Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ପରିବାର ସଦସ୍ୟଙ୍କୁ ଆତ୍ମହତ୍ୟା ଲାଗି ଉସକାଇବା ଅଭିଯୋଗରେ ଟାବଲଏଡ ସମ୍ପାଦକ ଗିରଫ

2/10/2021 at 9:58 PM

ବେଙ୍ଗାଲୁରୁ ୨।୧୦: ଗତ ମାସରେ ପତ୍ନୀ, ଦୁଇ ଝିଅ ଓ ଏକମାତ୍ର ପୁଅଙ୍କ ଆତ୍ମହତ୍ୟା ମାମଲାରେ ବେଙ୍ଗାଲୁର ପୋଲିସ ସ୍ଥାନୀୟ ଟାବଲଏଡ ସମ୍ପାଦକ ଏଚ.ଶଙ୍କର(୫୯)ଙ୍କୁ ଗିରଫ କରିଛି। ଏହା ସହ ତାଙ୍କ ଜ୍ୱାଇଁମାନେ ମଧ୍ୟ ଗିରଫ ହୋଇଛନ୍ତି। ପରିବାର ସଦସ୍ୟଙ୍କୁ ଆତ୍ମହତ୍ୟା ଲାଗି ଉସକାଇବା ଅଭିଯୋଗରେ ପୋଲିସ ସେମାନଙ୍କୁ ଗିରଫ କରିଛି। ଶସକାରା ପତ୍ରିକାର ସମ୍ପାଦକ ଏଚ.ଶଙ୍କରଙ୍କ ଉତ୍ତର ବେଙ୍ଗାଲୁରୁସ୍ଥିତ ବାସଭବନରେ ମହିଳାଙ୍କ ସମେତ ଏକ ୯ ମାସର ଶିଶୁର ମୃତ ଦେହ ଗତମାସ ୧୭ ତାରିଖରେ ଉଦ୍ଧାର ହୋଇଥିଲା।

ସେତେବେଳେ ଘଟଣା ଆତ୍ମହତ୍ୟା ବୋଲି ଧରାଯାଉଥିବା ବେଳେ ପରେ ଏହା ପାରିବାରିକ ଆର୍ଥିକ ବିବାଦ କାରଣରୁ ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏଥିରେ ପରିବାର ସଦସ୍ୟଙ୍କ ହତ୍ୟା ଲାଗି ସମ୍ପାଦକ ଶଙ୍କର ଓ ତାଙ୍କ ଜ୍ୱାଇଁମାନଙ୍କୁ ଗିରଫ କରାଯାଇଛି। ପରିବାରରେ ଏପରି ଅଘଟଣ ଲାଗି ପ୍ରାରମ୍ଭିକ ବୟାନରେ ଶଙ୍କର ତାଙ୍କ ମୃତ ପତ୍ନୀ ଭାରତୀ(୫୪)ଙ୍କୁ ଦାୟି କରିଥିଲେ।

ସେ କହିଥିଲେ ଯେ ଭାରତୀ ତାଙ୍କର ଦୁଇ ଝିଅ ସିଞ୍ଚନା କୁମାରୀ (୩୨) ଓ ସିନ୍ଧୁରାଣୀ (୨୯)ଙ୍କୁ ସେମାନଙ୍କ ସ୍ୱାମୀଙ୍କ ଠାରୁ ପୃଥକ କରି ପାରିବାରିକ ଅସନ୍ତୋଷ ସୃଷ୍ଟି କରିଥିଲେ। ଟଙ୍କା ପଇସା ବିବାଦକୁ ନେଇ ସେ ଘଟଣାର ସପ୍ତାହ ପୂର୍ବରୁ ଘରୁ ଚାଲିଯାଇଥିବାର ପୋଲିସକୁ କହିଥିଲେ। ତେବେ ମାମଲାର ତଦନ୍ତରେ ଶଙ୍କରଙ୍କୁ ତାଙ୍କ ୨ ବର୍ଷର ନାତୁଣୀଙ୍କ ସହ ଘରେ ଖେଳୁଥିବାର ଟେଲିଭିଜନ କ୍ୟାମେରାରେ ରେକର୍ଡ ହୋଇଥିବାର ଦେଖାଯାଇଥିଲା। ଏଥିରୁ ଶଙ୍କରଙ୍କ ଉପରେ ସନ୍ଦେହ ଘନିଭୂତ ହୋଇଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି। ପରେ ତାଙ୍କ ଦୁଇ ଜ୍ୱାଇଁଙ୍କୁ ମଧ୍ୟ ମାମଲାରେ ଗିରଫ କରାଯାଇଛି।  

   Related Posts