Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

‘ବିରୋଧୀଙ୍କୁ ଭୋଟ ଦେବାର ଦଣ୍ଡ ଏବେ ମିଳୁଛି : ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ନେଇ ବେଙ୍ଗଲ ରାଜ୍ୟପାଳ ଖପ୍ପା, ଟ୍ବିଟ୍‌ କରି ଦିଦି ଏବଂ ଡିଜିପିଙ୍କୁ କଲେ ଦାୟୀ

6/06/2021 at 3:51 PM

କୋଲକାତା ୦୬/ ୦୬ : ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଆସିବାର ମାସେରୁ ଉର୍ଦ୍ଧ୍ବ ସମୟ ହୋଇଗଲାଣି । କିନ୍ତୁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସ୍ଥାନରେ ହିଂସା ଥମିବାର ନାଁ ନେଉନାହିଁ । ନିର୍ବାଚନ ପରବର୍ତ୍ତୀ ହିଂସା ଏବେ ପ୍ରମୁଖ କାରଣ ପାଲଟିଥିବା ବେଳେ ଚିନ୍ତା ବ୍ୟକ୍ତ କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ । ଟ୍ବିଟ୍‌ କରି ଧନଖଡ କହିଛନ୍ତି, ‘ ରାଜ୍ୟରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଏବେ ମଧ୍ୟ ଜାରି ରହିଛି ଏବଂ ଏହା ମାନବସମାଜ ପାଇଁ ଲଜ୍ଜାଜନକ ଘଟଣା । ଯେଉଁମାନେ ଗଣତନ୍ତ୍ରକୁ ପାଥେୟ କରି ବିରୋଧୀମାନଙ୍କୁ ଭୋଟ ଦେଇଥିଲେ ବର୍ତ୍ତମାନ ସେମାନେ ହିଁ ଆକ୍ରମଣର ଶିକାର ହେଉଛନ୍ତି । ପୋଲିସ ସବୁ ଜାଣି ସୁଦ୍ଧା କୌଣସି ପଦେକ୍ଷପ ନେବାକୁ ସାହସ କରିପାରୁନାହିଁ ।’


ଏହା ସହିତ ଟ୍ବିଟ୍‌ କରି ଧନଖଡ, ହିଂସା ବେଳେ କ୍ଷତିଗ୍ରସ୍ତ ଘରଗୁଡିକର ଭିଡିଓ ମଧ୍ୟ ସେୟାର କରିବା ସହିତ ପୋଲିସର ଅପାରଗତାକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ପୋଲିସ ହିଂସାକାଣ୍ଡ ଘଟାଇ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିରବତା ଏବଂ ପୋଲିସର ଗତିଶୀଳତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟପାଳ ଜଗଦୀପ ଧନଖଡ ।
ଆଉ ଏକ ଟ୍ବିଟରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ଲେଖିଛନ୍ତି, ‘ ରାଜ୍ୟରେ ଘଟୁଥିବା ହିଂସା ବାବଦରେ ଡିଜିପିଙ୍କୁ ସମସ୍ତ ସୂଚନା ଦିଆଯାଇଛି । ସଦବୁଦ୍ଧି ଜାଗ୍ରତ ହେଉ ଏବଂ ଆଇନ ବ୍ୟବସ୍ଥା ନିରପେକ୍ଷ ହେଉ । ଏମିତି କିଛି ନହେଉ ଯାହା ଦ୍ବାରାକି ଗଣତନ୍ତ୍ର ବପଦରେ ପଡିଯିବ । ଆଇନର ରକ୍ଷାକର୍ତ୍ତାମାନେ ଜାଗ୍ରତ ହୁଅନ୍ତୁ ଏବଂ ନିୟମ ଅନୁଯାୟୀ ନିଜର କର୍ତ୍ତବ୍ୟ ପାଳନ କରନ୍ତୁ ।’

ସୂଚନାଯୋଗ୍ୟ, ଗତ ମେ ୨ ତାରିଖରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଇଥିଲା। ସେବେଠାରୁ ଏଠାରେ ହିଂସା ଜାରି ରହିଛି । ଅନେକ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି। ହିଂସାକାଣ୍ଡ ଯୋଗୁଁ ଲୋକମାନେ ବାଧ୍ୟ ହୋଇ ଭୟରେ ରାଜ୍ୟ ଛାଡି ଅନ୍ୟ ରାଜ୍ୟରେ ଆଶ୍ରୟ ନେଇଥିବା ବିଜେପି ଅଭିଯୋଗ କରିଛି ।

   Related Posts