ପ୍ରଖ୍ୟାତ ବଙ୍ଗଳା ଅଭିନେତା ତଥା ପୂର୍ବତନ ସାଂସଦ ତାପସ ପାଲଙ୍କ ପରଲୋକ

Published By : Prameya-News7 Bureau | February 18, 2020 IST

ମୁମ୍ବାଇ ୧୮।୨: ବଙ୍ଗଳା ଫିଲ୍ମ ଅଭିନେତା ତଥା ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ତାପସ ପାଲଙ୍କ ପରଲୋକ ହୋଇଛି । ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ମଙ୍ଗଳବାର ସକାଳ ୬ଟାରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ବହୁ ଦିନ ଧରି ସେ ଅସୁସ୍ଥ ଥିଲେ । ତାଙ୍କ ଝିଅ ଅଭିନେତ୍ରୀ ସୋହନି ପାଲ ଆମେରିକା ଯାଉଥିବାରୁ ତାପସ ପାଲ ମୁମ୍ବାଇ ଆସିଥିଲେ । ହଠାତ୍ ତାଙ୍କ ଦେହ ଅଧିକ ଖରାପ ହେବାରୁ ତାଙ୍କୁ ବାନ୍ଦ୍ରା ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।  

{"id":225756,"sizeSlug":"large"}

ତାପସ ପାଲ ୮୦ ଦଶକର ବଙ୍ଗଳା ଫିଲ୍ମ ‘ଦାଦର କିର୍ତ୍ତି’ ମାଧ୍ୟମରେ ଅଭିନୟ ଜଗତରେ ପାଦ ରଖିଥିଲେ । ଏହାପରେ ସେ ‘ଗୁରୁ ଦକ୍ଷିଣା’, ‘ପର୍ବତ ପ୍ରିୟା’, ‘ଅମର ବନ୍ଧନ’, ‘ସାହେବ’ ଭଳି ଅନେକ ଫିଲ୍ମରେ ଅଭିନୟ କରିଥିଲେ । ତାଙ୍କର ବହୁ ଫିଲ୍ମ ମଧ୍ୟ ସୁପରହିଟ୍ ଥିଲା ।

{"id":225757,"width":578,"height":433,"sizeSlug":"large"}

୧୯୮୪ରେ ରିଲିଜ ହୋଇଥିବା ଅଭିନେତ୍ରୀ ମାଧୁରୀ ଦିକ୍ଷୀତଙ୍କ ଡେବ୍ୟୁ ଫିଲ୍ମ ‘ଅବୋଧ’ରେ ମଧ୍ୟ ତାପସ ପାଲ ଅଭିନୟ କରିଥିଲେ । ମାଧୁରୀଙ୍କ ଭଳି ‘ଅବୋଧ’ ତାପସଙ୍କର ମଧ୍ୟ ପ୍ରଥମ ହିନ୍ଦି ଫିଲ୍ମ ଥିଲା ।

{"id":225758,"width":576,"height":359,"sizeSlug":"large"}

ତାପସ ପାଲ୍ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ଥିଲେ । ସେ ୨୦୧୪ ସାଧରଣ ନିର୍ବାଚନ ସମୟରେ ଏକ ପ୍ରଚାର ରାଲିରେ ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାରେ ରହିଥିଲେ ।

{"id":225759,"sizeSlug":"large"}

ରୋଜ୍ ଭ୍ୟାଲି ଚିଟଫଣ୍ଡ ଦୁର୍ନୀତିରେ ତାପସ ପାଲଙ୍କୁ ୨୦୧୬ ମସିହାରେ ସିବିଆଇ ଗିରଫ କରିଥିଲା । ଫଳରେ ତାଙ୍କୁ କିଛି ଦିନ ଜେଲରେ ରହିବାକୁ ପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.