Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ମାତ୍ର ୨୫୦୦ ଟଙ୍କାରେ ଭେଣ୍ଟିଲେଟର ତିଆରି କଲା ଭାରତୀୟ କମ୍ପାନୀ, ବିନା ବିଦ୍ୟୁତରେ ମଧ୍ୟ କରିବ କାର୍ଯ୍ୟ

21/04/2020 at 10:25 AM

ବେଙ୍ଗାଲୁରୁ, ୨୧|୦୪:  ଡାଇନାମେଟିକ୍ ଟେକ୍ନୋଲୋଜି ନାମକ ବେଙ୍ଗାଲୁରୁର ଏକ ଇଞ୍ଜିନିୟରିଂ ସଂସ୍ଥା ବିଶ୍ୱର ସବୁଠାରୁ କମ ଦାମର ଭେଣ୍ଟିଲେଟର ତିଆରି କରିଛି । ଏନେଇ ନିତି ଆୟୋଗର ସିଇଓ ଅମିତାଭ କାନ୍ତ ଟ୍ୱିଟ ଯୋଗେ ପ୍ରକାଶ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ଯେ ଏହି ଭେଣ୍ଟିଲେଟର ପାଇଁ ବିଦ୍ୟୁତ ଶକ୍ତିର ଆବଶ୍ୟକତା ନାହିଁ । ଏଥିରେ ବ୍ୟବହାର କରାଯାଇ ସମସ୍ତ ଟେକନୋଲୋଜି ସ୍ୱଦେଶୀ ଜ୍ଞାନରେ ନିର୍ମିତ ହୋଇଛି ।ଏହା ପ୍ରେସର ନିୟନ୍ତ୍ରଣ କରିବା ସହ ଶ୍ୱାସକ୍ରିୟା ପାଇଁ ଅମ୍ଳଜାନ ମଧ୍ୟ ନିୟନ୍ତ୍ରଣ କରିଥାଏ ।

ଏହାର ଦାମ ହେଉଛି ମାତ୍ର ୨୫୦୦ ଟଙ୍କା । କରୋନା ଭାଇରସର ମୁକାବିଲା ପାଇଁ ଏହି ଭେଣ୍ଟିଲେଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି । କମ୍ପାନୀ ପ୍ରାୟ ୫୦ ହଜାର ଏପରି ଭଣ୍ଟିଲେଟର ପ୍ରସ୍ତୁତ କରିଛି । ଏହାର ବ୍ୟବହାର ପାଇଁ ବିଦ୍ୟୁତ ଆବଶ୍ୟକ ପଡେ ନାହିଁ ଓ ଏହାକୁ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇ ପାରିବ । ଏହାକୁ ଗ୍ରାମାଞ୍ଚଳରେ ବ୍ୟବହାର ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ।

ଅମିତାଭ କହିଛନ୍ତି ଯେ, ଏହି କମ୍ପାନୀ ଏୟାରବସ ଓ ବୋଇଂ ପାଇଁ ଚେନ୍ ଉତ୍ପାଦନ କରିଥାଏ । ତେବେ ଦେଶର ସଙ୍କଟ ସମୟରେ କମ୍ପାନୀ ଜୀବନ ରକ୍ଷକ ଭେଣ୍ଟିଲେଟର ପ୍ରସ୍ତୁତ କରିଛି ।ଯାହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ବିଭିନ୍ନ ହସ୍ପିଟାଲରେ ଅନେକ ଜୀବନ ବଞ୍ଚାଇ ପାରିବ । ନିକଟରେ ଆଇଆଇଟି ରୁରକିର ଜଣେ ପ୍ରଫେସର ଏମସ ସହାୟତାରେ ୨୫ ହଜାର ଟଙ୍କାର ଭେଣ୍ଟିଲେଟର ତିଆରି କରିଥିଲେ ।

   Related Posts