Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ମମତାଙ୍କୁ ଝଟକା ପରେ ଝଟକା : ଇସ୍ତଫା ଦେଲେ ଆଉ ଜଣେ ମନ୍ତ୍ରୀ, ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା

22/01/2021 at 4:27 PM

କୋଲକାତା ୨୨/୦୧ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଯେତେ ପାଖେଇଆସୁଛି ତୃଣମୂଳ କଂଗ୍ରେସ (ଟିଏମସି)ରୁ ଇସ୍ତଫା ଦେଉଥିବା ମନ୍ତ୍ରୀ, ବିଧାୟକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପୁଣି ଏକ ଝଟକା ଲାଗିଛି । ମମତାଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ଥିବା ରାଜୀବ ବାନାର୍ଜୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି ।

ଏହା ସହିତ ଇସ୍ତଫା ପତ୍ରରେ ରାଜୀବ ବାନାର୍ଜୀ ଲେଖିଛନ୍ତି, ‘ପଶ୍ଚିମବଙ୍ଗବାସୀଙ୍କ ସେବା କରିବା ମୋ ପାଇଁ ଗର୍ବର ବିଷୟ । ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି’ । ଅନେକ ଦିନ ହେଲା ରାଜୀବ ବାନାର୍ଜୀ କ୍ୟାବିନେଟ୍‌ ବୈଠକରେ ଯୋଗଦେଉନଥିଲେ । ଯାହା ଦ୍ବାରା ସନ୍ଦେହ କରାଯାଉଥିଲା କି ସେ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇପାରନ୍ତି । ଏବେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । କିନ୍ତୁ ସେ ଦଳର ସଦସ୍ୟପଦରୁ ଇସ୍ତଫା ଦେଇନାହାନ୍ତି ।

ଟିଏମସିରୁ ଇସ୍ତଫା ଦେଇଥିବା ରାଜୀବ ବାନାର୍ଜୀ ନିଜ ବୟାନରେ କହିଛନ୍ତି ଯେ, ତାଙ୍କଠାରୁ ଏକ ମନ୍ତ୍ରାଳୟ ଛଡାଇନେବାରୁ ସେ ଏଥିରେ ଅସନ୍ତୁଷ୍ଟ ଥିଲେ କାରଣ ମନ୍ତ୍ରୀ ଥାଇ ମଧ୍ୟ ତାଙ୍କୁ ନଜଣାଇ ତାଙ୍କଠାରୁ ମନ୍ତ୍ରାଳୟ ଛଡାଇ ନିଆଯାଇଥିଲା । ସେ କହିଛନ୍ତି ବେଙ୍ଗଲବାସୀଙ୍କ ପାଇଁ କାମ ଜାରି ରଖିବେ । ଏହା ସହ ତାଙ୍କୁ ଦଳରେ ରଖି ମନ୍ତ୍ରୀପଦ ଦେଇଥିବାରୁ ମମତା ବାନାର୍ଜୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ପଶ୍ଚିମବଙ୍ଗରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାର ଠିକ ପୂର୍ବରୁ ଟିଏମସିର ମନ୍ତ୍ରୀ, ବିଧାୟକ ଏବଂ ବରିଷ୍ଠ ନେତାମାନେ ଦଳ ଛାଡି ଗେରୁଆ କ୍ୟାମ୍ପ୍‌ରେ ସାମିଲ ହେଉଛନ୍ତି । ଏହା ପୂର୍ବରୁ ଟିଏମସିର ହେଭିଓ୍ବେଟ୍‌ ଶୁଭେନ୍ଦୁ ଅଧିକାରୀ ମନ୍ତ୍ରୀପଦରୁ ଇସ୍ତଫା ଦେବା ସହ ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ ।

କିଛି ଦିନ ପୂର୍ବରୁ କ୍ରିକେଟରରୁ ରାଜନେତା ହୋଇଥିବା ଲକ୍ଷ୍ମୀ ରତ୍ନ ଶୁକ୍ଳା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଟିଏମସିରୁ ପ୍ରାୟ ୧୭ ଜଣ ବିଧାୟନ ଦଳଛାଡି ବଜେପିରେ ଯୋଗ ଦେଇସାରିଛନ୍ତି । ତେବେ ରାଜୀବ ବାନାର୍ଜୀ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବର୍ତ୍ତମାନ ଦଳରୁ ଇସ୍ତଫା ଦେବେ କି ନାହିଁ ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଆଗାମୀ ଦିନରେ ସେ ମଧ୍ୟ ଶୁଭେନ୍ଦୁଙ୍କ ମାର୍ଗରେ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

   Related Posts