । ଡାକ୍ତରମାନେ ପୁନରୁଦ୍ଧାର ସମୟରେ ହାଇ ପ୍ରୋଟିନ୍ଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦେଉଛନ୍ତି । ତେଣୁ ଆପଣଙ୍କ ଖାଦ୍ୟରେ ପନିର୍ ନିଶ୍ଚିତ ଭାବରେ ଅନ୍ତର୍ଭୁକ୍ତ କରିବା ଉଚିତ୍ । ବାସ୍ତବରେ, ପନିରକୁ ସୁପରଫୁଡ୍ ଭାବରେ ବିବେଚନା କରାଯାଏ । ଏହା କରୋନା ପୁନରୁଦ୍ଧାର ସମୟରେ ପ୍ରୋଟିନର ଅଭାବକୁ କମ କରିଥାଏ । ପ୍ରୋଟିନ୍ ଆମ ହାଡ ଏବଂ ମାଂସପେଶୀ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ପନିର ଖାଇବା ମଧ୍ୟ ମସ୍ତିଷ୍କ ପାଇଁ ଅନେକ ଲାଭ ଆଣିଥାଏ । ଆସନ୍ତୁ ଜାଣିବା ପ୍ରତିଦିନ କେତେ ପନିର ଏବଂ କିପରି ଖାଇବା ଉଚିତ୍ ।

{"width":660,"height":440}
How To Make Paneer | Indian Recipes | Maunika Gowardhan

ଯଦି ଆପଣ କରୋନା ସଂକ୍ରମଣରୁ ସୁସ୍ଥ ହେଉଛନ୍ତି ତେବେ ଆପଣଙ୍କୁ ନିଜ ଖାଦ୍ୟରେ ପ୍ରୋଟିନ୍ ଅନ୍ତର୍ଭୁକ୍ତ କରିବା ଉଚିତ୍ । ପ୍ରୋଟିନ୍ ଡ୍ୟାମେଜ୍ ଟିସୁକୁ ଶୀଘ୍ର ଆରୋଗ୍ୟ କରିବାରେ ସାହାଯ୍ୟ କରିଥାଏ । ଏହାଦ୍ୱାରା ପୁନରୁଦ୍ଧାର ଶୀଘ୍ର ହୋଇଥାଏ । ଯଦି ଆପଣ ଶାକାହାରୀ, ତେବେ ଆପଣଙ୍କୁ ନିଶ୍ଚିତ ଭାବରେ ପନିର ଅନ୍ତର୍ଭୁକ୍ତ କରିବା ଉଚିତ୍ । ପନିରରେ ପ୍ରଚୁର ପରିମାଣର ପ୍ରୋଟିନ୍ ରହିଥାଏ ଏବଂ ଏଥିରେ ଥିବା ଆମିନୋ ଏସିଡ୍ ଶରୀରକୁ ବିପଜ୍ଜନକ ରୋଗରୁ ରକ୍ଷା କରିଥାଏ । କୋଭିଡରେ ପୁନରୁଦ୍ଧାର ପ୍ରକ୍ରିୟାରେ ପ୍ରତିଦିନ ୭୫ ରୁ ୧୦୦ ଗ୍ରାମ୍ ପନିର ଖାଇବାକୁ ପରାମର୍ଶ ଦିଆଯାଇଥାଏ ।

ପନିରର ଫାଇଦା:

ପନିର୍ ପ୍ରୋଟିନର ଏକ ଉତ୍ତମ ଉତ୍ସ । ଏହା ବ୍ୟତୀତ ପନିରରେ କ୍ୟାଲସିୟମ୍, ଫସଫରସ୍, ଫୋଲେଟ୍, ଭିଟାମିନ୍ ଡି ଭଳି ପୋଷକ ତତ୍ତ୍ୱ ମିଳିଥାଏ । ପନିରରେ କ୍ୟାଲସିୟମ ଏବଂ ଫସଫରସ୍ ରହିଥାଏ, ଯାହା ହାଡକୁ ଶକ୍ତିଶାଳୀ କରିଥାଏ।| ଆର୍ଥ୍ରାଇଟିସରୁ ରକ୍ଷା ପାଇବା ପାଇଁ ପନିର ମଧ୍ୟ ଲାଭଦାୟକ ହୋଇଥାଏ । ପନିରରେ ସେଲେନିୟମ୍ ନାମକ ଏକ ଆଣ୍ଟି-ଅକ୍ସିଡାଣ୍ଟ ଆପଣଙ୍କୁ ସୁସ୍ଥ ଏବଂ ଫିଟ୍ ରଖିଥାଏ ।

କେତେବେଳେ ଖାଇବା ଉଚିତ୍ ପନିର୍:

ବାସ୍ତବରେ, ଆପଣ ଯେକୌଣସି ସମୟରେ ଯେପରି ଭାବରେ ପନିର୍ ଖାଇପାରିବେ । କିନ୍ତୁ ଯଦି ଆପଣ ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନର ୧ ଘଣ୍ଟା ପୂର୍ବରୁ ପନିର୍ ଖାଇଥାନ୍ତି ତେବେ ଏହା ଅଧିକ ଲାଭଦାୟକ ହୋଇଥାଏ । ଆପଣ ରାତିରେ ଶୋଇବାର ୧ ଘଣ୍ଟା ପୂର୍ବରୁ ମଧ୍ୟ ପନିର୍ ଖାଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.