ତରଭୁଜ ମଞ୍ଜି ଖାଇଲେ ଶରୀରରେ ଏହି ୭ଟି ପରିବର୍ତ୍ତନ ହୋଇଥାଏ, ଜାଣନ୍ତୁ

Published By : Prameya-News7 Bureau | May 27, 2019 IST

ଗ୍ରୀଷ୍ମ ଋତୁରେ ଚାରିଆଡେ ତରଭୁଜ ଦେଖିବାକୁ ମିଳେ। ଗରମ ଦିନରେ ମିଳୁଥିବା ଏହି ଫଳ ଖାଇଲେ ଶରୀରକୁ ଶାନ୍ତି ମିଳିବା ସହ ଶରୀର ଥଣ୍ଡା ମଧ୍ୟ ରହେ। ଏହି ମିଠା ଫଳ ଖାଇଲେ ଶରୀରକୁ ଅନେକ ଫାଇଦା ହୁଏ। ତରଭୁଜ ଶରୀରର ମୋଟାପଣ କମାଇବାରେ ସାହାଯ୍ୟ କରେ। ଦୃଷ୍ଟି ଶକ୍ତିରେ ସମସ୍ୟା ଥିଲେ ତରଭୁଜର ମଞ୍ଜି ସମାଧାନ କରିବାରେ ସହଯୋଗ କରେ। କିନ୍ତୁ ଅଧିକାଂଶ ଲୋକେ ତରଭୁଜ ଖାଇବା ସମୟରେ ଏହାର ମଞ୍ଜି କାଢି ଫିଙ୍ଗିଦିଅନ୍ତି। କିନ୍ତୁ ତରଭୁଜର ମଞ୍ଜି ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ତରଭୁଜ ମଞ୍ଜିରେ ଭରପୁର ମାତ୍ରାର ପ୍ରୋଟିନ୍‌, ଭିଟାମିନ ଓ ମିନେରାଲ ଭଳି ତତ୍ତ୍ବ ଥାଏ ଯାହା ଶରୀର ପାଇଁ ସୁସ୍ଥ ହୋଇଥାଏ।

{"id":116605}

୧- ଶରୀରରେ ୩୦୦ରୁ ଅଧିକ ବାୟୋକେମିକାଲ ରିଆକ୍‌ସନ ପାଇଁ ମାଗ୍ନେସିଅମର ଦରକାର ହୋଇଥାଏ। ଏଥିପାଇଁ ଶରୀରରେ ସଠିକ୍‌ ମାତ୍ରାର ମାଗ୍ନେସିଅମ ରହିବା ଜରୁରୀ। ଏହି ମିନେରାଲ କମ ଥିଲେ ସ୍ବାସ୍ଥ୍ୟ ସମ୍ବନ୍ଧିତ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ। ତେବେ ଶରୀରରେ  ମାଗ୍ନେସିଅମ ମାତ୍ରା ବଢାଇବା ପାଇଁ ତରଭୁଜର ମଞ୍ଜି ଖାଇବା ଆବଶ୍ୟକ।

୨- ଅନେକ ଗବେଷଣାରୁ ଜଣା ପଡିଥିଲା ଯେ, ତରଭୁଜ ମଞ୍ଜିରେ ଆଣ୍ଟିଅକ୍ସିଡେଣ୍ଟ ତତ୍ତ୍ବ ଅଛି। ତେଣୁ ଏହା କ୍ୟାନସର ଓ ହାର୍ଟ ରୋଗ ଭଳି ସମସ୍ୟାରୁ ମୁକ୍ତ କରାଏ। ଏହା ସହ ଏଥିରେ ଲାଇକୋପିନ ତତ୍ତ୍ବ ଥିବାରୁ ଚେହେରାରେ ହେଉଥିବା ସନବର୍ଣ୍ଣରୁ ବଞ୍ଚିତ କରେ। ବୟସ ବଢିବା ସଂକେତକୁ ମଧ୍ୟ କମ କରାଏ  

