Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଏବେ କଥା ଅଟିକିଛି ପଶ୍ଚିମବଙ୍ଗରେ ! କେଉଁ ଏକଜିଟ୍ ପୋଲରେ ତୃଣମୂଳ ତ ଆଉ କେଉଁଥିରେ ବିଜେପିକୁ ବହୁମତ, ଜାଣନ୍ତୁ ଅନ୍ୟ ରାଜ୍ୟର ହାଲ

29/04/2021 at 10:25 PM

ନୂଆଦିଲ୍ଲୀ ୨୯।୪: ଗୁରୁବାର ପଶ୍ଚିମବଙ୍ଗ ଶେଷ ପର୍ଯ୍ୟାୟ ମତଦାନ ସହ ୫ଟି ରାଜ୍ୟର ବିଧାନସଭା ଫଳାଫଳ ନେଇ ଏକଜିଟ୍‌ ପୋଲ ରିପୋର୍ଟ ଆସିଛି। ହେଲେ ପଶ୍ଚିମବଙ୍ଗକୁ ନେଇ ଦ୍ୱିମତ ଦେଖା ଦେଇଛି। କେଉଁ ପୋଲ ସର୍ଭେରେ ଶାସକ ତୃଣମୂଳ ପୁଣି କ୍ଷମତାକୁ ଫେରୁଥିବାର ଅନୁମାନ କରାଯାଉଥିବା ବେଳେ କେଉଁଥିରେ ବେଙ୍ଗଲକୁ ବିଜେପି ଦଖଲ କରୁଥିବାର ଚିତ୍ର ଦେଖା ଯାଇଛି। ତେବେ ଅନ୍ୟ ୪ଟି ରାଜ୍ୟର ଚିତ୍ର ପ୍ରାୟ ସ୍ପଷ୍ଟ ଦେଖାଯାଉଛି।

ପଶ୍ଚିମ ବଙ୍ଗରେ ପୁଣି ମମତା ବାନାର୍ଜୀଙ୍କ ତୃଣମୂଳ ସରକାରକୁ ଫେରୁଛି। ଏପରି ଦାବି କରିଛି ଏବିପି ନିଲସନ-ସିଭୋଟର ସର୍ଭେ। ଏହି ରିପୋର୍ଟ ଅନୁସାରେ ରାଜ୍ୟରେ ତୃଣମୂଳକୁ ୧୫୨ରୁ ୧୬୪ଟି ଆସନ ମିଳୁଛି। ତେବେ ଏଠାରେ ୨୦୦ରୁ ଅଧିକ ସିଟ୍‌ ଜିତିବ ବୋଲି ଦାବି କରୁଥିବା ବିଜେପି ୧୦୯-୧୨୧ ଆସନ ପାଉଥିବାର ଦାବି କରାଯାଇଛି।

ତେବେ ରିପବ୍ଲିକ୍‌ ଟିଭି ସିଏନଏକ୍ସ ଏକଜିଟ୍‌ ପୋଲ ବେଙ୍ଗଲରେ ତୃଣମୂଳକୁ ୧୨୮ରୁ ୧୩୮ ଓ ବିଜେପିକୁ ୧୩୮ରୁ ୧୪୮ ଆସନ ମିଳୁଥିବାର ଆକଳନ କରିଛି। ତେବେ ବାମପନ୍ଥୀ ଓ କଂଗ୍ରେସ ମିଳିତ ୧୧ରୁ ୨୧ ଆସନ ଦଖଲ କରୁଥିବା କୁହାଯାଇଛି।   ସେପଟେ ଇଣ୍ଡିଆ ଟିଭି ମଧ୍ୟ ବେଙ୍ଗଲରେ ବିଜେପି ବାଜିମାତ କରୁଥିବା ଦାବି କରୁଛି। ଏଠାରେ ବିଜେପି ୧୭୩ରୁ ୧୯୨ ଆସନ ପାଉଥିବା ଏକଜିଟ୍‌ ପୋଲରେ ଦାବି କରିଛି। ସେହିପରି ଜନକି ବାତ୍‌ ମଧ୍ୟ ବେଙ୍ଗଲରେ ବିଜେପିର ସରକାର ଅନୁମାନ କରୁଛି। ଏଠାରେ ବିଜେପି ୧୬୨ରୁ ୧୮୫ ଆସନ ପାଉଥିବା କୁହାଯାଇଛି। ତୃଣମୂଳ ୧୦୪ରୁ ୧୨୧ ଓ ବାମପନ୍ଥୀ ଏବଂ କଂଗ୍ରେସ ମିଳିତ ୩ରୁ ୯ଟି ସିଟ୍‌ରେ ସନ୍ତୁଷ୍ଟ ରହିପାରନ୍ତି ବୋଲି କହିଛି।

ଏଣୁ ବେଙ୍ଗଲକୁ ନେଇ ଚିତ୍ର ଏବେବି ସ୍ପଷ୍ଟ ହୋଇପାରିନି। ଖେଳାଳି ନମ୍ବର-୧ ମେ୨ ଭୋଟ ଗଣନା ପରେ ଜଣାପଡିବ। ତେବେ ଆସାମରେ ବିଜେପି ପୁଣି ସରକାର କରୁଥିବା ବେଳେ ତାମିଲନାଡୁ ଜନାଦେଶ କଂଗ୍ରେସ ସପକ୍ଷରେ ଆସୁଥିବାର ଏକଜିଟ୍‌ ପୋଲ ରିପୋର୍ଟରୁ ସ୍ପଷ୍ଟ ଜଣାପଡୁଛି। ଡିଏମକେ ସହ ମେଣ୍ଟ ଏଠାରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବ ବୋଲି ଏକଜିଟ୍ ପୋଲ ରିପୋର୍ଟରୁ ଜଣାପଡିଛି। କେରଳରେ ସରକାର ପରିବର୍ତ୍ତନର କୌଣସି ସୂଚନା ନାହିଁ । ଏଣୁ ବାମପନ୍ଥୀଙ୍କ ଗଡ ଏଠାରେ ପୁଣି ସୁରକ୍ଷିତ ରହିଛି। ପୁଡୁଚେରୀରେ କଂଗ୍ରେସ କ୍ଷତିର ସମ୍ମୁଖୀନ ହେଉଛି। ବିଜେପି ରାଜ୍ୟରେସରକାର କରିବାର ଚିତ୍ର ଏକଜିଟ୍‌ ପୋଲ ରିପୋର୍ଟରୁ ଆସୁଛି।

   Related Posts