ହୋଟେଲର ୪.୫ ଲକ୍ଷ ଟଙ୍କା ବିଲ ପୈଠ ନକରି ଫେରାର ହୋଇଥିଲେ ଏହି ଅଭିନେତ୍ରୀ

Published By : Prameya-News7 Bureau | March 28, 2019 IST

wp:heading {"level":5}
କନ୍ନଡ ଅଭିନେତ୍ରୀ ପୂଜା ଗାନ୍ଧି ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ପୂଜା ଏକ ହୋଟେଲରେ ବିଲ୍‌ ଜମା ନକରି ଫେରାର ହେବାର ଅଭିଯୋଗ ହୋଇଛି। ଏହି ଅଭିନେତ୍ରୀଙ୍କ ବିରୋଧରେ ବେଙ୍ଗଲୁରୂ ପୋଲିସ ନିକଟରେ ମାମଲା ରୁଜୁ ହୋଇଛି। ରିପୋର୍ଟ ଅନୁସାରେ ବେଙ୍ଗଲୁରୂର ପଞ୍ଚ ତାରକା ହୋଟେଲ ଦ ଲଲୀତ ଅଶୋକରେ ପୂଜା ରହୁଥିଲେ । ପୂଜାଙ୍କ ହୋଟେଲରେ ରହିବା ବିଲ୍‌ ୪.୫ ଲକ୍ଷ ଟଙ୍କା ହୋଇଥିଲା ଯାହା ସେ ଜମା ନକରି ଫେରାର ହୋଇଛନ୍ତି। । ହୋଟେଲ ଷ୍ଟାଫଙ୍କୁ ଏହି ବିଷୟରେ ଜଣା ପଡିଲା ପରେ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ।
/wp:heading {"id":97737}
wp:heading {"level":5}
ସୂଚନାଯୋଗ୍ୟ ଯେ, ଦ ଲଲୀତ ଅଶୋକ ହୋଟେଲ ପୂଜାଙ୍କ ରାଜନୈତିକ ବନ୍ଧୁ ଅନିଲ ନାସିନାକାଇଙ୍କର । ୨୦୧୬ ମସିହା ମାର୍ଚ୍ଚ ମାସରୁ ୨୦୧୭ ମସିହା ଯାଏଁ ପୂଜା ରହିଥିଲେ। ସେଠାରେ ତାଙ୍କର ୨୬ ଲକ୍ଷ ଟଙ୍କାରୁ ଅଧିକ ବିଲ ହୋଇଥିଲା। ଏହା ପରେ ସେ ଧିରେ ଧିରେ ପାଖା ପାଖି ୨୨ ଲକ୍ଷ ଟଙ୍କା ବିଲ୍‌ ଜମା କରିଥିଲେ। ୨୨ ଲକ୍ଷ ଟଙ୍କା ଜମା କରି ପୂଜା ବାକି ଟଙ୍କା ଦେଇନଥିଲେ। ତେଣୁ ବାଧ୍ୟ ହୋଇ ତାଙ୍କ ସାଙ୍ଗ ପୋଲିସରେ ଅଭିଯୋଗ କରିଥିଲେ।
/wp:heading {"id":97739}
wp:heading {"level":5}
ଏହି ବିଷୟରେ ଯେତେବେଳେ ଅଭିନେତ୍ରୀ ପୂଜାଙ୍କୁ ପ୍ରଶ୍ନ କରାଯାଇଥିଲା ସେ କହିଥିଲେ ଯେ, ଏହା ସତ ନୁହଁ। ସେ ଅଧିକ ଦିନ ହୋଟେଲରେ ରହିଥିଲେ ସତ କିନ୍ତୁ ସମ୍ପୂର୍ଣ୍ଣ ଭାବେ ବିଲ୍‌ ଜମା କରିଥିଲେ। ସେ ନିଜ କ୍ରେଡିଟ୍‌ କାର୍ଡ ଦ୍ୱାରା ହୋଟେଲର ବିଲ୍ ଦାଖଲ କରିଥିଲେ। ଏହି ମିଛ ଅଭିଯୋଗ ବିଷୟରେ ଜାଣିଲା ପରେ ସେ ହୋଟେଲର ଜେନରାଲ ମ୍ୟାନଜରଙ୍କ ସହ ଏହି ବିଷୟରେ ଆଲୋଚନା କରିଥିଲେ। ଜେନରାଲ ମ୍ୟାନଜର ମଧ୍ୟ ତାଙ୍କ ସପକ୍ଷରେ କହିଥିଲେ। ସେ କହିଥିଲେ ଯେ, ପୂଜା ହୋଟେଲର ପୁରା ବିଲ୍‌ ଜମା କରିଛନ୍ତି।  ପୂଜା କହିଥିଲେ ଯେ, ସେ ଅନୀଲଙ୍କୁ ଭଲ ଭାବେ ଜାଣିଛନ୍ତି କିନ୍ତୁ ଏଥିପାଇଁ ସେ ହୋଟେଲର ଟଙ୍କା ବାକି ରଖିନାହାନ୍ତି। ଏହି ଅଭିଯୋଗ ତାଙ୍କ ଇମେଜକୁ ଖରାପ କରିବା ପାଇଁ କରାଯାଇଛି।
/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.