ପଶ୍ଚିମବଙ୍ଗରେ ପୁଣି ହିଂସା : ବିଜେପି-ଟିଏମସି କର୍ମକର୍ତ୍ତାଙ୍କ ମଧ୍ୟରେ ସଂଘର୍ଷରେ ଜଣେ ମୃତ, ୬ ଆହତ

Published By : Prameya-News7 Bureau | May 09, 2021 IST

ପଶ୍ଚିମବଙ୍ଗ୯/୫ : ବିଧାନସଭା ନିର୍ବାଚନ ଫଳାଫଳ ପରେ ବଙ୍ଗରେ ଥମୁନି ରାଜନୈତିକ ହିଂସା । ବୀରଭୂମ ଜିଲ୍ଲାରେ ତ୍ରୁଣମୂଳ କଂଗ୍ରେସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷରେ ଜଣେ ମୃତ, ୬ଜଣ ଆହତ ହୋଇଛନ୍ତି । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଦୁବରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ମୁକ୍ତିନଗରରେ ଏହି ଘଟଣା ଘଟିଛି । ଶୁକ୍ରବାର ରାତିରେ ବିଜେପିର ଏକ ଦଳ ଗାଁ ଲୋକଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ।

ଏହି ସମୟରେ ତ୍ରୁଣମୂଳ କଂଗ୍ରେସ ସଦସ୍ୟଙ୍କ ସହ ତାଙ୍କର ସଂଘର୍ଷ ହୋଇଥିଲା । ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଥିଲେ । ଆହତମାନଙ୍କୁ ଚିକିତ୍ସା ପାଇଁ ସୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଧାନସଭା ନିର୍ବାଚନ ଫଳାଫଳ ପରେ ବଙ୍ଗଳାରେ ବ୍ୟାପକ ହିଂସା ହୋଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ନିର୍ବାଚନ ପରବର୍ତ୍ତୀ ହିଂସାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟ ଗୃହ ନିର୍ବାଚନ ପରେ ହିଂସା ହେବାର କାରଣ ଖୋଜୁଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଚାରିଜଣିଆ ଟିମ୍ ମଧ୍ୟ ରାଜ ଭବନରେ ରାଜ୍ୟପାଳ ଧନଖରଙ୍କୁ ଭେଟିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.