ବିଗ୍ ବସ୍ ୧୩ରୁ ବାହାରିବା ପରେ ବଙ୍ଗ ବିୟୁଟି କୋୟନା ଖୋଲିଲେ ଘର ସମ୍ପର୍କରେ ସବୁ ରାଜ, ଏହି ସଦ୍ୟସ୍ୟଙ୍କୁ ସେ କରୁଥିଲେ ପସନ୍ଦ…

Published By : Prameya-News7 Bureau | October 17, 2019 IST

ମୁମ୍ବାଇ୧୭|୧୦: ସାକି ସାକି ଆଇଟମ୍‌ ଗୀତରେ ଡାନ୍ସ କରିବା ପରେ ଫେମସ ହୋଇଥିବା ଅଭିନେତ୍ରୀ କୋୟନା ମିତ୍ରା ଚଳିତ ବର୍ଷ ରିଅଲିଟି ସୋ ବିଗ୍‌ବସ୍‌ ସିଜନ୍‌ ୧୩ରେ ପ୍ରତିଯୋଗୀତା ଭାବେ ନଜର ଆସିଥିଲେ। ହେଲେ ୨ ସପ୍ତାହ ପରେ କୋୟନା ଏହି ସୋ’ରୁ ଏଲିମିନେଟ୍‌ ହୋଇଛନ୍ତି।ଗତ ସପ୍ତାହ ୱିକେଣ୍ଡ କେ ବାରରେ ସଲମାନ ଏହି ଘୋଷଣା କରିଛନ୍ତି ଯେ, କୋୟନାଙ୍କୁ ସବୁଠୁ କମ ଭୋଟ ମିଳିଛି। ଫଳରେ ସେ ଘରୁ ବାହାରିଯାଇଛନ୍ତି। ଅପରପକ୍ଷରେ କୋୟନା ଘରୁ ବାହାରିବା ପରେ ଏକ ସାକ୍ଷାତକାରରେ ନିଜ ମନ କଥା ପ୍ରକାଶ କରିଛନ୍ତି।

{"id":170929}

ଘରର କେଉଁ ସଦସ୍ୟ ତାଙ୍କୁ ସବୁଠୁ ପସନ୍ଦ ଓ ଏଥର ବିଗ୍‌ବସ୍‌ କିଏ ଜିତିବ ବୋଲି ତାଙ୍କୁ ପଚାରାଯାଇଥିଲା । ଏନେଇ ସେ କହିଛନ୍ତି ଯେ, କିଏ ଜିତିବ କିଏ ହାରିବ ତାହା କହିବା ଏବେ ଠିକ୍‌ ହେବ ନାହିଁ। କାରଣ ଗେମ୍‌ ଏବେ ଧୀରେ ଧୀରେ ଆରମ୍ଭ ହେବ। ତେବେ  ଘରର କେଉଁ ସଦସ୍ୟଙ୍କୁ ସେ ସବୁଠୁ ଅଧିକ ପସନ୍ଦ କରନ୍ତି ବୋଲି କହିଛନ୍ତି। ପାରସ ଛାବଡାଙ୍କୁ ସେ ଅଧିକ ପସନ୍ଦ କରୁଥିଲେ । କାରଣ ପାରସ ବହୁତ ବୁଦ୍ଧିମାନ। ପାରସ ଗେମ ଖେଳିଲା ବେଳେ କହିକି ଖେଳନ୍ତି। ସେ ଜଣେ ପ୍ରକୃତ ଏଣ୍ଟରଟେନର୍‌ ଓ ସେ ରିୟଲ। ପାରସ କୌଣସି ମାସ୍କ ପିନ୍ଧିନାହାନ୍ତି ବୋଲି କୋୟନା କହିଛନ୍ତି।

{"id":170930}

ଏହା ସହ ସେ ସିଦ୍ଧାର୍ଥ ଶୁକ୍ଲାଙ୍କୁ “ସମଝଦାର” କହିଛନ୍ତି। କୋୟନାଙ୍କ ଅନୁସାରେ ଘରେ କେବଳ ଜଣେ ସଠିକ୍‌ ବ୍ୟକ୍ତି ଅଛନ୍ତି ଓ ସେ ହେଉଛନ୍ତି ସିଦ୍ଧାର୍ଥ। ହେଲେ ତାଙ୍କର “ଟେମ୍ପର ପ୍ରବଲେମ୍‌” ଅଛି। ସେ ଖୁବ ଶୀଘ୍ର ରାଗିଯାଆନ୍ତି। ସିଦ୍ଧାର୍ଥଙ୍କୁ ନିଜ ରାଗକୁ ନିୟନ୍ତ୍ରଣ କରିବା ଆବଶ୍ୟକ। କୋୟନା ସିଦ୍ଧାର୍ଥଙ୍କୁ ଜଣେ ଷ୍ଟ୍ରଙ୍ଗ ପ୍ଲେୟର ବୋଲି କହିଛନ୍ତି।

{"id":170931,"width":586,"height":400}

ତେବେ ଘରୁ ଏଲିମିନେଟ୍‌ ହେବା ପରେ କୋୟନା ସଲମାନଙ୍କୁ ଟାର୍ଗେଟ୍‌ କରି ଅନେକ କଥା କହିଛନ୍ତି। କୋୟନାଙ୍କ ଅନୁସାରେ ୱିକେଣ୍ଡ କେ ବାରରେ ସଲମାନ ତାଙ୍କ କଥା ଠିକ୍‌ ଭାବେ ଶୁଣିନଥିଲେ ଓ ଶେହନାଜ ଗିଲଙ୍କୁ ସପୋର୍ଟ କରୁଥିଲେ।  ଦର୍ଶକ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି। ଅନେକ ଲୋକ ତାଙ୍କ ଘରୁ ବାହାର କରିବା ନେଇ ମଧ୍ୟ ବିରୋଧ କରୁଛନ୍ତି ବୋଲି କୋୟନା କହିଛନ୍ତି। ଯଦି ତାଙ୍କର ଏତେ ଫ୍ୟାନ ଫଲିୋଂ ତାହେଲେ ତାଙ୍କୁ ସୋ’ରୁ କିଏ ଏଭିକ୍ଟ କଲା! ଏହି ସବୁ ଘଟଣା କହି କୋୟନା ନିଜ ମନ କଥା ସାକ୍ଷାତକାରରେ ପ୍ରକାଶ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.