Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

‘ଅମ୍ଫାନ’ ପୁନନିର୍ମାଣ ଲାଗି ସେନା ସହାୟତା ଲୋଡିଲେ ମମତା, କହିଲେ ୨୬ ମେ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ପଠାନ୍ତୁନି ‘ଶ୍ରମିକ ସ୍ପେଶାଲ ଟ୍ରେନ୍’

23/05/2020 at 5:47 PM

କୋଲକାତା ୨୩।୫: ଘୂର୍ଣ୍ଣିବାତ୍ୟା ଅମ୍ଫାନ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି କରିଛି। ଏବେ ଜରୁରି ଭିତ୍ତିଭୂମି ସଜାଡିବା ସରକାରଙ୍କ ଲାଗି ଚାଲେଞ୍ଜ ପାଲଟିଥିବାବେଳେ ଏଥିପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ ସେନାର ସହାୟତା ଲୋଡିଛନ୍ତି। ରାଜ୍ୟ ଗୃହମନ୍ତ୍ରାଳୟ ପକ୍ଷରୁ ଏ ନେଇ ଟ୍ୱିଟରରେ ଏକ ପୋଷ୍ଟ କରାଯାଇଛି। ଯେଉଁଥିରେ ରାଜ୍ୟ ସରକାର ଓ ମୁତୟନ ଥିବା ଏନଡିଆରଏଫ ଏବଂ ଏସଡିଆରଏଫ ଅତ୍ୟାବଶ୍ୟକ ସେବା ଭିତ୍ତିଭୂମି ସଜାଡିବାକୁ କମ୍ ପଡୁଥିବା ଜଣାଇଛନ୍ତି।

ସେପଟେ ବାତ୍ୟାର ତାଣ୍ଡବ ଖବର ପ୍ରସାରିତ ହେବା ପରେ ଦେଶର ବିଭିନ୍ନ ଭାଗରେ ରହୁଥିବା ପ୍ରବାସୀ ଶ୍ରମିକ ଓ ଲୋକେ ବିଭିନ୍ନ ମାର୍ଗରେ ରାଜ୍ୟମୁହାଁ ହୋଇଛନ୍ତି। ଏଥିରେ ମେ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଲାଗି ମଞ୍ଜୁର ସମସ୍ତ  ଶ୍ରମିକ ସ୍ପେଶାଲ ଟ୍ରେନ ବାତିଲ କରିବା ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରେଲୱେ ବୋର୍ଡଙ୍କୁ ଶନିବାର ପତ୍ର ଲେଖିଜଣାଇଛନ୍ତି। ରାଜ୍ୟର ସରକାରୀ ଅଧିକାରୀ ଓ କର୍ମଚାରୀ ଏବେ ଅମ୍ଫାନ ଥଇଥାନରେ ବ୍ୟସ୍ତ ଏଣୁ କରୋନା ସମୟରେ ଟ୍ରେନ ଆସିଲେ ଲୋକଙ୍କ କଥା ବୁଝିବା ଅସମ୍ଭବ ହୋଇପଡିବ ବୋଲି ମମତା କହିଛନ୍ତି।

ପଶ୍ଚିମବଙ୍ଗର ଅମ୍ଫାନ ପ୍ରଭାବିତ ବିଭିନ୍ନ ସ୍ଥାନରେ ଏବେ  ୨୬ଟିଏନଡିଆରଏଫ ସ୍କ୍ୱାର୍ଡ ମୁତୟନ ଅଛନ୍ତି। ଶନିବାର ରାତି ସୁଦ୍ଧା ଆଉ ୧୦ଟି ଅତିରିକ୍ତ ଏନଡିଆରଏଫ ଟିମ୍ କୋଲକାତା ପହଞ୍ଚିବେ ବୋଲି ଜଣାପଡିଛି। ଫଳରେ ପରିସ୍ଥିତିର ମୁକାବିଲା ଲାଗି ୩୬ଟି ଏନଡିଆରଏଫ ଟିମ୍‌ ଏବେ ପଶ୍ଚିମବଙ୍ଗରେ କାମ କରିବେ। ଏବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ୨୪ ଘଣ୍ଟିଆ ପୁନନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି। ତେବେ ଲୋକଙ୍କୁ ଏବେବି ପାନୀୟ ଜଳଯୋଗାଣ ସମ୍ଭବ ହୋଇପାରିନି। ଏଣୁ ଯେଉଁଠାକୁ ବିଶୁଦ୍ଧ ଜଳ ଯୋଗାଣ ସମ୍ଭବ ହେଉନି ସେଠାରେ ଲୋକଙ୍କୁ ପାଉଚ୍ ପାଣି ପ୍ୟାକେଟ୍ ଦିଆଯାଉଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଟିମବଙ୍ଗରେ ବିଦ୍ୟୁତ ବିତରଣ ଦାୟିତ୍ୱ କାଲକାଟା ଇଲେକ୍ଟ୍ରିସିଟି ସପ୍ଲାଇ କର୍ପୋରେସନ (ସିଇଏସସି) ନେଇଥିବା କହିଛନ୍ତି। ଏହା ଏକ ଘରୋଇ କମ୍ପାନୀ, ବାତ୍ୟାକୁ ୩ ଦିନ ବିତିଗଲାଣି ହେଲେ ଏପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ସ୍ୱଭାବିକ କରିପାରିନଥିବା ମମତା କହିଛନ୍ତି। ଏଥିଲାଗି କମ୍ପାନୀକୁ ବାରମ୍ବାର  ତାଗିଦ୍ କରାଯାଉଛି ହେଲେ ଜରୁରି ସ୍ଥାନ ଯେପରିକି ସଚିବାଳୟ ଓ ଅନ୍ୟ ସ୍ଥାନର ବିଦ୍ୟୁତ ଯୋଗାଣ କରିପାରିନାହିଁ। ଯଦି ବିଦ୍ୟୁତ ଯୋଗାଣରେ କମ୍ପାନୀ ବିଫଳ ହୁଏ ତେବେ ସରକାର ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ କରିବେ ବୋଲି ମମତା କହିଛନ୍ତି।

ଇତିମଧ୍ୟରେ ପଶ୍ଚିମବଙ୍ଗ  ବାତ୍ୟା ମୃତକଙ୍କ ସଂଖ୍ୟା ୮୬ରେ ପହଞ୍ଚିଛି। ଏଥିରୁ ୨୨ ଜଣ ବାତ୍ୟାବେଳେ ବୈଦୁତିକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ୨୭ ଜଣ ଗଛ ପଡି, ୨୧ ଜଣ କାନ୍ଥ ପଡି, ୭ ଜଣ ଘରପଡିଯିବାରୁ ଓ ଭାସିଯାଇ ୩ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ସାପକାମୁଡାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ବିଦ୍ୟୁତ ଖୁଣ୍ଟ ପଡି ୨ ଜଣ ଓ ବାତ୍ୟାଭୟରେ ହୃଦଘାତ ଯୋଗୁ ୩ ଜଣଙ୍କର ମୃତ୍ୟୁ ହୋଇଛି।

   Related Posts