Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ବେଙ୍ଗଲ ହିଂସାରେ ଭାଙ୍ଗିଛି ଶହ ଶହ ଘର, ଟିଏମ୍‌ସି କର୍ମୀଙ୍କ ବିରୋଧରେ ଆକ୍ରମଣ ଅଭିଯୋଗ ଆଣିଲେ ମାନବାଧିକାର ଟିମ୍

29/06/2021 at 4:56 PM

କୋଲକାତା ୨୯/୦୬ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ହିଂସାକାଣ୍ଡ ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି । ହିଂସାକାଣ୍ଡ ପରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗରେ ଯାଞ୍ଚ ପାଇଁ ଆସିଥିବା ଜାତୀୟ ମାନବାଧିକାର କମିସନ NHRC ଟିମର ଅଧିକାରୀମାନେ କହିଛନ୍ତି ଯେ, ପଶ୍ଚିମବଙ୍ଗର ମାଧବପୁରରେ ୪୦ରୁ ଉର୍ଦ୍ଧ୍ବ ଘର ଧ୍ବଂସ ହୋଇଯାଇଛି । ଏହା ସହିତ ଅନେକ ଗୁଡିଏ ଘର କ୍ଷତିଗ୍ରସ୍ତ ମଧ୍ୟ ହୋଇଛି । କେବଳ ସେତିକି ନୁହେଁ ପଶ୍ଚିମବଙ୍ଗର ଅନେକ ଅଞ୍ଚଳରେ ଶହ ଶହ ଘର ଭାଙ୍ଗିଥିବା ଯାଞ୍ଚ ବେଳେ ସାମ୍ନାକୁ ଆସିଛି । ତୃଣମୂଳ କଂଗ୍ରେସର କର୍ମୀମାନେ ଯାଞ୍ଚ ପାଇଁ ଯାଇଥିବା ଜାତୀୟ ମାନବାଧିକାର କମିସନ NHRC ଟିମ ଉପରେ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ପ୍ରବଳ ହିଂସାକାଣ୍ଡ ଘଟିଥିଲା । ଏଥିରେ ଅନେକ ଅଞ୍ଚଳର ଲୋକ ପ୍ରଭାବିତ ହେବା ସହିତ ଶାରୀରିକ ଏବଂ ମାନସିକ ନିର୍ଯାତନାର ଶିକାର ହୋଇଥିଲେ । ଏ ନେଇ ଖବର ପ୍ରସାରଣ ପରେ ମାନବାଧିକାର ଉଲ୍ଲଂଘନ କରାଯାଉଥିବାରୁ ଏହାର ଯାଞ୍ଚ ପାଇଁ ଜାତୀୟ ମାନବାଧିକାର କମିସନ NHRC ଟିମ ଯାଞ୍ଚ ପାଇଁ ସେଠାରେ ପହଞ୍ଚିଥିଲେ । କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ଏବଂ ଘର ବୁଲି ଦେଖିଥିଲେ ଟିମର ସଦସ୍ୟ । ଏହା ପୂର୍ବରୁ କମିଟିର ସଦସ୍ୟମାନେ ସଲ୍ଟ ଲେକ୍‌ରେ ଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ କ୍ୟାମ୍ପସରେ ପୀଡିତମାନଙ୍କର ଅଭିଯୋଗ ଶୁଣାଣି କରିଥିଲେ ।

ଜାତୀୟ ମାନବାଧିକାର କମିସନ NHRC ଟିମର ଅଧିକାରୀଙ୍କ କହିବା କଥା ଯେ, ଟିମ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନ ପରିଦର୍ଶନ କରି ନିର୍ବାଚନୀ ପରବର୍ତ୍ତୀ ହିଂସାକାଣ୍ଡରେ ହୋଇଥିବା କ୍ଷତିର ସମୀକ୍ଷା କରୁଥିଲେ । କିଛି ସ୍ଥାନରେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ମଧ୍ୟ ସୂଚନା ମିଳିଛି ।

ସୂଚନାଯୋଗ୍ୟ, କୋଲକାତରେ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ହଙ୍ଗାମା ହୋଇଥିଲା । ବିଭିନ୍ନ ସ୍ଥାନରେ ପ୍ରତିପକ୍ଷଙ୍କୁ ଆକ୍ରମଣ କରିବା ସହିତ ଘର ଭାଙ୍ଗିବା ଆଦି ଅଭିଯୋଗ ସାମ୍ନା ଆସିଥିଲା । ଏହାକୁ ହୃଦୟଙ୍ଗମ କରି ମାନବାଧିକାର ଉଲ୍ଲଂଘନ ହେଇଥିବା ଅଭିଯୋଗର ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରିବାକୁ ନିର୍ଦେଶ ଦେଇଥିଲେ କୋଲକାତା​‌ ହାଇକୋର୍ଟ । ଏହାପରେ ଏକ କମିଟି ଗଠନ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ବେଳେ ଜଣାପଡିଛି ଯେ, କେବଳ ମାଧବପୁରରେ ଭାଙ୍ଗିଛି ୪୦ରୁ ଉର୍ଦ୍ଧ୍ବ ଘର । ଘର ଭାଙ୍ଗିବା ଏବଂ ଲୋକମାନଙ୍କୁ ଆକ୍ରମଣ କରିବା ଘଟଣାରେ ପ୍ରାୟତଃ ତୃଣମୂଳ କଂଗ୍ରେସର କର୍ମୀମାନେ ସଂପୃକ୍ତି ଥିବା ଜାତୀୟ ମାନବାଧିକାର କମିସନ NHRC ଟିମର ସଦସ୍ୟ କହିଛନ୍ତି ।   

   Related Posts