Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ଧାର୍ମିକ ସ୍ଥାନ ଯାତ୍ରାକଲେ ପୁଣ୍ୟ ସହ ମିଳିଥାଏ ଏହି ୪ଟି ଲାଭ

24/05/2019 at 5:36 PM

ଭୁବନେଶ୍ୱର ୨୪/୫ : ଧାର୍ମିକ ସ୍ଥାନ ଯାତ୍ରା କଲେ, ଭଗବାନଙ୍କୁ ଦର୍ଶନ କଲେ, ଦାନ-ପୁଣ୍ୟ ଆଦି କଲେ ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । କିନ୍ତୁ ବାସ୍ତବରେ ଧାର୍ମିକ ସ୍ଥାନ ଯାତ୍ରା କରିବାର ଅନ୍ୟାନ୍ୟ ଲାଭ ମଧ୍ୟ ରହିଛି । ତୀର୍ଥ ଯାତ୍ରାର ପ୍ରଚଳନ ରାମାୟଣ ମହାଭାରତ କାଳରୁ ଚାଲିଆସୁଛି । ଶଙ୍କରାଚାର୍ଯ୍ୟ ସାଧାରଣ ଲୋକଙ୍କ ପାଇଁ ଏହି ନିୟମ ତିଆରି କରିଥିଲେ । ତୀର୍ଥ ଯାତ୍ରାର ଆଉ କିଛି ମହତ୍ୱ ମଧ୍ୟ ରହିଛି । ତୀର୍ଥ ଯାତ୍ରାର ଧାର୍ମିକ ମହତ୍ୱ ବହୁତ ଲୋକ ଜାଣିଛନ୍ତି । ତୀର୍ଥ ଯାତ୍ରା କରିବା ଦ୍ୱାରା ୪ଟି ଲାଭ ମିଳିଥାଏ । ସେଥିପାଇଁ ସମସ୍ତ ବ୍ୟକ୍ତିଙ୍କୁ ତୀର୍ଥ ଯାତ୍ରା କରିବା ଉଚିତ ।

୧. ଧାର୍ମିକ ସ୍ଥଳକୁ ଶକ୍ତିର ଉତ୍ସ ବୋଲି କୁହାଯାଏ । ଧାର୍ମିକ ସ୍ଥଳରେ ଯେଉଁ ଉତ୍ସ ଥାଏ ତାହା ଆଉ କୋଉଠି ହେଲେ ନଥାଏ । ସେଥିପାଇଁ ଧାର୍ମିକ ସ୍ଥଳକୁ ଯାଇ ମଣିଷର ମନ ଶାନ୍ତ ହୋଇଯାଇଥାଏ । ଏହିସବୁ ସ୍ଥାନକୁ ଯାତ୍ରା କରୁଥିବା ବ୍ୟକ୍ତି ସବୁବେଳେ ଭଲ କଥା କହିଥାନ୍ତି ଏବଂ ସକାରାତ୍ମକ ଚିନ୍ତାଧାରା ରଖନ୍ତି ।  

୨. ଧାର୍ମିକ ସ୍ଥଳକୁ ଯାତ୍ରା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କାରଣ ଧାର୍ମିକ ସ୍ଥଳ ବାତାବରଣ ସ୍ୱଚ୍ଛ ହୋଇଥାଏ । ଧାର୍ମିକ ସ୍ଥଳ ପାହାଚ ଥାଏ । ପାହାଚ ଚଢିବା ଓହ୍ଲାଇବା, ଭଜନ କିର୍ତ୍ତନ କରିବା, ତାଳି ବଜାଇବା ଆଦି ଦ୍ୱାରା ହାତ ପାପୁଲିରେ ଚାପ ସୃଷ୍ଟି ହୋଇଥାଏ । ଏହି ଚାପ ଏକ୍ୟୁପ୍ରେସର ଭଳି କାମ କରିଥାଏ ।

୩. ଧାର୍ମିକ ସ୍ଥଳକୁ ଯାତ୍ରା କରିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବା ସହ ଆମର ଆଧ୍ୟାତ୍ମିକ, ଭୌଗଳିକ ଓ ଐତିହାସିକ ଜ୍ଞାନ ବଢିଥାଏ । ଯାତ୍ରା ସମୟରେ ଅନେକ ଐତିହାସିକ ତଥ୍ୟ ମିଳିଥାଏ । ଏହା ସହ ସେହି ଯାଗା ସହ ଜଡିତ କଳା, ସଂସ୍କୃତି, ପରମ୍ପରା ଆଦି ବିଷୟରେ ମଧ୍ୟ ଜ୍ଞାନ ମିଳିଥାଏ ।

୪. ତୀର୍ଥ ଯାତ୍ରା  କରିବା ଦ୍ୱାରା ନିଜ ଘର ପରିବାର ଛଡା ଅନ୍ୟ ଲୋକଙ୍କ ସହ ମଧ୍ୟ ସମ୍ପର୍କ ବଢିଥାଏ । ଅଧିକ ଲୋକଙ୍କ ସମ୍ପର୍କରେ ଆସିବା ଦ୍ୱାରା ଆମେ ଭିନ୍ନ ଭିନ୍ନ ଲୋକଙ୍କ ସଂସ୍କୃତି, ପରମ୍ପରା, ରୀତି ନୀତି ଖାଦ୍ୟପେୟ ବିଷୟରେ ଜାଣିବାକୁ ପାଇଥାଉ । ଏହା ସହ ମଣିଷ ସବୁ ପରିସ୍ଥିତି ସହ ଖାପ ଖୁଆଇ ଚଳିବା ମଧ୍ୟ ଶିଖିଥାଏ ।

   Related Posts