Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ବେଙ୍ଗଲ ବିଧାନସଭା ନିର୍ବାଚନରେ ବିଜେପିର ଖର୍ଚ୍ଚ ୧୫୧ କୋଟି ଟଙ୍କା, ହେଲେବି TMC ଆଗରେ ଟିକି ପାରିଲାନି ପାର୍ଟି

14/11/2021 at 7:41 PM

ନୂଆଦିଲ୍ଲୀ ୧୪।୧୧: ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ(ଟିଏମସି)କୁ କ୍ଷମତାରୁ ହଟାଇବାକୁ ବିଜେପି ବିପୁଳ ବ୍ୟୟ କରିଥିବାର ଚର୍ଚ୍ଚା ହେଉଛି। ତେବେ ଚଳିତବର୍ଷ ପ୍ରାରମ୍ଭରେ ହୋଇଥିବା ବିଧାନସଭା ନିର୍ବାଚନରେ କ୍ଷମତା ଗାଦି ବଞ୍ଚାଇବାକୁ ଟିଏମସିର ଖର୍ଚ୍ଚ ଆଗରେ ବିଜେପି ଟିକି ପାରିନଥିବା ଏବେ ଜଣାପଡିଛି। ନିର୍ବାଚନରେ ବ୍ୟୟ ନେଇ ରାଜନୈତିକ ଦଳମାନେ ଇଲେକ୍ସନ କମିଶନଙ୍କୁ ଏବେ ଖର୍ଚ୍ଚ ରିପୋର୍ଟ ଦେଇଛନ୍ତି। ଏଥିରେ ବିଜେପି ବେଙ୍ଗଲ ନିର୍ବାଚନ ଲାଗି ୧୫୧.୧୮ କୋଟି ଟଙ୍କାର ବ୍ୟୟର ହିସାବ ଦେଇଥିବା ବେଳେ ତୃଣମୂଳ କଂଗ୍ରେସର ଖର୍ଚ୍ଚ ରିପୋର୍ଟ ୧୫୪.୨୮ କୋଟି ବୋଲି ଜଣାପଡିଛି।  

ବିଜେପି ଦେଇଥିବା ବ୍ୟୟ ରିପୋର୍ଟରେ ଆସାମ, ପୁଡୁଚେରୀ, ତାମିଲନାଡୁ, କେରଳ ଓ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ମୋଟ ୨୫୨.୦୨କୋଟି ଟଙ୍କା ଖର୍ଚ୍ଚ କରିଥିବାର ସୂଚିତ କରିଛି। ଏଥିରୁ ଆସାମ ଲାଗି ୪୩.୮୧କୋଟି, କେରଳ ଲାଗି ୨୯.୨୪ କୋଟି, ତାମିଲନାଡୁ ଲାଗି ୨୯.୯୭ କୋଟି ଓ ପୁଡୁଚେରୀ ଲାଗି ୪.୭୯ କୋଟି ଟଙ୍କା ଖର୍ଚ୍ଚ କରିଥିବାର ହିସାବ ଦେଇଛି।  କେବଳ ବେଙ୍ଗଲରେ ଦଳ ୧୫୧.୧୮ କୋଟି ଟଙ୍କା ଖର୍ଚ୍ଚ କରିଥିଲା, ଯାହା ବିଜେପିର ମୋଟ ନିର୍ବାଚନ ବ୍ୟୟର ପ୍ରାୟ ୬୦ ପ୍ରତିଶତ ବୋଲି ଜଣାପଡିଛି। ଏଣୁ ବେଙ୍ଗଲ ଶାସନ ଲାଗି ବିଜେପି ଲାଳାୟିତ ଥିଲା ବୋଲି ଏବେ ସ୍ପଷ୍ଟ ହୋଇଯାଇଛି।

ବିପୁଳ ବ୍ୟୟ କରି ମଧ୍ୟ ବେଙ୍ଗଲରେ ବିଜେପି ଆଶାନୁରୂପ ଜନମତ ସଂଗ୍ରହ କରିପାରିନାହିଁ। ଏଣୁ ମେଘାଳୟ, ତ୍ରିପୁରାର ପୂର୍ବତନ ରାଜ୍ୟପାଳ ତଥା ଦିଗ୍ଗଜ ବିଜେପି ନେତା ତଥାଗତ ରାୟ ନିକଟରେ ପାର୍ଟିକୁ ମହିଳାଙ୍କ ଘେରରୁ ପଇସା ବାହାରକୁ ବାହାର କରିବାକୁ ପଡିବ ବୋଲି ଲେଖିଥିଲେ। ନଚେତ ଏହିଭଳି ପାର୍ଟି ପଛେଇ ଯିବ ବୋଲି ରାୟ କହିଥିଲେ। ଅପରପକ୍ଷେ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଅନ୍ୟ ରାଜ୍ୟରେ ପ୍ରତିଦ୍ୱନ୍ଦ୍ୱୀତା କରୁନଥିବାରୁ ସମ୍ପୂର୍ଣ୍ଣ ବ୍ୟୟ ରାଜ୍ୟରେ ହିଁ କରିଥିବାର ସ୍ପଷ୍ଟ ହୋଇଥିବା ନିକଟରେ ନିର୍ବାଚନ ଆୟୋଗଙ୍କ ଜନୈକ ବରିଷ୍ଠ ଅଧିକାରୀ କହିଥିଲେ। ଏଥିରୁ ଟିଏମସି ରାଜ୍ୟରେ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚିବା ବିପୁଳ ବ୍ୟୟ କରିଥିବା ସ୍ପଷ୍ଟ ହୋଇଯାଇଛି।

ଅନ୍ୟପକ୍ଷରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିଥିବା ଅନ୍ୟ ଦୁଇ ପାର୍ଟି ସିପିଏମ ଓ କଂଗ୍ରେସ ଯେଉଁ ଖର୍ଚ୍ଚ ରିପୋର୍ଟ ଦେଇଛନ୍ତି ଏଥିରେ ସେମାନଙ୍କ ଖର୍ଚ୍ଚ ଅତ୍ୟନ୍ତ ନଗଣ୍ୟ ବୋଲି ଜଣାପଡିଛି। ରାଜ୍ୟରେ ପୂର୍ବତନ ଶାସକ ଦଳ ସିପିଏମ ୩୨.୬୪କୋଟି ଟଙ୍କା ଖର୍ଚ୍ଚର ରିପୋର୍ଟ ଦେଇଥିବା ବେଳେ କଂଗ୍ରେସ ପଶ୍ଚିମବଙ୍ଗରେ ୪.୬ କୋଟି ଟଙ୍କା ବ୍ୟୟ କରିଥିବା ରିପୋର୍ଟ ଦେଇଛି।

   Related Posts