{"id":116609}

୩- ତରଭୁଜ ମଞ୍ଜିରେ ୨୦ ରୁ ୧୮ ଏମିନୋ ଏସିଡ୍‌ର ତତ୍ବ ଉପସ୍ଥିତ ଅଛି। ଫଳରେ ଏହା ଶରୀରକୁ ପ୍ରୋଟିନ ଦେଇଥାଏ। ତରଭୁଜ ମଞ୍ଜି ଖାଇଲେ ଶରୀରରକୁ ହିଷ୍ଟିଡନ୍‌, ଆଇସୋଲ୍ୟୁସିନ୍‌, ଲ୍ୟୁସିନ୍‌, ଲାଇସିନ୍‌, ଟାଇରୋସିନ୍‌, ଫେନିଲଏଲଲିନ୍‌ ଓ ଭେନିଲ ଭଳି ତତ୍ତ୍ବ ମିଳିବ। ଏହା ସ୍ବାସ୍ଥ୍ୟକୁ ସୁସ୍ଥ ରଖିବାରେ ସହଯୋଗ କରେ।

୪- ନିଆସିନ, ଫୋଲେଟ୍‌, ପେଣ୍ଟୋଥେନିକ୍‌ ଏସିଡ, ଥିଆମିନ୍‌, ରାଇବୋଫ୍ଲୋୱିନ୍‌ ଭଳି ଭିଟାମିନ ତରଭୁଜ ମଞ୍ଜିରେ ଥାଏ। ଭିଟାମିନ ବି ଶରୀରର ନର୍ଭସ ସିଷ୍ଟମ ପାଇଁ ଜରୁରୀ। କାରଣ ଭିଟାମିନ ବି କମ ଥିଲେ ଶରୀରରେ ଅନ୍ୟାନ୍ୟ ପ୍ରକ୍ରିୟାରେ ବାଧା ହୋଇଥାଏ। ବିଶେଷ କରି ତରଭୁଜ ମଞ୍ଜି ଗର୍ଭାବସ୍ଥାରେ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ । ଶରୀରରେ ରେଡ ବ୍ଲଡ ସେଲ୍‌ସ ମଧ୍ୟ ଉତ୍ପାଦନ କରାଏ।

{"id":116608}

୫- ଜିଂକ ଭଳି ମିନେରାଲ ସାଧାରଣତଃ ଲୋକଙ୍କ ଶରୀରରେ କମ ଥାଏ। ଜିଂକ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାଯ୍ୟ କରେ। ଜିଂକ ହର୍ମୋନକୁ ମଧ୍ୟ ବାଲାନ୍ସ କରେ। ମହିଳାଙ୍କ ଶରୀରରେ ଏହା ଏଷ୍ଟ୍ରୋଜନ ଓ ପ୍ରଜିଷ୍ଟ୍ରୋନ ଉତ୍ପାଦନ କରାଇବା ପାଇଁ ଆବଶ୍ୟକ।

୬- ତରଭୁଜ ମଞ୍ଜିରେ ଭରପୁର ମାତ୍ରାରେ କପର ଥାଏ। କପର ଶରୀରରେ ସଠିକ ମାତ୍ରାରେ ମେଲିନନର ଉତ୍ପାଦନ କରାଏ। ଫଲରେ ତ୍ବଚାରେ ଚମକ ଆସିବା ସହ କୋମଳ ରହେ ଓ କେଶ ସୁସ୍ଥ ରହେ। ଏହା ସହ ଶରୀରରେ ଆଇରନର ମାତ୍ରା ବଢାଇବାରେ ତରଭୁଜ ମଞ୍ଜିର ମୁଖ୍ୟ ଭୂମିକା ଥାଏ।

୭- ତରଭୁଜ ମଞ୍ଜିରେ ଓମେଗା-୩ ଓ ଓମେଗା-୬ ଭଳି ଦରକାରୀ ଫ୍ୟାଟି ଏସିଡ୍‌ ଥାଏ। ଏହା ଆର୍ଥରାଇଟିସ୍‌ ଭଳି ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ହାର୍ଟ ଫଙ୍କସନିଂ ପ୍ରକ୍ରିୟା ମଧ୍ୟ ଭଲ ଭାବେ କରିବାରେ ସାହାଯ୍ୟ କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.