Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ହତ୍ୟା ମାମଲାରେ ୧୪ ବର୍ଷ ଜେଲ, ତଥାପି ଛାଡିନଥିଲେ ଲକ୍ଷ, ଡାକ୍ତର ହୋଇ ବାହାରିଲେ

15/02/2020 at 6:18 PM

କଲବୁର୍ଗି ୧୫।୨:  ଦୃଢ ଇଛା ଶକ୍ତି ଆଗରେ ହାର ମାନିଛି ପ୍ରତି ବନ୍ଧକ। ପିଲାଟି ଦିନରୁ ଡାକ୍ତର ହେବାକୁ ସ୍ୱପ୍ନ ଦେଖୁଥିଲେ। ସେହି ଅନୁସାରେ ପାଠ ପଢି ଏମବିବିଏସ ତୃତୀୟ ବର୍ଷ ଛାତ୍ର ଥିବା ବେଳେ ଏକ ହତ୍ୟା ଅପରାଧରେ ଛନ୍ଦି ହୋଇପଡିଥିଲା କର୍ଣ୍ଣାଟକର ଏହି ଛାତ୍ରଟି। ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୪ ବର୍ଷ ଜେଲଦଣ୍ଡାଦେଶ ବି କରିଥିଲେ। ହେଲେ ଛାତ୍ରଟି ଡାକ୍ତର ହେବାର ଲକ୍ଷ ପୁରଣ କରିଛି। ସେ ହେଉଛନ୍ତି କର୍ଣ୍ଣାଟକ ରାଜ୍ୟ କାଲବୁର୍ଗି ଅଫଜଲପୁରାର ଡାକ୍ତର ସୁଭାଷ ପାଟିଲ।

ସୁଭାଷ ୧୯୯୭ ମସିହାରେ ଏମବିବିଏସ୍ ପଢିବା ଲାଗି ଆଡମିସନ କରିଥିଲେ। ତୃତୀୟ ବର୍ଷର ଛାତ୍ର ଥିବା ବେଳେ ୨୦୦୨ ମସିହାରେ ସେ ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ହୋଇପଡିଥିଲେ। ଏକ୍ସାଇଜ କଣ୍ଟ୍ରାକ୍ଟର ଅଶୋକ ଗୁଟେଦାରଙ୍କୁ ତାଙ୍କ ପତ୍ନୀଙ୍କ ସହଯୋଗରେ ସେ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା। ସେତେବେଳେ ସେ ଗୁଲବର୍ଗା ମହାଦେବପ୍ପା ରାମପୁର ମେଡିକାଲ କଲେଜରେ ତୃତୀୟ ବର୍ଷ ଡାକ୍ତରୀ ଛାତ୍ର ଥିଲେ। ତେବେ  ଦଣ୍ଡାଦେଶ ପରେ ଜଣେ ଡାକ୍ତରୀ ଛାତ୍ର ଭାବେ ସେ ଜେଲ ବିଭାଗ ଓପିଡିରେ କାମ କରିବା ସହ ସଜା କାଟିଥିଲେ। ଜେଲରେ ତାଙ୍କ ବ୍ୟବହାର ଓ ଆଚରଣ ଯୋଗୁ ଜେଲ ବିଭାଗ ତାଙ୍କୁ ୨୦୧୬ ଅଗଷ୍ଟ ୧୫ ତାରିଖ ଦିନ ମୁକ୍ତ କରିଦେଇଥିଲେ। ସେ ଜେଲରୁ ମୁକୁଳିବା ପରେ ଅଧା ଥିବା ତାଙ୍କର ଡାକ୍ତରୀ ପାଠ୍ୟକ୍ରମକୁ୨୦୧୯ରେ ଶେଷ କରିଛନ୍ତି। 

କୋର୍ଟ ତାଙ୍କୁ ଆଜୀବନ ଦଣ୍ଡଦେଶ କରିବା ବେଳେ ସେ ଭାବିଥିଲେ ତାଙ୍କ ସ୍ୱପ୍ନ ଅଧୁରା ରହିଗଲା। ହେଲେ ତାଙ୍କର ଦୃଢ ଇଛା ଶକ୍ତି ଯୋଗୁ ସେ ନିଜକୁ ସାବ୍ୟସ୍ତ କରିପାରିଛନ୍ତି। ଏମବିବିଏସ୍ ଡିଗ୍ରି କୋର୍ସ ଲାଗି ସେ ତାଙ୍କର ୧ ବର୍ଷର ବାଧ୍ୟତାମୂଳକ ଇଣ୍ଟର୍ଣ୍ଣସିପ୍ ନିକଟରେ ଶେଷ ହୋଇଥିବା ବେଳେ ଏବେ ସେ ଜଣେ ଡାକ୍ତର ଭାବେ ରୋଗୀ ଚିକିତ୍ସା କରିପାରିବେ। ସୁଭାଷଙ୍କ ସହ ଅସୋକ ଗୁଟେଦାରଙ୍କ ପତ୍ନୀ ପଦ୍ମାବତୀ ମଧ୍ୟ ଗିରଫ ହୋଇଥିଲେ। ତେବେ ସେ ଏବେ ଜେଲରେ ଦଣ୍ଡ ଭୋଗ କରୁଛନ୍ତି।

   Related Posts