ମମତା ସରକାରଙ୍କ ବିରୋଧରେ ଫେରାଦ ହେଲେ ରାଜ୍ୟପାଳ , କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଜଣାଇଲେ ରାଜ୍ୟର ସ୍ଥିତି

Published By : Prameya-News7 Bureau | July 21, 2020 IST

କୋଲକାତା ୨୧।୦୭: ପଶ୍ଚିମବଙ୍ଗରେ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମଧ୍ୟରେ ଲାଗିରହିଥିବା ବିବାଦ ଏବେ ଦିଲ୍ଲୀ ସରକାରଙ୍କ କବାଟ ପାଖରେ ପହଞ୍ଚିଲାଣି । ରାଜ୍ୟପାଳ ଜଗଦୀପ ଧନଖଡ଼ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରି ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।ଶୁକ୍ରବାର ଦିନ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପଶ୍ଚିମବଙ୍ଗ ରାଜ୍ୟପାଳ ସାକ୍ଷାତ କରିଥିଲେ , ଏବଂ ଘଟଣାସମ୍ପର୍କରେ ଅବଗତ କରାଇଥିଲେ ।ସେ ସାକ୍ଷାତ ସମୟରେ କହିଛନ୍ତି ଯେ, ରାଜ୍ୟ ପରିସ୍ଥିତି ବହୁ ଚିନ୍ତାଜନକ ରହିଛି ।

ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବାସଭବନରେ ଉଭୟଙ୍କ ମଧ୍ୟରେ ବୈଠକ ବସିଥିଲା । ବୈଠକରେ ଧନକଡ଼ ପଶ୍ଚିମବଙ୍ଗର ସରକାର କୋଭିଡ଼-୧୯ ସ୍ଥିତି ସମୟରେ କିଛି ନିୟମର ଦୂରୂପଯୋଗ କରାଯାଉଛି । ରାଜ୍ୟପାଳ କରୋନା ଭଳି ସମୟରେ ରାଜ୍ୟର ସ୍ୱାସ୍ଥ୍ୟ ସୁବିଧାକୁ ସାମାନ୍ୟ ବୋଲି ଦର୍ଶାଇଛନ୍ତି । କୋଭିଡ଼-୧୯ରେ ମୃତ୍ୟୁ ଓ ସଂକ୍ରମଣ ମାମଲା ପ୍ରତି ଦିନ ବଢିଚାଲିଛି । ରାଜ୍ୟରେ ଯେଭଳି ଭାବେ ସ୍ଥିତି ରହିଛି, ତାହା ଖୁବ୍‌ ଚିନ୍ତାଜନକ ବୋଲି କହିଛନ୍ତି ।  

ରାଜ୍ୟପାଳ ରାଜ୍ୟର ବିଗୁଡୁଥିବା ଆଇନକାନୁନ ବ୍ୟବସ୍ଥା , ଭଷ୍ଟ୍ରାଚାର ଓ ପରିବାରବାଦ ନେଇ କେନ୍ଦ୍ରୀୟ ଗୃହମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି ।  ବାତ୍ୟା ଆମ୍ଫାନ୍‌ରେ କ୍ଷତିଗ୍ରସ୍ତଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିବା ଦିଗରେ ସରକାରରେ ଥିବା ପାର୍ଟି ଅନିୟମିତତା ହୋଇଛି । ରାଜ୍ୟ ସରକାରଙ୍କ ଶିକ୍ଷା କ୍ଷେତ୍ର ଓ ରାଜନୈତିକ ନିୟନ୍ତ୍ରଣରେ କଥା ଅତ୍ୟନ୍ତ ଚିନ୍ତାଜନକ ରହିଛି । ଗୃହମନ୍ତ୍ରୀଙ୍କୁ ରାଜ୍ୟପାଳ ମଧ୍ୟ ଅନୁସୂଚିତ ଜାତି ମଥୁଆ ସମ୍ପ୍ରଦାୟ ଉପରେ ଜାରି ରହିଥିବା ସଙ୍କଟ ବିଷୟରେ ଅଜ୍ଞ କରିଛନ୍ତି ।  ଯେଉଁମାନେ ରାଜ୍ୟରେ ନିର୍ବାଚନ ମୂଳଦୁଆକୁ ଦୃଢ କରିଥାନ୍ତି ।

ଯଦିଓ କଥାବାର୍ତ୍ତାର ସବିଶେଷ ତଥ୍ୟ ଉପଲବ୍ଧ ନାହିଁ । ରାଜ୍ୟପାଳ କହିଛନ୍ତି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଚିନ୍ତାଜନକ ଏବଂ ବିପଦପୂର୍ଣ୍ଣ ଅବସ୍ଥାରେ ଅଛି। ହେମତାବାଦ ବିଧାୟକଙ୍କ ମୃତ୍ୟୁ ସମ୍ପର୍କରେ ସେ ଟ୍ୱିଟ କରି ଜଣାଇଛନ୍ତି । ଯାହାଙ୍କ ମୃତଦେହ ଉତ୍ତର ଦିନାଜପୁର ଜିଲ୍ଲାର ଏକ ବଜାରରେ ଝୁଲୁଥିବାର ଦେଖିବାକୁ ମିଳିଛି  । ହତ୍ୟାକାଣ୍ଡକୁ ପୋଲିସ ଲୁଚାଇ ରଖିବାର ସମ୍ଭାବନା ଉପରେ ପ୍ରଶ୍ନ କରିଛନ୍ତି ।

ଚୋପଡାରେ ହୋଇଥିବା ତାଜା ହିଂସା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଯେଉଁଠାରେ ରବିବାର ଦିନ ଜଣେ ନାବାଳିକା ମୃତଦେହ ମିଳିଥିଲା ​​। ତାଙ୍କ ପରିବାର ଗଣଦୁଷ୍କର୍ମ ଏବଂ ହତ୍ୟା ଦାବି କରିଥିଲେ। କିନ୍ତୁ ପୋଲିସ ଦ୍ୱାରା ଜାରି ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ବିଷ ପିଇ ମୃତ୍ୟୁ ହେବାର ସମ୍ଭାବନା ରହିଛି। ତେବେ କେନ୍ଦ୍ରୀୟ ଗୃହମନ୍ତ୍ରୀଙ୍କୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ସାକ୍ଷାତ ବିଷୟରେ ରାଜ୍ୟପାଳଙ୍କ ପକ୍ଷରୁ କିଛି କୁହାଯାଇନି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.