ବିଜୟା ଦଶମୀରେ ବଙ୍ଗୀୟ ପରମ୍ପରା ଅନୁସାରେ ସଧବାଙ୍କ ସିନ୍ଦୁର ଖେଳ

Published By : Prameya-News7 Bureau | October 19, 2018 IST

ଶେଷ ହୋଇଛି ଦଶହରା। ଓଡ଼ିଆ ପରମ୍ପରା ଅନୁଯାୟୀ ଆସନ୍ତାକାଲି ଦେବୀଙ୍କୁ ମେଲାଣି ଦିଆଯିବ। କିନ୍ତୁ ବଙ୍ଗୀୟ ପରମ୍ପରା ଅନୁସାରେ ଦେବୀଙ୍କୁ ଆଜି ବିଦାୟ ଦିଆଯାଇଥାଏ। ତେବେ ମେଲାଣି ପୂର୍ବରୁ ସିନ୍ଦୁର ଖେଳର ଏକ ନିଆରା ପରମ୍ପରା ରହିଥାଏ। …… ସିନ୍ଦୁର ଖେଳରେ ମାତିଛନ୍ତି ମହିଳା । ମାଙ୍କୁ ଦିଆଯାଉଛି ମେଲାଣି। କିଏ ପାନ ବରଣୀ କରି ଦେଉଛି ଆଉ କିଏ ଧୂପଦୀପରେ ବନ୍ଦେଇ ଦେଉଛି। ଆଉ ଏଠି ଚାଲିଛି ସିନ୍ଦୁର ଖେଳ । ଏ ହେଉଛି କୋଲକାତାର ଦୃଶ୍ୟ । ଯେଉଁଠାରେ ଧୁମଧାମରେ ଦଶହରା ପାଳନ କରାଯିବା ସହିତ ଶେଷରେ ମାଙ୍କୁ ଦିଆଯାଇଛି ମେଲାଣି । ମହିଳାମାନେ ପରସ୍ପର ମୁହଁରେ ସିନ୍ଦୁର ଲଗେଇ ଦଶହରା ଉତ୍ସବର ଶେଷ ପର୍ବକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଛନ୍ତି। ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବଙ୍ଗୀୟ ପରମ୍ପରାରେ ଦେବୀଙ୍କ ପୂଜା ଅନୁଷ୍ଠିତ ହୋଇଥାଏ। ବିଶେଷ କରି ବାଲେଶ୍ବର, ଭଦ୍ରକ ଏବଂ କଟକରେ କିଛି ସ୍ଥାନରେ ବଙ୍ଗୀୟ ପରମ୍ପରାରେ ଦେବୀଙ୍କ ଆରାଧନା କରାଯାଇଛି।  ବାପଘରକୁ ଝିଅ ଆସିଲେ ତାକୁ ଅଳତା ସିନ୍ଦୁର ଲଗାଇ ବିଦାୟ ଦିଆଯାଏ। ସେହିପରି ଦେବୀ ଧରାପୃଷ୍ଠରୁ ବିଦାୟ ନେବା ବେଳେ ଏମିତି କିଛି କଲେ ମହିଳାମାନେ ସୌଭାଗ୍ୟ ବତୀ ହୋଇଥାନ୍ତି ବୋଲି ବିଶ୍ବାସ ରହିଛି। ଶାସ୍ତ୍ରବିଧି ଅନୁସାରେ ସକାଳେ ଦେବୀ ଦୁର୍ଗ।ଙ୍କ ବିସର୍ଜ୍ଜନ ହେବା ପରେ ମହିଳାମାନଙ୍କ ମଧ୍ୟରେ ମଣ୍ଡପରେ ହୋଇଥାଏ ସିନ୍ଦୂର ଖେଳ। ଏହାପରେ ମଣ୍ଡପରୁ ମାଆଙ୍କ ବିଦାୟ ବେଳେ ଦୃଶ୍ୟ ଥାଏ ଅତ୍ୟନ୍ତ ହୃଦୟ ବିଦାରକ।  ମହିଳାମାନେ ଛଳଛଳ ନୟନରେ ମେଲାଣି  ଦେଇଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.