Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଡିଭିଲିୟର୍ସଙ୍କ ବିସ୍ଫୋରକ ଅର୍ଦ୍ଧଶତକ, କୋଲକାତା ନାଇଟ୍ ରାଇଡର୍ସକୁ ୧୯୫ ରନର ବିଜୟ ଲକ୍ଷ୍ୟ ଦେଲା ବେଙ୍ଗାଲୁରୁ

12/10/2020 at 9:18 PM

ଶାରଜା ୧୨।୧୦: ଷ୍ଟାଇଲିସ ବ୍ୟାଟସମ୍ୟାନ ଏବି ଡିଭିଲିୟର୍ସଙ୍କ ବିସ୍ଫୋରକ ଅପରାଜିତ ଅର୍ଦ୍ଧଶତକ ବଳରେ ଶାରଜାରେ ଖେଳାଯାଉଥିବା ଆଇପିଏଲର ୨୮ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସ ସମ୍ମୁଖରେ ୧୯୫ ରନର ବିଜୟ ଲକ୍ଷ୍ୟ ରଖିଛି। ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ଏବି ଡିଭିଲିୟର୍ସଙ୍କ ୭୩ ରନ ବଳରେ ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ୍ ହରାଇ ୧୯୪ ରନ କରିଛି। ଆରୋନ ଫିଞ୍ଚ ୪୭ ରନର ଉପଯୋଗୀ ଇନିଂସ ଖେଳିଥିଲେ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଦୁଇ ଓପନର ଆରୋନ ଫିଞ୍ଚ ଓ ଦେବଦୁତ୍ତ ପାଡିକଲ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ଓ୍ଵିକେଟ୍‌ରେ ୭.୪ ଓଭରରେ ୬୭ ରନ ଯୋଡିଥିଲେ। ପାଡିକଲ ୨୩ ବଲରୁ ୪ ଚୌକା ଓ ୧ ଛକା ସହ ୩୨ ରନ କରି ଆନ୍ଦ୍ରେ ରସେଲଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ଆରୋନ ଫିଞ୍ଚ ଭଲ ବ୍ୟାଟିଂ କରି ୩୭ ବଲରୁ ୪ ଚୌକା ଓ ୧ ଛକା ସହ ୪୭ ରନର ଉପଯୋଗୀ ଇନିଂସେ ଖେଳି ପାଭିଲିୟନ ଫେରିଥିଲେ।

ଏହା ପରେ ଅଧିନାୟକ ବିରାଟ କୋହଲି ଓ ଏବି ଡିଭିଲିୟର୍ସ ଦଳର ଇନିଂସ ସମ୍ଭାଳିଥିଲେ। ଡିଭିଲିୟର୍ସ କ୍ରିଜକୁ ଆସିବା ମାତ୍ରେ ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ମାତ୍ର ୨୩ ବଲରୁ ଆଇପିଏଲରେ ୩୬ତମ ଅର୍ଦ୍ଧଶତକ ହାସଲ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ରୁତ ଗତିରେ ରନ ସଂଗ୍ରହ କରି ଅବିଭାଜିତ ତୃତୀୟ ଓ୍ଵିକେଟ୍‌ରେ ୧୦୦ ରନ  ଯୋଡିଥିଲେ। ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ୍ ହରାଇ ୧୯୪ ରନର ସ୍କୋର ଛିଡା କରିଛି। ଡିଭିଲିୟର୍ସ ୩୩ ବଲରୁ ୫ ଚୌକା ଓ ୬ ଛକା ସହ ୭୩ ରନ ଏବଂ ବିରାଟ କୋହଲି ୩୩ ରନ କରି ଅପରାଜିତ ଥିଲେ।

କୋଲକାତା ନାଇଟ୍ ରାଇଡର୍ସ ତରଫରୁ ପ୍ରସିଦ୍ଧ କ୍ରିଷ୍ଣା ଓ ଆନ୍ଦ୍ରେ ରସେଲ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

   Related Posts