Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ପରିଚୟ ବିହୀନ ଶିଶୁ କନ୍ୟାକୁ ଆଦରରେ କୋଳେଇ ନେଲେ ବେଙ୍ଗାଲୁରୁର ଦମ୍ପତ୍ତି

21/10/2020 at 3:09 PM

ବଲାଙ୍ଗୀର ୨୧।୧୦: କଥାରେ ଅଛି ଯାହାର କେହି ନାହିଁ ତାକୁ ଭଗବାନ ସାହା । ମା’ ସିନା ଜନ୍ମ କରିଦେଲା ହେଲେ ଅଲୋଡା କରି ଛାଡି ଚାଲିଗଲା । କୋମଳମତି ଶିଶୁ କନ୍ୟାକୁ ଆଦରି ନେଲେ ସୁଦୂର ବେଙ୍ଗାଲୁରୁର ଦମ୍ପତ୍ତି । ଶିଶୁଟିକୁ କୋଳେଇ ନେଲେ ନିଜ କୋଳକୁ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ସହରରେ ।

ଗତ କିଛି ମାସ ତଳେ ସ୍ଥାନୀୟ ଆୟୁର୍ବେଦିକ କଲେଜ ନିକଟରୁ ଏକ ପରିତ୍ୟକ୍ତ ସ୍ଥାନରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ । ଶିଶୁଟିକୁ ଉଦ୍ଧାର କରି ତାର ଚିକିତ୍ସା ପରେ ସ୍ଥାନୀୟ ପ୍ୟାଲେସ୍ ଲାଇନ୍ ନିକଟରେ ଥିବା ପୋଷ୍ୟ ସନ୍ତାନ ଗ୍ରହଣ ଅନୁଷ୍ଠାନ ବା ସିଏଏରେ ରଖାଯାଇଥିଲା । ସେଠାରେ ତାର ଲାଳନ ପାଳନ କରୁଥିଲେ ଅନୁଷ୍ଠାନର କର୍ମଚାରୀ । ତାର ନାଁ ତୁଳସୀ ରଖାଯାଇଥିଲା । ତେବେ କୌଣସି ସୂତ୍ରରୁ ଖବର ପାଇ ଶିଶୁଟିକୁ କୋଳେଇ ନେବା ପାଇଁ ବେଙ୍ଗାଲୁରୁରୁ ଏକ ଦମ୍ପତ୍ତି ଧାଇଁ ଆସିଥିଲେ ବଲାଙ୍ଗୀରକୁ ।

ଜିଲ୍ଲପାଳ ଚଞ୍ଚଳ ରାନାଙ୍କ ସହ କଥା ହେବା ପରେ ୭ ମାସର ଏହି ଶିଶୁ କନ୍ୟାକୁ କୋଳେଇ ନେଇଛନ୍ତି ବେଙ୍ଗାଲୁରୁର ଏହି ଦମ୍ପତ୍ତି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଅଫିସରେ ଜରୁରୀ ସରକାରୀ କାଗଜପତ୍ର କରି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି । ପେଶାରେ ଓକିଲ ଥିବା ଏହି ଦମ୍ପତ୍ତିଙ୍କ ପଦକ୍ଷେପକୁ ବେଶ୍ ପ୍ରଶଂସା କରାଯାଉଛି । ସେହିପରି ଭବିଷ୍ୟତରେ ତୁଳସୀକୁ ଏକ ଭଲ ମଣିଷ କରିବେ ବୋଲି କହିଛନ୍ତି ବେଙ୍ଗାଲୁରୁର ଦମ୍ପତ୍ତି ।

   Related Posts