୯ ମହିଳାଙ୍କ ହତ୍ୟା ଓ ଦୁଷ୍କର୍ମକାରୀ ସିରିୟଲ କିଲର ‘ଚେନ ମ୍ୟାନ୍’କୁ ଫାଶୀ ଦଣ୍ଡ, ମିଟର ରିଡିଂ ବାହାନାରେ ଘରେ ପଶି କରୁଥିଲା ଏମିତି କାଣ୍ଡ

Published By : Prameya-News7 Bureau | July 07, 2020 IST

କୋଲକାତା ୦୭।୦୭: ପଶ୍ଚିମବଙ୍ଗର ବର୍ଦ୍ଧବାନ ଜିଲ୍ଲା କୋର୍ଟ ୯ ମହିଳାଙ୍କ ହତ୍ୟା ଓ ୨ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ସିରିୟଲ କିଲର ‘ଚେନ ମ୍ୟାନ୍’କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ୩୮ ବର୍ଷୀୟ ଅଭିଯୁକ୍ତ କମରୁଜ୍ଜମା ସରକାରକୁ ଦକ୍ଷିଣ ପଶ୍ଚିମବଙ୍ଗର ବର୍ଦ୍ଧବାନ ଜିଲ୍ଲା ଅଦାଲତ ଦୁଷ୍କର୍ମ ଓ ହତ୍ୟା ଅପରାଧରେ ମୃତ୍ୟୁ ଦଣ୍ଡ ଦେଇଛନ୍ତି।

ପୂର୍ବ ବର୍ଦ୍ଧବାନ ଜିଲ୍ଲା ପୋଲିସ ଅଧୀକ୍ଷକ ଭାସ୍କର ମୁଖାର୍ଜୀ କହିଛନ୍ତି, ଅଭିଯୁକ୍ତ କମରୁଜ୍ଜମା ସରକାରକୁ ୨୦୧୯ ମେରେ ୧୬ ବର୍ଷୀୟ ଯୁବତୀ ସହିତ ଦୁଷ୍କର୍ମ ଓ ହତ୍ୟା ପାଇଁ ଅତିରିକ୍ତ  ଜିଲ୍ଲା ଓ ସେନସ ବିଚାରପତିଙ୍କ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ୨୦୧୯ ଜୁନ ୨ରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା।

{"id":297398,"sizeSlug":"large"}

ଅଭିଯୁକ୍ତ ଉପରେ ଦୁଇଟି ଜିଲ୍ଲା ପୂର୍ବ ବର୍ଦ୍ଧବାନ ଓ ହୁଗୁଳିରେ ୧୫ରୁ ଅଧିକ ମାମଲା ରୁଜୁ ହୋଇଥିଲା। ଏଥିରେ ଦୁଇଟି ଦୁଷ୍କର୍ମ ଓ ସବୁ ହତ୍ୟା କେସ୍ ଥିଲା। ଯେଉଁ ମହିଳାଙ୍କୁ ଅଭିଯୁକ୍ତ ହତ୍ୟା କରିଥିଲା ସେମାନଙ୍କର ବୟସ ୧୬ ରୁ ୭୫ ବର୍ଷ ବୟସ ମଧ୍ୟରେ ଥିଲା।

କିଛି ମାମଲାରେ ଅଭିଯୁକ୍ତ କମରୁଜ୍ଜମା  ବିରୋଧରେ ଡକାୟତି ସମ୍ବନ୍ଧିତ ଧାରା ମଧ୍ୟ ଲଗାଯାଇଛି, କାରଣ ସେ ପୀଡିତାଙ୍କୁ ଲୁଟ୍‌ ମଧ୍ୟ କରିଥିଲା। ଅଭିଯୁକ୍ତ ଏହି ସବୁ ଅପରାଧ ୨୦୧୩ ରୁ ୨୦୧୯ ମଧ୍ୟରେ ଧରା ପଡିବା ପର୍ଯ୍ୟନ୍ତ କରିଥିଲା।

{"id":297399,"sizeSlug":"large"}

ଅଦାଲତ ଏହାକୁ ଏକ ବିରଳ କେସ୍ ମାନି ଦୋଷୀକୁ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି। ଏହି କେସ୍‌ରେ ବିଶେଷ ସରକାରୀ ଓକିଲ ସୌମ୍ୟଜିତ ରାହା କହିଛନ୍ତି, ମୁଁ ଅଦାଲତରେ ଦୋଷୀକୁ ଅଧିକରୁ ଅଧିକ ଦଣ୍ଡରେ ଦଣ୍ଡିତ କରିବା ଉପରେ  ଜୋର୍‌ ଦେଇଥିଲି କାରଣ ଅଭିଯୁକ୍ତ ନାବାଳିକା ଅସହାୟ ଯୁବତୀଙ୍କ ଉପରେ ହମଲା କରିବା ପରେ ଦୁଷ୍କର୍ମ କରୁଥିଲା। ଏଥିରୁ  ଆଉ  ଜଘନ୍ୟ ହୋଇନପାରେ ବୋଲି ଓକିଲ କହିଛନ୍ତି।

{"id":297400,"sizeSlug":"large"}

ଅଭିଯୁକ୍ତର ଆକ୍ରମଣରୁ ବର୍ତ୍ତି ଯାଇଥିବା ଲୋକଙ୍କ ଅନୁଯାୟୀ ପୋଲିସ କହିଛି ଯେ, ଦୋଷୀ କମରୁଜ୍ଜମା ମିଟର ରିଡିଂ ବାହାନାରେ ଜଣେ ଅଧିକାରୀଙ୍କ ଘରେ ପଶି ଆକ୍ରମଣ କରିଥିଲା। ଅଧିକାଂଶ ଘଟଣାରେ ସେ ଲୁହାର ଚେନ୍‌ରେ  ବେକ ଚିପି ଲୋକଙ୍କୁ ହତ୍ୟା କରିଥିଲା। ଏହି କାରଣରୁ ଏହି ଦୁଇ ଜିଲ୍ଲାରେ ସେ ‘ଚେନ ମ୍ୟାନ୍’ ଓ ‘ମିଟର ମ୍ୟାନ୍’ ନାମରେ କୁଖ୍ୟାତ ଥିଲା। ଅପରାଧୀ ଅଧିକାଂଶ ମହିଳାଙ୍କ ଉପରେ ଆକ୍ରମଣ ଦିନ ବେଳା ହିଁ କରୁଥିଲା, ଯେବେ ସାଧାରଣ ଘରର ପୁରୁଷ ଲୋକ କାମରେ ବାହାରକୁ ଯାଇଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.