Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କଦଳୀ ପରି ତାହାର ଚୋପା ମଧ୍ୟ ହୋଇଥାଏ ଅତ୍ୟନ୍ତ ଲାଭ ଦାୟକ, ଜାଣନ୍ତୁ ଏହାର ବ୍ୟବହାର

23/05/2021 at 5:05 PM

ନୂଆଦିଲ୍ଲୀ ୨୩/୦୫: ଯେତେବେଳେ ବି ଆମେ କଦଳୀ ଖାଇଥାଉ, ତାହାର ଚୋପାକୁ ଅଳିଆ ବାକ୍ସରେ ପକାଇ ଦେଇଥାଉ । କିନ୍ତୁ କଦଳୀ ଚୋପା ଏହାର ଫଳ ପରି ଲାଭଦାୟକ ମଧ୍ୟ ଅଟେ ।  କଦଳୀ ଚୋପାକୁ ଅନେକ ଉପାୟରେ ବ୍ୟବହାର କରାଯାଇପାରେ । ଏହାର ଲାଭ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

-ପ୍ରତ୍ୟେକ ଦିନ ଦାନ୍ତରେ କଦଳୀ ଚୋପାକୁ ଘଷିବା ଦ୍ୱାରା ଦାନ୍ତ ଉଜ୍ୱଳ ହୋଇଥାଏ । କାରଣ କଦଳୀରେ ଥିବା ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଏବଂ ମାଙ୍ଗାନିଜ୍ ଦାନ୍ତରେ ଥିବା ହଳଦିଆ ରଙ୍ଗକୁ ହଟାଇବାରେ ବହୁତ ସାହାଯ୍ୟ କରିଥାଏ ।

– ଯଦି ଆପଣଙ୍କର ପାଦ କିମ୍ବା ହାତରେ କଳା ଦାଗ ରହିଥାଏ, ତେବେ କଦଳୀ ଚୋପାକୁ ଘଷିବା ଅତ୍ୟନ୍ତ ଲାଭଦାୟକ ହେବ । ଏଥିପାଇଁ କଦଳୀ ଚୋପାକୁ ଘଷନ୍ତୁ ଏବଂ ରାତିସାରା ଛାଡିଦିଅନ୍ତୁ ।

– କଦଳୀ ଚୋପା ରେ ଏପରି ଅନେକ ଉପାଦାନ ମିଳିଥାଏ, ଯାହା ଦ୍ୱାରା ବ୍ରଣ ସମସ୍ୟା ମଧ୍ୟ ଦୂର ହୋଇଥାଏ । ତ୍ୱଚାରେ କଦଳୀ ଚୋପା ଲଗାଇବା ଦ୍ୱାରା ତ୍ୱଚା ନରମ ହୋଇଥାଏ ।

– କଦଳୀ ଚୋପା ସାହାଯ୍ୟରେ ଆପଣ ଜୋତା ଏବଂ ଚମଡ଼ାରେ ତିଆରି ଅନ୍ୟାନ୍ୟ ଜିନିଷକୁ ମଧ୍ୟ ଉଜ୍ଜ୍ୱଳ କରିପାରିବେ ।

– କଦଳୀ ଚୋପା ଚର୍ମରେ ଜଳର ଅଭାବକୁ ସମ୍ପୂର୍ଣ୍ଣ କରିଥାଏ । କଦଳୀ ଚୋପାକୁ ଗ୍ରାଇଣ୍ଡ କରି ଅଣ୍ଡାର କେଶରରେ ମିଶାଇ ମୁହଁରେ ଲଗାଇବା ଦ୍ୱାରା ମୁହଁର କୁଞ୍ଚନ ଦୁର ହୋଇଥାଏ ।

   Related Posts