କର୍ଣ୍ଣାଟକ ମ୍ୟୁନିସିପାଲିଟି ନିର୍ବାଚନରେ କଂଗ୍ରେସର ବାଜିମାତ : ତୃତୀୟ ସ୍ଥାନକୁ ଖସିଲା ବିଜେପି

Published By : Prameya-News7 Bureau | May 01, 2021 IST

ବେଙ୍ଗାଲୁରୁ୧/୫ : କର୍ଣ୍ଣାଟକ ମ୍ୟୁନିସିପାଲିଟି ନିର୍ବାଚନରେ ବାଜି ମାରିଛି କଂଗ୍ରେସ । ଏପ୍ରିଲ ୨୭ରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରୁ ୧୦ ସିଟରୁ କଂଗ୍ରେସ ୬, ଜେଡି(ଏସ) ୨ ଓ ବିଜେପି ଗୋଟିଏ ସିଟ୍ ହାସଲ କରିଛି । ତେବେ ଏଠାରେ ଆଗୁଆ ରହି ବାଜି ମାରିଛି କଂଗ୍ରେସ । ଦୀର୍ଘଦିନ ଧରି ବିଜେପିର ୨ ପ୍ରମୁଖ ଗଡ ବାଲାରି ଏବଂ ତିର୍ଥାଲି ଆସନକୁ କବଜା କରିନେଇଛି ଜାତୀୟ ଦଳ ।

ଫଳାଫଳ ଘୋଷଣା ପରେ କଂଗ୍ରେସ ତାର କାର୍ଯ୍ୟକାରିଣୀ ନେଇ ବିସ୍ତୁତ ତଥ୍ୟ ରଖିଛି । ୧୦ ୟୁଏଲବି ମଧ୍ୟରେ କଂଗ୍ରେସ ୧୧୯, ଜେଡି(ଏସ୍) ୬୭ ଏବଂ ୫୪ ସିଟ୍ ବିଜେପି ତୃତୀୟ ସ୍ଥାନରେ ରହିଛି । ଚଳିତ କୋଭିଡ-୧୯ ପରିସ୍ଥିତିକୁ ଠିକା ଭାବେ ସୁପରିଚାଳନା କରିନଥିବା କାରଣରୁ ମୁଖ୍ୟମନ୍ତ୍ରୀ ବି.ଏସ ୟେଦିୟୁରପ୍ପାଙ୍କ ଗଡରେ ଗେରୁଆ ଦଳ ମାଟି କାମୁଡିଛି । କଂଗ୍ରେସ ଭଉୟ ଭଦ୍ରାବତୀ ମ୍ୟୁନିସିପାଲଟି ଓ ତିର୍ଥାପଲ୍ଲୀ ପଞ୍ଚାୟତରେ ବାଜିମାତ କରିଛି । ବଲାରୀରେ କେବଳ ବିଜେପି ନୁହେଁ ବିଧାୟକ ସୋମଶେଖର ରେଡ୍ଡି ଏବଂ ପୂର୍ବତନ ସାଂସଦ ତଥା ମନ୍ତ୍ରୀ ବି. ଫକିରପ୍ପାଙ୍କ ସମ୍ପର୍କୀୟଙ୍କୁ ବି ହରାଇଛି । ରେଡ୍ଡିଙ୍କ ପୁଅ ଶ୍ରବଣ କୁମାର ଏବଂ ଫକିରପ୍ପାଙ୍କ ଝିଅ ଉମାଦେବୀ ପରାଜୟ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.