IPL ୨୦୨୧ : ଶେଷ ଓଭରରେ ଜାଡେଜାଙ୍କ ଛକା ବର୍ଷା, ବେଙ୍ଗାଲୁରୁକୁ ୧୯୨ ରନର ବିଜୟ ଲକ୍ଷ୍ୟ ଦେଲା ଚେନ୍ନାଇ

Published By : Prameya-News7 Bureau | April 25, 2021 IST

ମୁମ୍ବାଇ ୨୫/୦୪ : ଓ୍ବାଙ୍ଖେଡେ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ୍‌ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଲଢେଇ ଜାରି ରହିଛି । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ୍ ହରାଇ ୧୯୧ ରନ ସଂଗ୍ରହ କରିଛି ମହେନ୍ଦ୍ର ସିଂହ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍‌ । ବିରାଟ କୋହଲିଙ୍କ ବେଙ୍ଗାଲୁରୁକୁ ଜିତିବାକୁ ହେଲେ ୧୯୨ ରନ କରିବାକୁ ହେବ । ଜାଡେଜାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ବଡ ସ୍କୋର କରିବାକୁ ସକ୍ଷମ ହୋଇଛି ଚେନ୍ନାଇ ।

Image

ଚେନ୍ନାଇ ପକ୍ଷରୁ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଋତୁରାଜ ଗାଏକ୍ବାଡ୍‌ ଏବଂ ଫାଫ୍‌ ଡୁ ପ୍ଲେସି ଭଲ ଆରମ୍ଭ କରିଥିଲେ । ଗାଏକ୍ବାଡ୍‌ ଦମଦାର ବ୍ୟାଟିଂ କରି ୨୫ ବଲରୁ ଗୋଟିଏ ଛକା ଏବଂ ୪ଟି ଚୌକା ସହାୟତାରେ ୩୩ ରନ ଆଉଟ ହୋଇଛନ୍ତି । ସେହିଭଳି ଡୁ ପ୍ଳେସିସ୍‌ ୪୧ ବଲ​‌ ଖେଳି ଗୋଟିଏ ଛକା ଏବଂ ୫ଟି ଚୌକା ସହାୟତାରେ ୫୦ ରନ କରି ଆଉଟ ହୋଇଛନ୍ତି । ଏହା ପରେ ସୁରେଶ ରୈନା ବିସ୍ଫୋରକ ଆରମ୍ଭ କରି ୩ଟି ଛକା ଏବଂ ଗୋଟିଏ ଚୌକା ସହାୟତାରେ ୨୪ରନ, ଅମ୍ବାତି ରାୟୁଡୁ ୧୪ ରନ କରି ଆଉଟ ହୋଇଛନ୍ତି । ରବୀନ୍ଦ୍ର ଜାଡେଜା ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୮ ବଲ ଖେଳି ୫ ଛକା ଓ ୪ ଚୌକା ସହାୟତାରେ ସହାୟତାରେ ୬୨ ଏବଂ ମହେନ୍ଦ୍ର ସିଂ ଧୋନୀ ୨ ରନ କରି ଅପରାଜିତ ଅଛନ୍ତି  ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ହର୍ଷଲ ପଟେଲ ୪ ଓଭରରେ ୫୧ ରନ ଦେଇ ସର୍ବାଧିକ ୩ଟି ଓ୍ବିକେଟ ନେଇଛନ୍ତି । ସେହିଭଳି ମହମ୍ମଦ ସିରାଜ ୪ ଓଭରରେ ୩୨ ରନ, କାଏଲ ଜିମିସନ୍‌ ୩ ଓଭରରେ ୩୧ ରନ, ୟୁଜବେନ୍ଦ୍ର ଚହଲ ୩ ଓଭରରେ ୨୪ ରନ ୧ ଓ୍ବିକେଟ୍‌, ନବଦୀପ ସାଇନୀ ୨ ଓଭରରେ ୨୭ ରନ, ଡାନ୍‌ କ୍ରିଷ୍ଟିୟାନ୍‌ ୨ ଓଭରରେ ୧୨ ରନ ଏବଂ ଓ୍ବାଶିଂଟନ୍ ସୁନ୍ଦର ୨ ଓଭରରେ ୧୩ ରନ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.