୯୯% ଲୋକେ ଜାଣିନଥାନ୍ତି ମାଛମୁଣ୍ଡ ଖାଇଲେ କଣ ହୁଏ

Published By : Prameya-News7 Bureau | March 13, 2019 IST

wp:heading {"level":5}
ଅଧିକାଂଶ ଲୋକ ମାଛ ଖାଇବାକୁ ବହୁତ ପସନ୍ଦ କରନ୍ତି। କିଛି ଲୋକେ ସ୍ୱାସ୍ଥର ଫାଇଦା ପାଇଁ ଖାଆନ୍ତି ତ କିଛି ସ୍ବାଦ ଓ ସଉକ ପାଇଁ ମାଛ ଖାଆନ୍ତି। ମାଛ ଖାଇବା ଶରୀର ପାଇଁ ନିଶ୍ଚୟ ଲାଭଦାୟକ ହୋଇଥାଏ। ତେବେ ଜାଣନ୍ତୁ ମାଛର ମୁଣ୍ଡ ଖାଇଲେ କଣ ହୁଏ ।
/wp:heading {"id":93191,"width":594,"height":395}
wp:heading {"level":5}
ଆଜିକାଲି ମହିଳା ଓ ପୁରୁଷଙ୍କର ଆଖି ସମସ୍ୟା ଏକ ସାଧାରଣ କଥା। ଅଧିକାଂଶ ଲୋକେ ଦୃଷ୍ଟି ଜନିତ ସମସ୍ୟାର ସାମ୍ନା କରିଥାନ୍ତି। ମାଛ ଖାଇଲେ ଆଖିର ଦୃଷ୍ଟି ଶକ୍ତି ବଢେ। ମାଛ ମୁଣ୍ଡ ଖାଇଲେ ଆଖି ଲାଲ ହେବା, ଆଖି ଜଳିବାର ସମସ୍ୟା ହୁଏ ନାହିଁ। ଅନେକ ଲୋକଙ୍କ ଆଖିରୁ ପାଣି ବାହାରିବାର ସମସ୍ୟା ଥାଏ। କେବଳ ସେତିକି ନୁହଁ ଆଖି ସମ୍ୱନ୍ଧିତ ଅନେକ ରୋଗ ଥାଏ। ତେଣୁ ଏହି ସମସ୍ୟାରୁ ମୁକ୍ତ ହେବା ପାଇଁ ମାଛ ମୁଣ୍ଡ ଖାଇବା ଆବଶ୍ୟକ। ମାଛ ମୁଣ୍ଡରେ ବହୁତ ଔଷଧିୟ ଗୁଣ ଥାଏ ।
/wp:heading {"id":93192,"width":594,"height":270}
wp:heading {"level":5}
ମାଛ ମୁଣ୍ଡ ଖାଇଲେ କେଶ ଝଡିବା ସମସ୍ୟା ମଧ୍ୟ ଦୂର ହୋଇଥାଏ। ଆଜିକାଲିର ଏହି ପ୍ରଦୂଷିତ ପରିବେଶରେ କେଶ ଝଡିବା ସାଧାରଣ ହୋଇଯାଇଛି। ଅଧିକାଂଶ ଲୋକେ ଏହି ସମସ୍ୟାର ଶିକାର ହୁଅନ୍ତି। ତେବେ ଏହି ସମସ୍ୟାରୁ ମୁକ୍ତ ହେବା ପାଇଁ ମାଛ ମୁଣ୍ଡ ଖାଇବା ଉଚିତ୍‌। କେଶ ଝଡିବା ବନ୍ଦ ହେବା ସହ ମାଛ ମୁଣ୍ଡ ଖାଇଲେ ସୁସ୍ଥ ଘନ କେଶ ହୋଇଥାଏ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.