Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

କଣ୍ଡୋମ୍ ପିନ୍ଧିବାକୁ କହିବାରୁ ଦେହଜୀବୀ ଉପରେ ରାଗିଗଲା ଗ୍ରାହକ, ଗଳାକାଟି ମାରିଦେଲା

25/01/2020 at 3:26 PM

ବେଙ୍ଗାଲୁରୁ ୨୫/୧: ବେଙ୍ଗାଲୁରୁରେ ଜଣେ ଦେହଜୀବୀଙ୍କ ହତ୍ୟା ମାମଲା ସାମନାକୁ ଆସିଛି। ମହିଳାଙ୍କୁ ମୃତ ଅବସ୍ଥାରେ ଘରୁ ଉଦ୍ଧାର କରାଯାଇଥିଲା। ପୋଲିସଙ୍କ କହିବା ଅନୁସାରେ ନିରାପଦ ସେକ୍ସ କରିବାକୁ କହିବାରୁ ଗ୍ରାହକ ରାଗିଯାଇ ମହିଳାଙ୍କ ଗଳା କାଟି ଦେଇଥିଲା।

ଘଟଣାଟି ଘଟିଛି ପଶ୍ଚିମ ବେଙ୍ଗାଲୁରୁରେ। ଏଠାକାର ରାଜାଜୀ ନଗରରେ ଜଣେ ମହିଳା ନିଜ ସ୍ବାମୀଙ୍କଠୁ ଅଲଗା ହେବା ପରେ ନିଜ ପୁଅ ସହ ରହୁଥିଲେ। ଜାନୁୟାରୀ ୧୧ତାରିଖରେ ସେ ମୁକୁନ୍ଦା ନାମକ ଗାର୍ଡ଼କୁ ଭେଟିଥିଲେ। ସେ ମାଣ୍ଡୟା ପାଇଁ ବସ୍ ଧରିବାକୁ ଯାଉଥିଲା। ଉଭୟଙ୍କ ମଧ୍ୟରେ ସେକ୍ସକୁ ନେଇ ଡିଲ୍ ହୋଇଥିଲା। ମହିଳା ତାଙ୍କଠୁ ୨୫୦୦ଟଙ୍କା ମାଗିଥିଲେ। ୧୫୦୦ଟଙ୍କାରେ ଡିଲ୍ ସ୍ଥିର ହୋଇଥିଲା। ମହିଳା ତା’ଠୁ ୫୦୦ଟଙ୍କା ଆଡଭାନ୍ସ ନେଇଥିଲେ ଏବଂ ସେ ତା’ ସହ ରାଜାଜୀନଗର ଯାଇଥିଲା। ବସ୍ ଏବଂ ଅଟୋରେ ଯିବା ପରେ ଦୁହେଁ ଘରକୁ ପହଞ୍ଚିଥିଲେ।

ଘରେ ପହଞ୍ଚିବା ପରେ ମହିଳା ଗାର୍ଡ଼କୁ ସୁରକ୍ଷିତ ଶାରିରୀକ ସମ୍ପର୍କ ପାଇଁ କଣ୍ଡୋମ୍ ପିନ୍ଧିବା ପାଇଁ କହିଥିଲେ କିନ୍ତୁ ସେ ମାନିନଥିଲା। ଫଳରେ ଗାର୍ଡ଼ ମହିଳାଙ୍କୁ ତାଙ୍କ ଟଙ୍କା ଫେରାଇ ଦେବାକୁ କହିଥିଲା। କିନ୍ତୁ ସେ ତାଙ୍କ ଟଙ୍କା ଫେରାଇ ନଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ଗାର୍ଡ଼ ମହିଳାଙ୍କ ପେଟରେ ଛୁରୀ ଭୁଷି ଦେଇଥିଲା। ମହିଳା ଚିତ୍କାର କରିବାରୁ ଗାର୍ଡ଼ ତାଙ୍କ ଗଳା କାଟି ହତ୍ୟା କରିଥିଲା। ମହିଳାଙ୍କ ପୁଅ ସ୍କୁଲରୁ ଆସିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ପୋଲିସ୍ ଅଭିଯୁକ୍ତ ଗାର୍ଡ଼କୁ ଗିରଫ କରିଛି।

   Related Posts