ଏହି ୩ଟି ରାଶି ଥିବା ଲୋକଙ୍କୁ ହାତରେ ନାଲି ସୂତା ବାନ୍ଧିବା ଉଚିତ୍
26/05/2019 at 3:36 PM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହାତରେ ସୂତା ବାନ୍ଧିବା ଶୁଭ ବୋଲି କୁହାଯାଏ। ଅନେକ ଲୋକ ହାତରେ ବିଭିନ୍ନ ରଂଗର ସୂତା ବାନ୍ଧନ୍ତି। ବିଭିନ୍ନ ଲୋକ ଭିନ୍ନ ଭିନ୍ନ ବିଶ୍ବାସ ନେଇ ହାତରେ ଅନେକ ରଂଗର ସୂତା ବାନ୍ଧିଥାନ୍ତି | ସାଧାରଣତଃ ଲୋକେ ନାଲି, କଳା, ହଳଦିଆ ସୂତା ବାନ୍ଧନ୍ତି। କିଛି ଲୋକେ ସଉକ ପାଇଁ ବାନ୍ଧନ୍ତି ତ କିଛି, ଲୋକଙ୍କ ଖରାପ ଦୃଷ୍ଟିରୁ ବଞ୍ଚିବା ପାଇଁ ବାନ୍ଧନ୍ତି। ଅନ୍ୟ କେତେ ଜଣ ଧାର୍ମିକ ମାନ୍ୟତା ହିସାବରେ ବାନ୍ଧନ୍ତି। ହାତରେ କଳା ସୁତା ବାନ୍ଧିବା ବହୁତ ଶୁଭ ହୋଇଥାଏ ବୋଲି ଲୋକଙ୍କ ବିଶ୍ବାସ | କିନ୍ତୁ କିଛି ରାଶି ପାଇଁ ନାଲି ସୁତା ବାନ୍ଧିବା ଶୁଭ ହୋଇଥାଏ | ତେବେ ଜାଣନ୍ତୁ କେଉଁ ରାଶିର ଲୋକଙ୍କ ପାଇଁ ନାଲି ସୂତା ବାନ୍ଧିବା ଶୁଭ ହୋଇଥାଏ।
ସିଂହ ରାଶି – ସିଂହ ରାଶି ଥିବା ଲୋକେ ନିଜ ହାତରେ ନାଲି ସୂତା ବାନ୍ଧିବା ଶୁଭ ବୋଲି କୁହାଯାଏ। ଏହି ରାଶିର ଲୋକଙ୍କ ପାଇଁ ନାଲି ସୂତା ବାନ୍ଧିବା ଲାଭଦାୟକ ହୋଇଥାଏ। କାରଣ ସିଂହ ରାଶିର ଲୋକ ନାଲି ସୂତା ହାତରେ ବାନ୍ଧିଲେ ତାଙ୍କୁ ଭଗବାନଙ୍କ ଶକ୍ତି ମିଳିଥାଏ। ଏହା ସହ ସେମାନଙ୍କୁ ସବୁବେଳେ ବ୍ୟବସାୟ ଏବଂ ଚାକିରୀରେ ସଫଳତା ମିଳିଥାଏ। ଏହି ରାଶିର ଲୋକେ ନାଲି ସୂତା ଶ୍ରଦ୍ଧା ଓ ବିଶ୍ବାସ ସହ ବାନ୍ଧିଲେ ଅନେକ ଫାଇଦା ହୋଇଥାଏ। ଜୀବନରେ କାହାକୁ ଭଲ ପାଉଥିଲେ ସେଥିରେ ମଧ୍ୟ ସଫଳତା ମିଳିବ।

କର୍କଟ ରାଶି – କର୍କଟ ରାଶି ଥିବା ଜାତକର ଲୋକଙ୍କ ପାଇଁ ହାତରେ ନାଲି ସୂତା ବାନ୍ଧିବା ଶୁଭ ବୋଲି କୁହାଯାଏ। କାରଣ ଏହି ରାଶିର ଲୋକଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ଥାଏ। ଏହି ରାଶିର ଲୋକେ ହାତରେ ନାଲି ସୂତା ବାନ୍ଧିଲେ ଜୀବନରେ ଥିବା ସବୁ ସମସ୍ୟାକୁ ସମାଧାନ କରିପାରିବେ।କର୍କଟ ରାଶିର ଲୋକେ ପ୍ରତି ମଙ୍ଗଳବାର ନାଲି ରଂଗର ସୂତା ବାନ୍ଧି ହନୁମାନ ମନ୍ଦିରରେ ଦର୍ଶନ କରିବା ଶୁଭ ହୋଇଥାଏ। ଏହା ବ୍ୟତୀତ ପ୍ରତ୍ୟେକ ଜିନିଷରେ ସଫଳତା ହାସଲ କରିବା ସହ କଷ୍ଟ ମଧ୍ୟ ଦୂର ହୋଇଥାଏ।
ମିଥୁନ ରାଶି – ମିଥୁନ ରାଶିର ଲୋକେ ସବୁବେଳେ ହାତରେ ନାଲି ରଂଗର ସୂତା ବାନ୍ଧିବା ଉଚିତ୍। ଏହି ରାଶିର ଲୋକେ ହାତରେ ନାଲି ସୂତା ବାନ୍ଧିଲେ କେବେ କୌଣସି କାମରେ ବାଧା ହୋଇନଥାଏ। ଯୁଆଡେ ଗଲେ ମଧ୍ୟ ସମ୍ମାନୀତ ହୋଇ ଫେରନ୍ତି। କାରଣ ଏହି ରାଶିର ଲୋକଙ୍କ ଉପରେ ହନୁମାନଙ୍କର କୃପା ଥାଏ। ଏହି ରାଶି ଲୋକଙ୍କର ବିବାହ ସମ୍ବନ୍ଧିତ ସମସ୍ୟା ଥିଲେ ହାତରେ ନାଲି ସୂତା ବାନ୍ଧିବା ଆବଶ୍ୟକ। ଏହା ଦ୍ବାରା ତାଙ୍କର ସବୁ ଅସୁବିଧା ଦୂର ହୋଇଥାଏ। ମିଥୁନ ରାଶିର ଲୋକେ ଶୁକ୍ରବାର ଦିନ ହାତରେ ନାଲି ସୂତା ବାନ୍ଧିଲେ ତାଙ୍କ ପାଇଁ ଲାଭଦାୟକ ହୋଇଥାଏ ।