Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ବିବେକ ଓବେରୟଙ୍କ ଘରେ ବେଙ୍ଗାଲୁରୁ ପୋଲିସ୍‌ର ଚଢ଼ାଉ

15/10/2020 at 2:52 PM

ବେଙ୍ଗାଲୁରୁ ୧୫/୧୦: ବଲିଉଡ ଅଭିନେତା ବିବେକ ଓବେରୟଙ୍କ ଘରେ ବେଙ୍ଗାଲୁରୁ ପୋଲିସ୍ ଚଢ଼ାଉ କରିଛି। ବେଙ୍ଗାଲୁରୁ ପୋଲିସର ୨ଜଣ ପୋଲିସ୍ ଦ୍ବିପ୍ରହର ୧ଟାରେ ଚଢ଼ାଉ ଆରମ୍ଭ କରିଛନ୍ତି। ଏହି ଚଢ଼ାଉ ବିବେକ ଓବେରୟଙ୍କ ଶଳା ଆଦିତ୍ୟ ଅଲଭାଙ୍କ ମାମଲାରେ କରାଯାଉଛି। ବେଙ୍ଗାଲୁରୁ ପୋଲିସ୍ ସର୍ଚ୍ଚ ଓ୍ବାରେଣ୍ଟ ନେଇ ବିବେକ ଓବେରୟଙ୍କ ଜୁହୁ ସ୍ଥିତ ଘରେ ପହଞ୍ଚିଛି।

ଆଦିତ୍ୟ ଅଲଭା ଫେରାର ଅଛନ୍ତି। ବିବେକ ଓବେରୟ ତାଙ୍କ ସମ୍ପର୍କୀୟ ଏବଂ ସୂଚନା ମିଳିଛି ଯେ ଆଦିତ୍ୟ ତାଙ୍କ ଘରେ ଲୁଚିଛି। ତେଣୁ ସେମାନେ ଏଠାରେ ଚଢ଼ାଉ କରିଛନ୍ତି। ଏଥିପାଇଁ କୋର୍ଟରୁ ଓ୍ବାରେଣ୍ଟ ନିଆଯାଇଥିଲା ଏବଂ କ୍ରାଇମ ବ୍ରାଞ୍ଚର ଟିମ୍ ବେଙ୍ଗାଲୁରୁରୁ ମୁମ୍ବାଇରେ ତାଙ୍କ ଘରେ ପହଞ୍ଚିଛି।

ଆଦିତ୍ୟ ଅଲଭାଙ୍କ ବେଙ୍ଗାଲୁରୁ ଘରର ମଧ୍ୟ ପୋଲିସ୍ ତଲାଶୀ ନେଇଛି। ଆଦିତ୍ୟ ଅଲଭା କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜୀବରାଜ ଅଲଭାଙ୍କ ପୁଅ। ତାଙ୍କ ବିରୋଧରେ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଗାୟକ ଏବଂ ଅଭିନେତାଙ୍କୁ କଥିତ ଭାବେ ଡ୍ରଗ୍ସ ସପ୍ଲାଇ କରିବାର ଅଭିଯୋଗ ରହିଛି।

କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିକୁ ସ୍ୟାଣ୍ଡଲଉଡ ନାମରେ ମଧ୍ୟ ଜଣା ଯାଏ। ବଲିଉଡ ଭଳି ସାଉଥରେ ମଧ୍ୟ ଡ୍ରଗ୍ସକୁ ନେଇ ଖୁଲାସା ହୋଇଥିଲା। ଏହି ହାଇ ଫାଇ ଡ୍ରଗ୍ କେସରେ ଅନେକ ବଡ଼ ବଡ଼ ନାଁ ସାମନାକୁ ଆସିଥିଲା। କେତେକ ପେଡଲର ମଧ୍ୟ ଗିରଫ ହୋଇଥିଲେ। ଏହା ସହିତ ଏହି ମାମଲାରେ ଅଭିନେତ୍ରୀ ରାଗିଣୀ ଦ୍ବିବେଦୀ ଏବଂ ସଞ୍ଜନା ଗଲରାନିଙ୍କୁ ଗିରଫ କରାଯାଇଥିଲା।

   Related Posts