Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ରାଶି ଅନୁସାରେ ଏହି ସାମଗ୍ରୀ ଦ୍ବାରା କରନ୍ତୁ ଭଗବାନ ଶିବଙ୍କ ପୂଜା

19/07/2019 at 4:54 PM

ହିନ୍ଦୁ ଧର୍ମ ଅନୁସାରେ ସୋମବାର ଦିନଟି ଭଗବାନ ଶିବଙ୍କ ପାଇଁ ସମର୍ପିତ। ସୋମବାର ଦିନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତ ତାଙ୍କର ବିଭିନ୍ନ ଅଭିଷେକ କରନ୍ତି। ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଓ ନିଜ ମନୋସ୍କାମନା ପୂରଣ କରିବା ପାଇଁ ଓଁ ନମଃ ଶିବାୟ ଶିବପଞ୍ଚାକ୍ଷର ମନ୍ତ୍ର ଜପି ଲଘୁ ରୁଦ୍ରୀରେ ଅଭିଷେକ କରିବା ଉଚିତ୍‌। ତେବେ କେଉଁ ରାଶି ଅନୁସାରେ ଭଗବାନ ଶିବଙ୍କୁ କଣ ଦେଇ ପୂଜା କରିବା ଶୁଭ ଜାଣନ୍ତୁ।

ମେଷ ରାଶି- ମେଶ ରାଶିର ଲୋକେ ସୋମବାର ଦିନ ମହୁ, ଗୁଡ, ଆଖୁରସ,  ଲାଲ  ପୁଷ୍ପ ଦେଇ ପୂଜା କରିବା ଉଚିତ୍‌।

ବୃଷ ରାଶି- ବୃଷ ରାଶିର ଲୋକେ ସୋମବାର ଦିନ ଶିବଙ୍କୁ ପୂଜା କରିଲେ ଅଟକିଯାଇଥିବା କାମ ସଫଳ ହୋଇପାରିବ। କଞ୍ଚା କ୍ଷୀର, ଦହି ଓ ଫୁଲ ଦେଇ ପୂଜା କରିବା ଆବଶ୍ୟକ।

ମିଥୁନ ରାଶି- ବିଭିନ୍ନ ଫଳ ରସ ସହ, ମୁଗ ଓ ବେଲ ପତ୍ର ଭଗବାନଙ୍କ ନିକଟରେ ପୂଜାକଲେ ମିଥୁନ ରାଶିର ଲୋକଙ୍କର ମଙ୍ଗଳ ହୋଇଥାଏ।

କର୍କଟ ରାଶି- କର୍କଟ ରାଶିର ଲୋକ ଭଗବାନ ଶିବଙ୍କ ପାଖରେ କଞ୍ଚା କ୍ଷୀର, ଲହୁଣୀ ଓ ବେଲ ପତ୍ର ଦେଇ ପୂଜା କରିବା ଶୁଭ ହୋଇଥାଏ।

କନ୍ୟା ରାଶି- କନ୍ୟା ରାଶିର ଲୋକେ ସୋମବାର ଦିନ ଶିବଙ୍କ ନିକଟରେ ଫଳ, ସବୁଜ ଓ ନୀଳ ରଂଗର ଫୁଲ, ବେଲ ପତ୍ର ଚଢାଇଲେ ପ୍ରତ୍ୟେକ କାମ ବିନା ବାଧାରେ ସମ୍ପୂର୍ଣ୍ଣ ହୋଇଥାଏ।

ତୁଳା ରାଶି- ଭଗବାନ ଶିବଙ୍କ ନିକଟରେ ତୁଳା ରାଶିର ଲୋକେ କ୍ଷୀର, ଘିଅ, ଦହି, ଲହୁଣୀ ଓ ମିଶ୍ରି ଚଢାଇବା ଶୁଭ ହୋଇଥାଏ।

ଧନୁ ରାଶି- ଧନୁ ରାଶିର ଲୋକେ ଘିଅ, ମହୁ, ମିଶ୍ରି, ବାଦାମ, ହଳଦିଆ ପୁଷ୍ପ ଓ ହଳଦିଆ ଫଳ ଲଗାଇଲେ ଭଗବାନ ଶିବ ପ୍ରସନ୍ନ ହୁଅନ୍ତି।

ମକର- ମକର ରାଶିର ଲୋକେ ଶିବଙ୍କ ପାଖରେ ସୋରିଷ ତେଲ, କଞ୍ଚା କ୍ଷୀର, ଜାମୁକୋଳି ସହ ନୀଳ ରଂଗର ପୁଷ୍ପ ଚଢାଇବା ଉଚିତ୍‌।

ମୀନ ରାଶି- ମୀନ ରାଶିର ଲୋକେ ଶିବଙ୍କ ପାଖରେ ଆଖୁ ରସ, ମହୁ, ବାଦାମ, ହଳଦିଆ ଫଳ ଓ ହଳଦିଆ ଫୁଲ ଲଗାଇବା ଆବଶ୍ୟକ ।

   Related Posts