ଶରୀରରେ ରକ୍ତ ବଢାଏ ଏହି ଗଛ, ମଧୁମେହ ଓ ରକ୍ତଚାପ ସହ ଯୌନ ସମସ୍ୟା ମଧ୍ୟ କରିଥାଏ ଦୂର

Published By : Prameya-News7 Bureau | April 19, 2019 IST

wp:heading {"level":5}
ଆଜିକାଲି ପ୍ରାୟତଃ ଅଧିକାଂଶ ଲୋକେ କିଛି ନା କିଛି ରୋଗରେ ପିଡୀତ । ଏହି ବ୍ୟସ୍ତତା ଜୀବନରେ ଲୋକଙ୍କ ପାଖରେ ନିଜ ପାଇଁ ସମୟ କାଢିବା କଷ୍ଟକର। ତେଣୁ କୌଣସି ରୋଗରୁ ଶୀଘ୍ର ମୁକ୍ତ ହେବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଔଷଧ ଖାଆନ୍ତି। ଔଷଧ ଖାଇ ରୋଗ ଠିକ୍‌ ହୋଇଥାଏ ସତ କିନ୍ତୁ ଅନେକ ଏମିତି ପ୍ରାକୃତିକ ଔଷଧ ଅଛି ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ।
/wp:heading {"id":104959}
wp:heading {"level":5}
ମନ୍ଦାର ଫୁଲ ଯେତିକି ସୁନ୍ଦର ସେତିକି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ମନ୍ଦାର ଫୁଲ ଓ ପତ୍ରରେ ଅନେକ ପୁଷ୍ଟିକର ତତ୍ବ ଥାଏ। ଏହି ଫୁଲରେ ଭିଟାମିନ ସି, କ୍ୟାଲସିଅମ୍‌, ମିନେରାଲ, ଫାଇବର, ଫ୍ୟାଟ୍‌ ଓ ଆଣ୍ଟିଅକ୍ସିଡେଣ୍ଟ ଭରପୁର ମାତ୍ରାରେ ଥାଏ। ମନ୍ଦାର ଫୁଲ ପତ୍ର ଓ ପତ୍ରର ପାଉଡର ବିଭିନ୍ନ ରୋଗରୁ ମୁକ୍ତ କରିଥାଏ। ଏହାର ଔଷଧିୟ ଗୁଣ ଅନେକ ରୋଗ ଠିକ୍‌ କରିଥାଏ । ମନ୍ଦାର ଫୁଲ ପତ୍ରରେ ଆଣ୍ଟି କ୍ୟାନସର, ଆଣ୍ଟିଡିପ୍ରେସେଣ୍ଟ, ଆଣ୍ଟିଏଜିଂ, ଓ ଆଣ୍ଟି ବ୍ୟାକଟେରିଆଲ ଗୁଣ ଥାଏ। ମନ୍ଦାର ଫୁଲର ରସ କୋଲେଷ୍ଟ୍ରୋଲ ନିୟନ୍ତ୍ରଣ ସହ ଅନ୍ୟ ସମସ୍ୟା ଯେମିତିକି ଲିଭର ଡାମେଜ୍‌, ଋତୁସ୍ରାବ ଜନିତ ପେଟବ୍ୟଥା  ଆଦି ସମସ୍ୟା କରିଥାଏ। ଏହା ସହ ପାଚନ ପ୍ରକ୍ରିୟା ଠିକ୍‌ ହେବା, ରକ୍ତଚାପ ନିୟନ୍ତ୍ରଣ କରିବା, କ୍ୟାନସର ଭଳି ରୋଗରୁ ମଧ୍ୟ ମୁକ୍ତ କରିଥାଏ। କେବଳ ସେତିକି ନୁହେଁ ଓ ତା ରସ ଦ୍ବାରା
/wp:heading {"id":104960}
wp:heading {"level":5}
୧-ଏନିମିଆରୁ ମୁକ୍ତି
/wp:heading wp:heading {"level":5}
ମନ୍ଦାର ଫୁଲ ସୁଖାଇ ତାର ପାଉଡର ତିଆରି ହୁଏ। ଏହି ପାଉଡରରେ ଅନେକ ଔଷଧିୟ ଗୁଣ ଥାଏ। ଏହି ପାଉଡରର ଗୋଟେ ଚାମୁଚ କ୍ଷୀରରେ ମିଶାଇ ପିଇଲେ ଶରୀରରେ ରକ୍ତହୀନତା ଦୂର ହୋଇଥାଏ। ଏଫଳରେ ଏମିମିଆ ସମସ୍ୟାରୁ ମୁକ୍ତି ମିଳିଥାଏ। କେବଳ ସେତିକି ନୁହେଁ ମନ୍ଦାର ଫୁଲ ପତ୍ରର ପାଉଡର ମିଶ୍ରି ସହ ମିଶାଇ ଖାଇଲେ ସ୍ମରଣ ଶକ୍ତି ବଢିଥାଏ।
/wp:heading

୨-ମଧୁମେହ ନିୟନ୍ତ୍ରଣ

ମଧୁମେହ ସମସ୍ୟାରୁ ମୁକ୍ତ ହେବା ପାଇଁ ପ୍ରତ୍ୟେକ ଦିନ ୨-୩ ମନ୍ଦାର ଫୁଲର ପତ୍ରରେ ଚା ତିଆରି କରି ପିଇଲେ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

{"id":104961,"width":565,"height":424}

୩- କେଶ ଝଡିବା ସମସ୍ୟା ଦୂର କରେ

ମନ୍ଦାର ଫୁଲର ରସ ଓ ଅଲିଭ ତେଲକୁ ମିଶାଇ କେଶରେ ଲଗାଇଲେ କେଶ ପାଇଁ ଲାଭଦାୟକ ହୋଇଥାଏ। ଏହା ଦ୍ବାରା କେଶ ଗହଳ ହେବା ସହ ଝଡିବା ସେସ୍ୟା ମଧ୍ୟ ଦୂର ହୋଇଥାଏ।

୪- ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା

ମନ୍ଦାର ଫୁଲରେ ଭିଟାମିନ ତତ୍ବ ଥିବାରୁ ଏହି ପ୍ରୋଟିନଯୁକ୍ତ ତତ୍ବ ଖାଇଲେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବ ନାହିଁ। ଗଳାରେ ଦରଜ ଏବଂ କଫଜନିତ ସମସ୍ୟା ମଧ୍ୟ ସମାଧାନ କରିବ ମନ୍ଦାର ଫୁଲର ହର୍ବାଲ ଟି।

{"id":104962}

୫- ରକ୍ତଚାପ ନିୟନ୍ତ୍ରଣ କରିବା

ଉଚ୍ଚ ରକ୍ତଚାପର ସମସ୍ୟା ଥିଲେ ମନ୍ଦାର ଫୁଲର ଗଛ ଘରେ ନିହାତି ଲଗାଇବା ଉଚିତ୍‌। କାରଣ ମନ୍ଦାର ଫୁଲର ରସ ପିଇଲେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ ।

୬- ଯୌନଜୀବନ ପରିପୁଷ୍ଟ ହୁଏ

ମନ୍ଦାର ଫୁଲ ମେଲ ଏଣ୍ଡ୍ରୋଜନର କାମ କରିଥାଏ । ଏହି ଫୁଲ ପୁରୁଷଙ୍କ କାମୋତ୍ତେଜନା ବର୍ଦ୍ଧକ ହୋଇଥାଏ । ଯୌନଜୀବନକୁ ଅଧିକ ସଫଲ କରିଥାଏ ଏହି ଫୁଲର ରସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.