Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଅଦା ପାଣିର ଗୁଣ ଅନେକ : କମାଏ କୋଲେଷ୍ଟ୍ରଲ, ନିୟନ୍ତ୍ରିତ ହୁଏ ମଧୁମେହ

10/04/2021 at 2:59 PM

ନୂଆଦିଲ୍ଲୀ ୧୦/୦୪: ଆୟୁର୍ବେଦରେ ଅଦାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଡିବୁଟି ଭାବରେ ଗଣାଯାଇଛି ।  ଔଷଧୀୟ ଗୁଣର ଭଣ୍ଡାର ହେଉଛି ଅଦା ଯାହା ଭୋକ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଥଣ୍ଡା ଏବଂ କାଶ ବ୍ୟତୀତ ଅଦା ଶ୍ୱାସ ଜନିତ ରୋଗ, ଗଣ୍ଠି ଯନ୍ତ୍ରଣା ଏବଂ ବାନ୍ତି ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ଯଦି ଆପଣ ଅଦା ଦ୍ୱାରା ନିଜ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାକୁ ଚାହାଁନ୍ତି, ତେବେ ଆପଣ ଅଦା ପାଣି ପିଇବା ଆରମ୍ଭ କରନ୍ତୁ । ସକାଳେ ଖାଲି ପେଟରେ ଅଦା ପାଣି ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ ।

Ginger water: Benefits, risks, and how to make it at home

ଅଦା ପାଣିରୁ ମିଳୁଥିବା ଫାଇଦା :

. ଅନେକ ଲୋକଙ୍କର ହଜମ ପ୍ରକ୍ରିୟାରେ ଗଡବଡ ହୋଇଥାଏ । ସେ କିଛି ବି ଖାଇଲେ ତାଙ୍କର ପେଟ ଜନିତ ସମସ୍ୟା ଦେଖାଯାଇଥାଏ। ଏହି ଲୋକମାନଙ୍କ ପାଇଁ ଅଦା ପାଣି ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

. ଅଦା ପାଣିରେ ଲେମ୍ବୁ ରସ ଏବଂ ମହୁ ମିଶାଇ ପିଇବା ଦ୍ୱାରା ଗର୍ଭାବସ୍ଥା ସମୟରେ ବାନ୍ତି ହେବାର ସମସ୍ୟା ଦୂର ହୋଇଥାଏ ।

. ଅଦା ପାଣିରେ ଜିଙ୍କ୍‌ର ଏକ ଉତ୍ତମ ଭାଗ ରହିଥାଏ ଯାହା ଶରୀରରେ ଇନସୁଲିନ୍ କ୍ଷରଣ ବଢାଇଥାଏ ଏବଂ ରକ୍ତରେ ସୁଗାର ଲେବଲକୁ କମ୍ କରିବାରେ ସାହାଯ୍ୟ କରିଥାଏ । ତେଣୁ ମଧୁମେହ ରୋଗୀଙ୍କ ପାଇଁ ଅଦା ପାଣି ମଧ୍ୟ ଲାଭଦାୟକ ହୋଇଥାଏ ।

. ଏହା ହୃଦରୋଗର ଚିକିତ୍ସାରେ ମଧ୍ୟ ବ୍ୟବହୃତ ହୁଏ । କୋଲେଷ୍ଟ୍ରଲକୁ କମ୍ କରିବାରେ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ଅଦା ପାଣି ସହାୟକ ହୋଇଥାଏ।

. ଅନେକ ସମୟରେ ଲୋକମାନେ ମାଂସପେଶୀର ଯନ୍ତ୍ରଣା ମଧ୍ୟ ଭୋଗିଥାନ୍ତି, ଯେଉଁଥିପାଇଁ ସେମାନେ ପେନ୍ କିଲର୍ ଖାଇଥାନ୍ତି ।  କିନ୍ତୁ ଏହିପରି ଔଷଧ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇପାରେ । ତେଣୁ ଏଥିଲାଗି ଅଦା ପାଣି ପିଅନ୍ତୁ । ମାଂସପେଶୀରେ ଯନ୍ତ୍ରଣା ସମସ୍ୟାରୁ ଆରାମ ମିଳିବ ।

   Related Posts