Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ବେଲଗାମ୍, ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାରରୁ ଅଧିକ କେସ୍, ୨୨୬୩ ମୃତ
  • ||
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||
  • ଏବେ ୪ ଘଣ୍ଟା ଖୋଲା ରହିବ ବ୍ୟାଙ୍କ୍, ଅଧା କର୍ମଚାରୀରେ ଚାଲିବ କାର୍ଯ୍ୟ
  • ||
  • ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୧୨ କରୋନା ଆକ୍ରାନ୍ତ
  • ||
  • ୩ ଦିନ ପାଇଁ ପଞ୍ଚାୟତ ସଟଡାଉନ୍, ସଂକ୍ରମଣ ବୃଦ୍ଧି ପରେ ପ୍ରଶାସନର ବଡ ପଦକ୍ଷେପ
  • ||

ମଦ୍ୟପାନ ଶରୀର ପାଇଁ କ୍ଷତିକାରକ, ହେଲେ ନାଭିରେ ମଦ ଲଗାଇଲେ ମିଳିବ ଏହି ସବୁ ରୋଗରୁ ମୁକ୍ତି

30/06/2019 at 2:05 PM

ମଦ ପିଇବା ଶରୀର ପାଇଁ କ୍ଷତିକାରକ । ଏହା ଜାଣି ମଧ୍ୟ ଅଭ୍ୟସ୍ତ ଲୋକେ ମଦ ପିଇବା ଛାଡନ୍ତି ନାହିଁ। ଆଜିକାଲି ଯୁବବର୍ଗମାନଙ୍କ ମଧ୍ୟରେ ମଦ ପିଇବା ଏକ ଟ୍ରେଣ୍ଡ ପାଲଟିଯାଇଛି।ମଦ ପିଇଲେ କିଡନୀ ଓ ଲିଭର ଉପରେ ଖରାପ ପ୍ରଭାବ ପଡେ।କିନ୍ତୁ ମଦର ଏକ ବିଶେଷତ୍ବ ଏହା ଯେ, ମଦର କିଛି ବୁନ୍ଦା ନାଭିରେ ଲଗାଇଲେ ଅନେକ ମହତ୍ବପୂର୍ଣ୍ଣ ଫାଇଦା ହୋଇଥାଏ।

 ନାଭିରେ ମଦ ଲଗାଇଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ।ଅଧିକାଂଶ ସମୟରେ କାଶ, ଥଣ୍ଡା, ଜ୍ବର, ମାଂସପେଶିରେ ଯନ୍ତ୍ରଣା ବା ଫ୍ଲୁ ଓ ପେଟ ଯନ୍ତ୍ରଣା ଭଳି ସମସ୍ୟା ହେଉଥିଲେ ନାଭିରେ ମଦ ଲଗାଇବା ଉଚିତ୍‌।ନାଭିରେ ମଦ ଲଗାଇଲେ ଏହି ସବୁସମସ୍ୟାର ସମାଧାନ ହୋଇଥାଏ।  

୧- ପ୍ରତିଦିନ ରାତିରେ ନାଭିରେ ମଦ ଲଗାଇ ଶୋଇଲେ ପାଦ ଗୋଇଠି ଫାଟେନାହିଁ।

୨- ଅଧିକ ପେଟ ଯନ୍ତ୍ରଣା ହେଉଥିଲେ ରାତିରେ ନାଭିରେ ମଦ ଲଗାଇ ଶୋଇଲେ ଧିରେ ଧିରେ ଏହି ସମସ୍ୟା ସମାଧାନ ହୋଇଯିବ।

୩- ନାଭିରେ ମଦ ଲଗାଇଲେ ଆଖି ମଧ୍ୟ ଥଣ୍ଡା ରହେ। କାରଣ ମଦରେ ଭିଟାମିନ- ଏର ମାତ୍ରା ଭରପୁର ଥାଏ ଯାହା ଆଖି ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।  

୪- ନାଭିରେ ମଦ ଲଗାଇବା ପାଇଁ ଏକ ଛୋଟ ଟୁକୁଡା ତୁଳା ନେଇ ତାକୁ ମଦରେ ଭିଜାଇବା ଜରୁରୀ। ଏହା ପରେ ସେହି ତୁଳାକୁ ନାଭି ଉପରେ ୧୦-୧୫ ମିନଟ୍‌ ଯାଏଁ ରଖିବା ଉଚିତ୍। ନାଭି ଆଖପାଖରେ କଟିଥିଲେ ମଦ ଲଗାଇବା ଅନୁଚିତ୍‌ । କାରଣ ଏହା ଦ୍ବାରା ଅଧିକ ଯନ୍ତ୍ରଣା ହୋଇପାରେ।  

୫- ମଦ ସହ ଆଲର୍ଜି ଥିଲେ ବା ତା ଗନ୍ଧ ପସନ୍ଦ ନଥିଲେ ଏହି ଉପଚାର କରିବା ଅନୁଚିତ୍‌।

   Related Posts