ଚା’ ତିଆରି କରିବା ପରେ ଚା’ପତି ଫିଙ୍ଗନ୍ତୁ ନାହିଁ, ଏହିଭଳି କରନ୍ତୁ ବ୍ୟବହାର

Published By : Prameya-News7 Bureau | October 16, 2019 IST

ସାଧାରଣତଃ ପ୍ରତ୍ୟେକ ଲୋକଙ୍କ ଘରେ ଚା’ତିଆରି ହୁଏ।କିଛି ଲୋକେ ବର୍ଷା ଓ ଶୀତ ଦିନରେ ଚା’ ପିଇବାର ମଜା ନିଅନ୍ତି। ହେଲେ କିଛି ପ୍ରତ୍ୟେକ ଦିନ ଓ ଋତୁରେ ଚା’ ପିଇବା ଅଭ୍ୟାସ ରଖନ୍ତି। ସେଥିପାଇଁ ଦିନରେ ଥରେ ନିହାତି ଭାବେ ଚା’ ପିଅନ୍ତି। ଚା’ ତିଆରି କରିବା ପରେ ଅଧିକାଂଶ ଲୋକେ ଏହାର ପତିକୁ ଫିଙ୍ଗିଦିଅନ୍ତି।କିନ୍ତୁ ଚା’ ପତିର ଅନେକ ଫାଇଦା ରହିଛି। ଯାହା ବ୍ୟବହାର କଲେ ଅନେକ ଫାଇଦା ମିଳିବ।

{"id":170694}

ବଳିଥିବା ଚା’ ପତି ଧୋଇ ତାହା ପ୍ରାକୃତିକ କଣ୍ଡିଶନର ଭଳି ବ୍ୟବହାର କରିହେବ।ଏଥିପାଇଁ ଏହି ଚା’ର ପତିକୁଧୋଇ ପୁଣିଥରେ ପାଣିରେ ଫୁଟାଇବା ପରେ ଏହି ପାଣିରେ କେଶ ଧୋଇଲେ ଅନେକ ଫାଇଦା ହୋଇଥାଏ।ଲଗାତାର ଭାବେ ଚା’ପତି ପାଣିରେ କେଶ ଧୋଇଲେ କେଶରେ ଚମକ ଆସେ। ଏହା ସହ କେଶ ଘନ ହୋଇଥାଏ।

{"id":170695}

ଏହା ବ୍ୟତୀତ ଚା’ପତିକୁ ଖତ ଭାବେ ମଧ୍ୟ ବ୍ୟବହାର କରିହେବ। ଗଛ ମୂଳରେ ଚା’ପତି ପକାଇଲେ ଗଛ ଭଲ ଭାବେ ବଢିଥାଏ।ଚା’ପତିରେ ତେଲ ବା ଘିଅ ଡବା ଧୋଇଲେ ଡବାର ଦୁର୍ଗନ୍ଧ ହୋଇନଥାଏ।ଚା’ପତିରେ ଔଷଧୀୟ ଗୁଣ ମଧ୍ୟ ରହିଛି। ଶରୀରରେ ଆଘାତ ହୋଇଥିବା ଯାଗାରେ ଚା’ପତି ଧୋଇ ଲଗାଇଲେ ଏହା ଔଷଧ ଭଳି କାମ ଦିଏ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.