ସୋସିଆଲ ମିଡିଆ ଜରିଆରେ ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଧମକ, ବର୍ଷେ ହେଲା ଆସୁଛି ଧମକପୂର୍ଣ୍ଣ ମେସେଜ୍

Published By : Prameya-News7 Bureau | July 11, 2021 IST

କୋଲକାତା ୧୧/୦୭ : ବେଙ୍ଗଲୀ ଟେଲି ଅଭିନେତ୍ରୀ ପ୍ରତ୍ୟୁଷା ପୌଲଙ୍କୁ ସୋସିଆଲ ମିଡିଆରେ ଲଗାତାର ଭାବେ ଦୁଷ୍କର୍ମ ଧମକ  ମିଳୁଛି । ଏହା ସହ ଅଶ୍ଳୀଳ ୱେବସାଇଟରେ ତାଙ୍କର କିଛି ଫଟୋ ମଧ୍ୟ ପୋଷ୍ଟ ହେଉଛି । ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

କୋଲକାତା ପୋଲିସର ସୂଚନା ଅନୂଯାୟୀ, ଅଭିନେତ୍ରୀ ଜଣଙ୍କ ଏହି ପ୍ରସଙ୍ଗରେ କୋଲକାତା ପୋଲିସର ସାଇବର ସେଲରେ ଅଭିଯୋଗ କରିଛନ୍ତି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି କିନ୍ତୁ ଏପର୍ଯ୍ୟନ୍ତ ଦୁବୃର୍ତ୍ତକୁ ଧରିବା​‌ରେ ସକ୍ଷମ ହୋଇନାହିଁ ।

ସେପଟେ ଡିଟେକ୍ଟଟିଭ୍ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି ଅଭିନେତ୍ରୀଙ୍କ ଦ୍ବାରା ରୁଜୁ ହୋଇଥିବା ମାମଲାକୁ ଆଧାର କରି ଆଇଟି ଆକ୍ଟ ୨୦୦୦ ଓ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ବିଭାଗ ଅଧୀନରେ ପଞ୍ଜୀକରଣ କରି ତଦନ୍ତ ଆରମ୍ଭ କରାଯାଇଛି । ତେବେ ପୁରା ମାମଲା ବିଷୟରେ ପ୍ରତ୍ୟୁଷା ପୌଲ କହିଛନ୍ତି କି , ଗତ ବର୍ଷେ ହେଲା ଏଭଳି ଧମକପୂର୍ଣ୍ଣ ମେସେଜ ଆସୁଛି । ମୁଁ ପ୍ରଥମେ ଏଭଳି ଧମକକୁ ଅଣଦେଖା କରିଥିଲି, କିନ୍ତୁ ବର୍ତ୍ତମାନ ଏହା ସୀମା ବାହାରକୁ ଅତିକ୍ରମ କରିସାରିଛି । ଏଥିପାଇଁ ମୁଁ ପୋଲିସ୍ ନିକଟରେ ଅଭିଯୋଗ କରିଛି । ଯେତେବେଳେ ମୁଁ ସୋସିଆଲ ମିଡିଆରେ ଏହି ଧମକ ଦେଉଥିବା ବ୍ୟକ୍ତିଙ୍କୁ ବ୍ଲକ କରିଥିଲି, ସେମାନେ ମତେ ନିୟମିତ ଭାବେ ସେମାନଙ୍କର ଆକାଉଣ୍ଟ ବଦଳାଇ ଦୁଷ୍କର୍ମ ଧମକ ଦେଇଆସୁଛନ୍ତି । ଏହା ସହ ସେ କହିଛନ୍ତି କି, ଏଭଳି ବ୍ୟକ୍ତିମାନେ ମୋର ଅଶ୍ଲୀଳ ଫଟୋକୁ ୱେବସାଇଟରେ ଛାଡିବା ସହ ମୋ ମାଆ ଓ ମୋ ସାଙ୍ଗମାନଙ୍କ ନିକଟକୁ ପଠାଇଥିଲେ । ଯାହାକି ଚିନ୍ତାର ବିଷୟ ପାଲଟିଛି । ପୋଲିସ ମାମଲାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.