୧୭ ଲକ୍ଷଟଙ୍କା ଜମା କରିବା ପରେ ଯାଇ ମିଳିବ ଏହି ଏଟିଏମ୍ କାର୍ଡ, ବିଶେଷତ୍ବ ଜାଣିଲେ ଉଡିଯିବ ହୋଶ
16/10/2019 at 10:43 AM

ପ୍ରାୟତଃ ATM କାର୍ଡ ଟଙ୍କା କାଢିବା ପାଇଁ ବ୍ୟବହାର କରାଯାଏ। ହେଲେ ଏଟିଏମ୍ କାର୍ଡ ନେବା ପାଇଁ ୧୭ ଲକ୍ଷ ଟଙ୍କା ଜମା କରିବାକୁ ପଡିବ ଏହା କେହି ଜାଣିନଥିବେ। ଲଣ୍ଡନରେ ରୟାଲ ମିଣ୍ଟ ଗୋଲ୍ଡ କାର୍ଡ ଜାରି କରିଛି। ଏହି କାର୍ଡ ୧୮ କେରେଟ ସୁନାରେ ତିଆରି ହୋଇଛି। ଏହି କାର୍ଡ ଦ୍ବାରା ଲୋକେ ସପିଂ ମଧ୍ୟ କରିପାରିବେ।
ରୟାଲ ମିଣ୍ଟ ମୂଦ୍ରା ତିଆରି କରୁଥିବା ଏକ କମ୍ପାନୀ। ଏହି କମ୍ପାନୀ ବ୍ରିଟିଶ ସରକାରଙ୍କ ଅଧିନରେ ରହିଛି। କମ୍ପାନୀ ଏହି କାର୍ଡକୁ ମାଷ୍ଟରକାର୍ଡ ଓ ପେମେଣ୍ଟ ଟେକ୍ନୋଲୋଜି ଫର୍ମ ଅକମ୍ପିଶ ଫାଇନେଂଶଲ ସହ ପାର୍ଟନରସିପ କରିଛି।
ସୂଚନାଯୋଗ୍ୟ ଯେ, ଏହି କାର୍ଡ ପାଇବା ପାଇଁ ହେଲେ ଗ୍ରାହକଙ୍କୁ ୧୬,୮୫,୨୨୫ ଟଙ୍କା ଜମା କରିବାକୁ ହେବ। କମ୍ପାନୀ କାର୍ଡକୁ ୨ଟି ସେଗମେଣ୍ଟରେ ବଜାରକୁ ଆଣୁଛି। ପ୍ରଥମଟି ହେଉଛି ରୋଜ ଗୋଲ୍ଡ ଓ ଦ୍ବିତୀୟଟି ହେଉଛି ୟେଲୋ ଗୋଲ୍ଡ। କମ୍ପାନୀର ସୂଚନା ଅନୁସାରେ ଏଭଳି କେବଳ ୫୦ଟି କାର୍ଡ ତିଆରି ହେବ।