ଘରେ ପିମ୍ପୁଡି ରହିବା ଦେଇଥାଏ କେଉଁ ସଂକେତ, ଜାଣନ୍ତୁ
20/06/2019 at 3:48 PM

ସାଧାରଣତଃ ଘରେ ପିମ୍ପୁଡି ଦେଖିଲେ ତାକୁ ଗୋଡରେ ମାଡି ଦିଆ ଯାଏ ବା ବାହାର କରିଦିଆଯାଏ।କିନ୍ତୁ ଅଧିକାଂଶ ଲୋକେ ଜାଣିନଥାନ୍ତି ଯେ ଘରେ ପିମ୍ପୁଡି ଥିଲେ ତାହା କିଛି ସଂକେତ ଦେଇଥାଏ। ପିମ୍ପୁଡି ଦୁଇ ପ୍ରକାରର ଥାନ୍ତି, ଲାଲ ଓ କଳା। ତେବେ ଘରେ ଲାଲ ପିମ୍ପୁଡି ଥିବା ଭଲ ସଂକେତ ହୋଇନଥାଏ। ଲାଲ ପିମ୍ପୁଡି ଘରେ ରହିବା ଅଶୁଭ ହୋଇଥାଏ। ଅପରପକ୍ଷରେ କଳା ପିମ୍ପୁଡି ଘରେ ଥିଲେ ଏହା ଭଲ ସଂକେତ ହୋଇଥାଏ। କାରଣ କଳା ପିମ୍ପୁଡି ଘରେ ରହିବା ଶୁଭ ।

ଘରେ ଅଧିକ ମାତ୍ରାରେ ଲାଲ ପିମ୍ପୁଡି ଥିଲେ ଆର୍ଥିକ ସ୍ଥିତି ଖରାପ ହୋଇଥାଏ ଓ ଏହା ଆଗାମୀ ସଂକଟର ସୂଚନା ଦେଇଥାଏ। ହଜାର ହଜାର ପିମ୍ପୁଡିଙ୍କୁ ମାରିଲେ ମଧ୍ୟ ତାଙ୍କ ଅଭିଶାପ ପଡିଥାଏ।ଲାଲ ପିମ୍ପୁଡିଙ୍କୁ ଗୋଡରେ ବା ଔଷଧ ଦେଇ ନମାରି ଏକ ସାଧାରଣ ଉପାୟ ଦ୍ବାରା ସେମାନଙ୍କଠୁ ମୁକ୍ତି ପାଇହେବ।

ଘରେ ଅଧିକ ମାତ୍ରାରେ ଲାଲ ପିମ୍ପୁଡି ଥିଲେ ଲେମ୍ବୁ ଦ୍ବାରା ଏହି ମମସ୍ୟାର ସମାଧାନ କରିହେବ। ଲେମ୍ବୁକୁ ଛୋଟ ଛୋଟ ଖଣ୍ଡରେ କାଟି ପିମ୍ପୁଡି ଥିବା ସ୍ଥାନରେ ରଖିଲେ ପିମ୍ପୁଡି ସେଠାରୁ ପଳାଇଯାଆନ୍ତି। ଏହା ବ୍ୟତୀତ ତେଜ ପତ୍ର ବାସ୍ନାରେ ମଧ୍ୟ ପିମ୍ପୁଡି ପଳାନ୍ତି। କିଛି ଲୋକେ କଳା ଲଙ୍କାର ବ୍ୟବହାର କରି ଘରୁ ପିମ୍ପୁଡି କାଢନ୍ତି। ପିମ୍ପୁଡିଙ୍କୁ ଲୋକେ ଧ୍ୟାନ ଦିଅନ୍ତି ନାହିଁ ସତ କିନ୍ତୁ ଏହା କେବେ ସଂକଟରୁ ରକ୍ଷା କରେ ତ କେବେ ସଂକଟରେ ପକାଏ।