ଦୁଇ ସପ୍ତାହ ପୂର୍ଣ୍ଣ ଲକଡାଉନରେ ପଶ୍ଚିମବଙ୍ଗ ଅଚଳ, ଏଥର ନୌକା ସେବା ମଧ୍ୟ ବନ୍ଦ

Published By : Prameya-News7 Bureau | August 27, 2020 IST

କୋଲକାତା ୨୭।୮: ଗତ ମାର୍ଚ୍ଚ ମାସରେ ଜାରି ପ୍ରଥମ ଜାତୀୟ ଲକଡାଉନ୍‌ ପରେ ପଶ୍ଚିମବଙ୍ଗ ସରକାର ରାଜ୍ୟରେ ପ୍ରଥମ ଥର ଲକଡାଉନ୍‌ ଘୋଷଣା କରିଛନ୍ତି। କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୪୭ ହଜାରରେ ପହଞ୍ଚିବା ପରେ ସରକାର ଦୁଇ ସପ୍ତାହ କଡାକଡି ଲକଡାଉନ ଘୋଷଣା କରିଥିବା ବେଳେ ସାର୍ବଜନିକ ଗତିବିଧି ଗୁରୁତର ପ୍ରଭାବିତ ହୋଇଛି।

{"id":321113,"width":574,"height":373,"sizeSlug":"large"}

ଜାତୀୟ ଲକଡାଉନ୍‌କୁ ପଶ୍ଚିମବଙ୍ଗ ମଧ୍ୟ ଲାଗୁ କରିଥିଲା। ହେଲେ ଏତେଟା କଡାକଡି ନଥିଲା। ତେବେ ସଂକ୍ରମଣ ହାର ଗୁଣିତକ ହେବା ପରେ ସରକାରଙ୍କ ଚେତାପଶିଛି। ଏଣୁ ରାଜ୍ୟରେ କଡାକଡି ଲକଡାଉନ୍‌ ପାଳନ ହେଉଥିବା ବେଳେ ସାର୍ବଜନିକ ପରିବହନ ସମେତ ନୌ ପରିବହନକୁ ମଧ୍ୟ ବନ୍ଦ କରାଯାଇଛି। କେବଳ ଜରୁରିକାଳୀନ ସେବା ଯେପରି ହସ୍ପିଟାଲ, ମେଡିକାଲ ଷ୍ଟୋର, ପେଟ୍ରୋଲ ପମ୍ପ ଆଦି ଖୋଲା ଥିବା ବେଳେ ଅନ୍ୟ ସମସ୍ତ ସେବା ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି।

{"id":321117,"sizeSlug":"large"}

ରାଜ୍ୟକୁ ଦୂରଗାମୀ ଟ୍ରେନ ଚଳାଚଳର ସମୟ ସାରଣୀ ପରିବର୍ତ୍ତନ କରାଯାଇଥିବା ବେଳେ ସ୍ଥାନୀୟ ରେଳ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଲୋକେ ବିନା କାମରେ ଯେପରି ଘରୁ ପଦାକୁ ନ ବାହାରନ୍ତି ସେଥିଲାଗି ସୁରକ୍ଷା ମଧ୍ୟ କଡାକଡି କରାଯାଇଛି। କେତେକ ସ୍ଥାନରେ ପୋଲିସ ଡ୍ରୋନ ଉଡାଇ  ଆଇନ ଅମାନ୍ୟକାରୀଙ୍କ ଉପରେ ନଜର ରଖୁଥିବା ମଧ୍ୟ ଦେଖାଯାଉଛି।

{"id":321119,"sizeSlug":"large"}

ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୪୭ ହଜାର ୭୭୫ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ୨ ହଜାର ୯୭୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମିତ ୫୫ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗଙ୍କ ସୂଚନାରୁ ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.