ସଞ୍ଜିବନୀ ବୁଟି ପରି କାମ ଦେଇଥାଏ ଏହି ଫଳ : ମହିଳା ଓ ପୁରୁଷଙ୍କ ପାଇଁ ଏହା କେମିତି ହୋଇଥାଏ ଲାଭଦାୟକ ଜାଣନ୍ତୁ
8/04/2019 at 3:59 PM

ଏହି ଫଳ କଞ୍ଚା ଥିବାବେଳେ ସବୁଜଥାଏ । ପାଚିଗଲେ ଲାଲ ହୋଇଯାଇଥାଏ। ଏହି ଫଳକୁ ଚାପ ପ୍ରୟୋଗ କଲେ ଫାଟିଯାଇଥାଏ ଏବଂ ଏଥିରେ ସୂକ୍ଷ୍ମ ଜୀବାଣୁ ଦେଖାଯାଇଥାଏ। ଏହି ବୃକ୍ଷର ସମସ୍ତ ଅଂଶରେ କ୍ଷୀର ଭରି ରହିଥିବା ଯୋଗୁଁ ଏହି ବୃକ୍ଷର ଯେକୈାଣସି ସ୍ଥାନକୁ କାଟିଲେ ଏଥିରୁ କ୍ଷୀର ବାହାରିଥାଏ। ଆମ ଘର ଆଖପାଖରେ ଏପରି ଅନେକ ବୃକ୍ଷ ଥାଏ ଯାହା ଆମର ଦୃଷ୍ଟିଗୋଚର ହୋଇନଥାଏ। କାରଣ ଏହାର ଔଷଧୀୟ ଗୁଣ ପ୍ରତି ଆମେ ଅଜ୍ଞ ରହିଥାଉ। ଏହି ବନସ୍ପତି ମଧ୍ୟରୁ ଗୋଟିଏ ଡିମିରି । ଏହାର ଫଳ ଔଷଧୀୟ ଗୁଣର ଭଣ୍ଡାର ଏବଂ ଗାଁମାନଙ୍କରେ ଏହା ସହଜରେ ମିଳିଯାଇଥାଏ। ଡିମିରିକୁ ସଂସ୍କୃତରେ ଉଦୁମ୍ବର ଏବଂ ଜନ୍ତୁଫଳ କୁହାଯାଇଥାଏ।

ନିୟମିତ ଭାବେ ଡିମିରି ଫଳ ଖାଇଲେ ଶରୀରରେ କଫ ଏବଂ ପିତ୍ତର ସନ୍ତୁଳନ ଠିକ୍ ରହିଥାଏ। ଏହା ସହିତ ଉଦର ଜ୍ବାଳା ଏବଂ ଦାହ ଶାନ୍ତ ହୋଇଥାଏ।

ଅଧିକାଂଶ ଶିଶୁ ଏବଂ ବୃଦ୍ଧଙ୍କୁ ନିମୋନିଆ ହୋଇଥାଏ। ଏପରି ସ୍ଥିତିରେ ତାଙ୍କର ଦେଖାଶୁଣା କରିବା ଉଚିତ୍। ଡିମିରି ଏହି ରୋଗର ଉପଚାର କରିଥାଏ। ଏଥିପାଇଁ ଆପଣ ଏହି ଫଳକୁ ପାଣି ସହ ଫୁଟାଇ କାଢ଼ା ପ୍ରସ୍ତୁତ କରନ୍ତୁ। ଏହାପରେ ଏହାକୁ ଛାଣି ରୋଗୀଙ୍କୁ ପିଇବାକୁ ଦିଅନ୍ତୁ। ଏହା ଦ୍ବାରା ନିମୋନିଆରୁ ମୁକ୍ତି ମିଳିଥାଏ।

ଡିମିରିର ପତ୍ର ମଧ୍ୟ ଅତ୍ୟନ୍ତ ଉପଯୋଗୀ। ମୁହଁରେ ଛାଲ ହେଲେ ଡିମିରି ପତ୍ରକୁ ପେଶି ଗୋଲି କରନ୍ତୁ ଏବଂ ଏହି ପତ୍ରକୁ ଶୋଷନ୍ତୁ।

ମହିଳାଙ୍କର ଋତୁସ୍ରାବରେ ଅନିୟମିତତା ଦେଖାଗଲେ ଡିମିରି ଫଳ ଉପଯୋଗୀ ହୋଇଥାଏ। ମହିଳାଙ୍କ ଋତୁସ୍ରାବ ସମୟରେ ଅଧିକ ରକ୍ତସ୍ରାବ ହେଲେ ଡିମିରି ଗଛର ଛାଲର କାଢ଼ା ପ୍ରସ୍ତୁତ କରି ପିଇବା ଉଚିତ୍। ଏହାଦ୍ବାରା ଅତ୍ୟଧିକ ରକ୍ତସ୍ରାବ ବନ୍ଦ ହୋଇଥାଏ। ଏପରି ହେଲେ ଡିମିରିର ପାଚିଲା ଫଳର ରସରେ ମହୁ ମିଶାଇ ପିଇବା ଲାଭଦାୟକ ହୋଇଥାଏ।
